୪୨୦ କୋଟିରୁ ଉର୍ଦ୍ଧ୍ୱ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ +୨ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ଓ ବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟଯେ ଜିଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ବିଶୋଇ ମିନିଷ୍ଟାଡିଅମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୟୂରଭଞ୍ଜ ଜିଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ଆଜି ଦିନଟି ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍‌ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ। ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ କୋଚଙ୍କଠାରୁ ଟ୍ରେନିଂ ନେଉଛନ୍ତି ତାଙ୍କ ଭଣଜା, ରାଜକୁମାର ଶର୍ମା ଭେଟିଦେବେ ଆଉ ଜଣେ ମହାନ କ୍ରିକେଟର!

ନୂଆଦିଲ୍ଲୀ,୧୯।୬: ବିରାଟ କୋହଲି ପ୍ରାୟତଃ ସୋସିଆଲ ମିଡିଆରେ ଶିରୋନାମାରେ ରହିଥାଆନ୍ତି। ପୁଣିଥରେ ଏହି ଭାରତୀୟ ବ୍ୟାଟସମ୍ୟାନ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। କିନ୍ତୁ, ଏଥର ତାଙ୍କ ଖେଳ...

ଘଟଣାର ସପ୍ତାହକ ପରେ କାର୍ଯ୍ୟାନୁଷ୍ଠାନ ଶୂନ: ନ୍ୟାୟ ଅପେକ୍ଷାରେ ପରିବାର ଲୋକେ

ଭଦ୍ରକ,୧୯ା୬(ସନାତନ ରାଉତ):  ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁଁ ସାହୁସାହି ୧୧ନମ୍ବର ଓ୍ବାର୍ଡରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି...

‘ସବୁର ନେବୁ ହିସାବ,’ କାହିଁକି ଏମିତି ଧମକ ଦେଲେ ନେତାନ୍ୟାହୁ? ଡରିଲାଣି ଇରାନ

ଜେରୁଜେଲମ,୧୯।୬: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଗୁରୁବାର ସକାଳେ ଇରାନର ‘ଆତଙ୍କୀ ଏକଛତ୍ରବାଦୀ’ ବେର୍ଶେବାସ୍ଥିତ ସୋରୋକା ହସ୍ପିଟାଲ...

ଭଦ୍ରକ ଜିଲା ଗସ୍ତରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌: ଝାଡ଼ାବାନ୍ତି ବ୍ୟାପି ଥିବା ଅଞ୍ଚଳ ପରିଦର୍ଶନ

ଭଦ୍ରକ,୧୯ା୬(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଝାଡ଼ାବାନ୍ତି  ବ୍ୟାପି ଥିବା ବେଳେ ଗୁରୁବାର ସ୍ବାସ୍ଥ୍ୟ ବିଭାଗର କେନ୍ଦ୍ରୀୟ ରାଜ୍ୟ ଟିମ୍‌ ଭଦ୍ରକ ଜିଲା ଗସ୍ତରେ...

୨୪ ଜୁନରୁ ଏସବୁ ରାଶିର ଭାଗ୍ୟ ଖୋଲିବ, ଆକସ୍ମିକ ଧନଲାଭ ସାଙ୍ଗକୁ…

ଜ୍ୟୋତିଷଶାସ୍ତ୍ରରେ ଗୁରୁ ବୃହସ୍ପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଏ। ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ଧାର୍ମିକ କାର୍ଯ୍ୟ, ଶିକ୍ଷା, ଦାନ-ପୂଣ୍ୟ, ବୁଦ୍ଧି ଆଦିର କାରକ ବୋଲି...

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ: କ୍ରାଇମ୍‌ ସ୍ପଟରେ କ୍ରାଇମବ୍ରାଞ୍ଚ ଟିମ, ୧୦ ଜଣଙ୍କ ନିଆଗଲା …

ଭୁବନେଶ୍ୱର,୧୯।୬: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚର...

ବଚ୍ଚନ ପରିବାରରେ ସବୁକିଛି ଠିକ୍‌ ଚାଲିଛି ତ, ଅଭିଷେକଙ୍କ କ୍ରିପ୍ଟିକ୍‌ ପୋଷ୍ଟ ବଢାଉଛି ଚିନ୍ତା

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ନିକଟରେ କମେଡି ଫିଲ୍ମ ‘ହାଉସଫୁଲ ୫’ରେ ନଜର ଆସିଥିଲେ। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ନ ଥାନ୍ତି। ଏବେ...

ରାସ୍ତାକଡ଼କୁ ଓଲଟିଲା ପାଉଁଶ ବୋଝେଇ ହାଇଓ୍ବା

ବାରଙ୍ଗ,୧୯ା୬(ଲିଙ୍ଗରାଜ ରାଉତ): ଗୁରୁବାର ଭୋର୍‌ରୁ ପାଟପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି ଦ୍ରୁତଗାମୀ ପାଉଁଶ ବୋଝେଇ ହାଇଓ୍ବା। ସୌଭାଗ୍ୟବଶତଃ ଚାଳକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri