ବେଲଡ଼ିହା, ଜାମଶୂଳୀବାସୀ ଅବହେଳିତ: ଫାଇଲ୍‌ରେ ବନ୍ଧା ପଡ଼ିିଛି ରାଜସ୍ବ ଗ୍ରାମ ମାନ୍ୟତା

କପ୍ତିପଦା,୧୭ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ରାଜସ୍ବ ଗ୍ରାମରେ ରହିଛି ବେଲଡ଼ିହା ଓ ଜାମଶୂଳୀ ଗ୍ରାମ। ଏହି ୨ଟି ଗାଁ ବଡବିଶୋଳ ଗ୍ରାମଠାରୁ ପ୍ରାୟ ୫ କି.ମି ଦୂରତ୍ୱରେ ଅବସ୍ଥିତ। ସରକାରଙ୍କ ବିଭିନ୍ନ ଯୋଜନାର ସିଂହ ଭାଗ ବଡ଼ ବିଶୋଳ ନିକଟରେ ରହି ଯାଉଥିବାରୁ ଏହି ଦୁଇ ଗାଁର ଲୋକମାନେ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତିି। ଦୁଇ ଗ୍ରାମର ୯୦ ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ସେମାନେ ଭତ୍ତା, ଘର, ରାସ୍ତା ନିର୍ମାଣ, ପାନୀୟଜଳ, ବିଦ୍ୟୁତୀକରଣ ଓ ଶିକ୍ଷା କ୍ଷେତ୍ରରେ ପଛରେ ରହୁଛନ୍ତି। ଦୁଇ ଗ୍ରାମର ଜନସାଧାରଣ ୨୦୦୨ରୁ ରାଜସ୍ବ ଗ୍ରାମର ମାନ୍ୟତା ଦାବି କରି ଆସୁଛନ୍ତି। ପ୍ରଶାସନିକ ଅବହେଳା ପାଇଁ ଏହି ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଫାଇଲରେ ବନ୍ଧା ପଡ଼ିଛି।
ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନ ଥିବାରୁ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମର ଭାସ୍କର ଚନ୍ଦ୍ର ମହାକୁଡ଼, ପୁରୁଷୋତ୍ତମ ମହାକୁଡ଼, କାର୍ତ୍ତିକ ବାରିକ୍‌ ଓ ଭରତ ଭୂଷଣ ନାଏକ ପ୍ରମୁଖ କହିିଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଥିବାରୁ ସେମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ୨୦୧୨ ମେ ୧୭ ତାରିଖରେ ବାରିପଦା ସେଟେଲମେଣ୍ଟ ଅଫିସର, ଡେପୁଟି କଲେକ୍ଟର ରେଭିନ୍ୟୁଙ୍କୁ ଏହି ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବାକୁ ତାଙ୍କ ଚିଠି ନଂ. ୯୪୧ରେ ଦର୍ଶାଇଛନ୍ତି ା ଏହାର ନକଲ ମଧ୍ୟ କପ୍ତିପଦା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ା ଏଥିରେ ସ୍ଥାନ ନିରୀକ୍ଷଣ ଓ ମ୍ୟାପ ପ୍ରସ୍ତୁତି କରି ରିପୋର୍ଟ ପ୍ରଦାନ କରିବାକୁ ଉଲ୍ଲେଖ ରହିଛି ା ତତ୍କାଳୀନ ତହସିଲଦାର ଅମିନ ଓ ରାଜସ୍ବ ନିରୀକ୍ଷକଙ୍କ ସହିତ ସ୍ଥାନ ପରିଦର୍ଶନ କରିଥିଲେ ହେଁ କାର୍ଯ୍ୟରେ କିଛି ଅଗ୍ରଗତି ହୋଇ ନ ଥିବା ପୂର୍ବତନ ସରପଞ୍ଚ ଦଗଲ ସିଂ ଓ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭଗୀରଥି ଦେହୁରୀ ପ୍ରକାଶ କରିଛନ୍ତି ା ଏ ସଂକ୍ରାନ୍ତରେ ତକତ୍ାଳୀନ ଅତିରିକ୍ତ ଜିଲାପାଳ ଡାଇରେକ୍ଟର ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସର୍ଭେ, କଟକଙ୍କ ନିକଟକୁ ଚିଠି ପଠାଇବା ସହିତ ଏହାର ନକଲ ବାରିପଦା ସେଟେଲମେଣ୍ଟ ଅଫିସରଙ୍କୁ ପ୍ରଦାନ କରିଛନ୍ତି। ଗତ ୨୦୧୫ ଜାନୁୟାରୀ ୧୯ରେ ସେଟେଲମେଣ୍ଟ ଅଫିସର ଚିଠି ନଂ.-୧ରେ ମଧ୍ୟ ତୁରନ୍ତ ବିସିପି ରେକର୍ଡ ଦାଖଲ କରିବାକୁ ତହସିଲଦାର କପ୍ତିପଦାଙ୍କୁ ଚିଠି କରିଛନ୍ତି। ମାତ୍ର ବିଭାଗୀୟ ଅବହେଳା ପାଇଁ ଏହା ଫାଇଲ ଭିତରେ ବନ୍ଧା ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ପଦବୀ ଖାଲି ପଡ଼ିବା ଓ ବାରମ୍ବାର ବଦଳି ଏହାର ମୁଖ୍ୟ କାରଣ ବୋଲି ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ତହସିଲଠାରୁ ଆରମ୍ଭ କରି ଉପଜିଲାପାଳ ଓ ଜିଲାପାଳଙ୍କୁ ବହୁବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ପୁନଶ୍ଚ ଗ୍ରାମବାସୀ ଅଭିଯୋଗ ସମ୍ପର୍କରେ ଜିଲାପାଳ, ଉପଜିଲାପାଳ, କପ୍ତିପଦାଙ୍କୁ ଅବଗତ କରିବା ସହିତ ତୁରନ୍ତ ସର୍ଭେ କରି ରାଜସ୍ବ ଗ୍ରାମ ଘୋଷଣା ନ କଲେ ଗ୍ରାମବାସୀ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତିି ା ଏ ସଂକ୍ରାନ୍ତରେ କପ୍ତିପଦା ଅତିରିକ୍ତ ତହସିଲଦାର ଲକ୍ଷ୍ମୀଧର ନାୟକଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣି ନାହିଁ। ଅଭିଯୋଗ ପାଇଲେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri