ଆର୍ଥିକ ସଙ୍କଟ ଓ ଘରୋଇକରଣ ବିରୋଧରେ ବାମପନ୍ଥୀଙ୍କ ମିଳିତ ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

ବାରିପଦା ଅଫିସ,୧୬ା୧୦- ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ସରକାରଙ୍କ ଭୁଲ ଓ ବିପଜ୍ଜନକ ନୀତି ଯୋଗୁ ଦେଶରେ ଚରମ ଅର୍ଥନୈତିକ ସଙ୍କଟ, ମାନ୍ଦାବସ୍ଥା ତଥା ଦରଦାମ ଓ ବେକାରି ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରାଯାଇଛି। ଏହାକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ସଭା ଅନୁଷ୍ଠିତ ହୋଇଯାଇଛି। ସିପିଆଇର ତ୍ରିନାଥ ପାତ୍ର ଓ ସିପିଆଇ(ଏମ)ର ନନୀଗୋପାଳ ବ୍ରହ୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ ରାଜ୍ୟ ସହ-ସମ୍ପାଦକ ଡ.ପ୍ରଶାନ୍ତ ମିଶ୍ର, ସିପିଆଇ ଜିଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସିପିଆଇ(ଏମ)ର ଜିଲା ସମ୍ପାଦକ ରବି ଗୋସ୍ବାମୀ, ପୂର୍ବତନ ସମ୍ପାଦକ ହୀରାମୋହନ ଦାଶ, ହୃଷୀକେଶ ସାହୁ, ବଳରାମ ମହାନ୍ତ, ସିଆଇଟିୟୁର ସମ୍ପାଦକ ଅମଲ ଦେ, କ୍ଷେତ ମୂଲିଆର ସଭାପତି ହରିଶ ଚନ୍ଦ୍ର ସିଂ, କୃଷକ ସଭା ସମ୍ପାଦକ ମାଧବ ସିଂ, କ୍ଷିତିଶ ସାମଲ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚୈତନ୍ୟ ପୂର୍ତ୍ତିି, ରଥ ସିଂ, ଶ୍ୟାମଲେନ୍ଦୁ ସିଂ, କରୁଣାକର ମୁର୍ମୁ, ଗୋପବନ୍ଧୁ ସିଂ, ଫାତୁ ମୁର୍ମୁ, ନଳିନୀ କୁମାର ଦାସ, ଚିତ୍ତରଞ୍ଜନ ବାରିକ, ଶ୍ରୀକାନ୍ତ ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri