ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକା ଘଟଣା: ଏମ୍ପି ଓ ବିଧାୟକଙ୍କ ନାଁରେ ମାମଲା
ରାଇରଙ୍ଗପୁର,୧୦ା୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟର ପ୍ରକଳ୍ପ ପ୍ରଶାସକ (ପିଏ)ଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ମୟୂରଭଞ୍ଜ ଏମ୍ପି ଇଂ.ବିଶ୍ୱେଶ୍ୱର ଟୁଡୁ ଏବଂ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ଉପସ୍ଥିତିରେ ଗୁରୁବାର ସମର୍ଥକଗଣ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା…
ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ
ରାସଗୋବିନ୍ଦପୁର,୯।୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୂଷାମାରୀ ଗ୍ରାମର ମିଣ୍ଟୁ ତରେଇ। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।…
କାର୍ ଧକ୍କାରେ ବାଳକ ମୃତ: କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
ରାଇରଙ୍ଗପୁର,୯ା୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅନ୍ତର୍ଗତ ପାଶନା ଗ୍ରାମରେ ମଙ୍ଗଳବାର ଏକ କାର୍ ଦୁର୍ଘଟଣାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି ଧାରଣାରେ ବସିଥିଲେ। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ…
୧୩ ଦିନ ପରେ ଭୀମକୁଣ୍ଡରୁ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା
ଠାକୁରମୁଣ୍ଡା,୯ା୧(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅଧୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ବୁଲି ଆସି ପାଣିରେ ଭାସି ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ୧୩ ଦିନ ପରେ ଉଦ୍ଧାର ହୋଇଛି। ମୃତକ ହେଲେ ପଶ୍ଚିମବଙ୍ଗ ଦୀଘା ଅଞ୍ଚଳ ମୈତ୍ରୀପୁରର ଓଁକାର ସମବାୟ…
ବାରିପଦା ଜଗନ୍ନାଥ ମନ୍ଦିରକୁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବାରିପଦା ଅଫିସ,୮।୧- ବାରିପଦା ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ବାରିପଦା ବାଙ୍କୀସୋଲଠାରେ ଅଦାନି-କିସ ଆବାସିକ ବିଦ୍ୟାଳୟ ଉଦ୍ଘାଟନ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଥିସହ ମୟୂରଭଞ୍ଜ…
ବଡ଼ସାହିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ
ବଡ଼ସାହି,୮।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ଡାକରାର ମିଶ୍ରିତ ପ୍ରଭାବ ଦେଖାଦେଇଛି। ବ୍ଲକ କଂଗ୍ରେସର ବଡ଼ସାହି ଜୋନ୍ ସଭାପତି ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପିକେଟିଂ ପୂର୍ବକ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ…
ହାତୀ ଶାବକ ଜନ୍ମ , ଗ୍ରାମବାସୀ ଭୟଭୀତ
ବାଙ୍ଗିରିପୋଷି,୮ା୧(ଡ଼ି.ଏନ୍.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ଓ ଗୋଲାମୁଣ୍ଢାକଟା ଆଦି ୪ଟି ପଞ୍ଚାୟତରେ ହାତୀପଲ ଉପଦ୍ରବ ଚଳାଇ ବିପୁଳ ଫସଲ ନଷ୍ଟ କରିଛନ୍ତି। ତେବେ ଏହି ହାତୀ ପଲ ମଧ୍ୟରୁ ଏକ ମାଈ ହାତୀ ଗୋଟିଏ ଶାବକ ଜନ୍ମ ଦେଇଥିବାରୁ ସ୍ଥାନୀୟ…
ଧର୍ମଘଟ ପାଇଁ ମୟୂରଭଞ୍ଜ ଜିଲାରେ ସ୍କୁଲ, କଲେଜ ଛୁଟି
ବାରିପଦା ଅଫିସ,୮ା୧- ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ବୁଧବାର ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଜିଲାର ସମସ୍ତ ସ୍କୁଲ, କଲେଜକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି। ଏନେଇ…
ବୀମା ପରିସରଭୁକ୍ତ ହେଲେ ସେବାୟତ
ବାରିପଦା ଅଫିସ,୮ା୧- ସବୁବେଳେ ଅବହେଳିତ ହୋଇ ପଡ଼ି ରହିଥିବା ଦେବୋତ୍ତର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତର ଦିନକ ପୂର୍ବରୁ ସଜବାଜ କରିଛି ଜିଲା ପ୍ରଶାସନ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଜିଲାର ୧୦ଟି ମନ୍ଦିର ଓ ୧୦ଟି ମଠରେ ପୂଜା…
ବଦଳିଲେ ଟାଉନ ଥାନା ଅଧିକାରୀ
ବାରିପଦା ଅଫିସ,୭ା୧- ଦୀର୍ଘ ଦିନର ଦାବି ପରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ବଦଳିଛନ୍ତି। ତାଙ୍କ ସ୍ଥାନରେ ବହଳଦା ଥାନା ଇନ୍ସପେକ୍ଟର ବୀରେନ୍ଦ୍ର ସେନାପତି ସୋମବାର ଟାଉନଥାନାର ନୂତନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ…
ଦନ୍ତା ଉତ୍ପାତ, ସନ୍ଧ୍ୟା ହେଲେ ରାସ୍ତା ଶୂନଶାନ
କୁଆମରା,୭ା୧(ଡ଼ି.ଏନ୍.ଏ.)- ବାଟବଣା ହୋଇ ଘୁରି ବୁଲୁଥିବା ଦନ୍ତା ଉତ୍ପାତ ଆରମ୍ଭ କରିଛି। ଗୋପବନ୍ଧୁ ନଗର ଓ ବଡସାହି ବ୍ଲକ ସୀମା କାହ୍ନୁପୁରା ଜଙ୍ଗଲରେ ୫ ଦିନ ହେବ ଦନ୍ତାଟି ରହୁଛି। ରାତି ହେଲେ ଆଖପାଖ ଗ୍ରାମରେ ଉତ୍ପାତ କରୁଛି। ଫଳରେ ସନ୍ଧ୍ୟା…
କପ୍ତିପଦା ତହସିଲ୍ ଆଗରେ ବିକ୍ଷୋଭ
କପ୍ତିପଦା,୭ା୧(ଡ଼ି.ଏନ୍.ଏ.)- ଅଲ୍ ଇଣ୍ଡିଆ କିଷାନ୍ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍ଏସ୍) ପକ୍ଷରୁ କପ୍ତିପଦା ତହସିଲଦାରଙ୍କ ଅଫିସ୍ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା, ପୁରୁଷ, ଛୋଟଛୋଟ ପିଲାମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ବିକ୍ଷୋଭ ପୂର୍ବରୁ…
Archives


