ମଧ୍ୟାହ୍ନଭୋଜନ ପାଚିକା, ସହାୟିକା ସଂଘ ସମାବେଶ
କୋଷ୍ଠା,୨୪ା୨(ଡି.ଏନ୍.ଏ.)- ଶୂଳିଆପଦା ବ୍ଲକ ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକା ସଂଘର ଏକ ସମାବେଶ କୋଷ୍ଠାସ୍ଥିତ ଉଦୟନାଥ ଆଇଟିଆଇ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦିକା ଅନ୍ନଦା ଧଳଙ୍କ ଆହ୍ବାନ କ୍ରମେ ଆୟୋଜିତ ସମାବେଶରେ ଶତାଧିକ ସଦସ୍ୟା ଯୋଗ ଦେଇଥିଲେ। ଏଥିରେ ଭାରତୀୟ…
ଡେଲିଭରି ବୟଠାରୁ ଠକିନେଲେ ୮ମୋବାଇଲ
ବାରିପଦା ଅଫିସ, ୨୩।୨-ବାରିପଦା ଟାଉନରେ ଜଣେ ଡେଲିଭରି ବୟଠାରୁ ଦୁଇ ଜଣ ଯୁବକ ୮ମୋବାଇଲ ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଯାଜପୁର ଓ ଭୁବନେଶ୍ୱରରୁ…
ଆବାସ ଯୋଜନା ଟଙ୍କା ପାଇଁ ବଚସା: ପୁଅ ଠେଙ୍ଗା ମାଡ଼ରେ ବାପା ମୃତ
ବାରିପଦା ଅଫିସ,୨୨।୨: ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ଡୋଭାଗାଁ ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ପୁଅ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପାଳ ନାଏକ (୫୫)।…
ପୋଖରୀରେ ପଶିଲା ଗାଡ଼ି: ୪ ବର୍ତ୍ତିଲେ
ଉଦଳା,୨୨ା୨(ଡ଼ି.ଏନ୍.ଏ.)- ଉଦଳା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଚାରି ଚକିଆ ଗାଡ଼ି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଗୋଟିଏ ପରିବାରର ୪ ସଦସ୍ୟ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଉଦଳା ମଣିନାଗେଶ୍ୱର ମନ୍ଦିର ନିକଟରେ…
ମା’ଝିଅଙ୍କୁ ମାଡ଼ ମାରି ଫରେଷ୍ଟଗାର୍ଡ ନିଲମ୍ବିତ
ଠାକୁରମୁଣ୍ଡା,୨୨ା୨(ଡ଼ି.ଏନ୍.ଏ.)- କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜର ବାରାହାପଣପୋଷି ଗ୍ରାମର ଜନୈକା ମହିଳା ଓ ତାଙ୍କର ଗର୍ଭବତୀ ଝିଅଙ୍କୁ ଜଙ୍ଗଲରୁ କାଠ ଚୋରି ଅଭିଯୋଗରେ ଜଣେ ମହିଳା ଫରେଷ୍ଟ ଗାର୍ଡ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ…
ଜାଗରରେ ମନ୍ଦିର ଯାଉଥିବା ବେଳେ ଅଘଟଣ: ପୋଖରୀକୁ ଓଲଟିଲା ଗାଡ଼ି
ଉଦଳା,୨୧।୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ଏକ ପୋଖରୀ ଭିତରକୁ ଶୁକ୍ରବାର ଗୋଟିଏ ଭ୍ୟାନ୍ ଓଲଟି ପଡିଛି। ସେଥିରେ ଥିବା ୪ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉଦଳାର ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ ରହୁଥିବା ସଞ୍ଜିତ କୁମାର ସାହୁ ସକାଳେ ଶିବରାତ୍ରି…
ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା
ବାରିପଦା ଅଫିସ, ୨୧ା୨- ବାରିପଦା ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ (ଏମ୍ିପିସି)ରେ ଖାଲି ପଡ଼ିଥିବା ଅଧ୍ୟାପକ ପୂରଣ ଦାବିରେ ଗୁରୁବାର ମାରିସା ସେନା ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେନାର କର୍ମକର୍ତ୍ତାମାନେ ମୁଖ୍ୟ ଫାଟକରେ ତାଲା ପକାଇ…
ମହିଳାଙ୍କୁ ପିଟି ହତ୍ୟା: ୩ ଅଟକ
କପ୍ତିପଦା,୨୦ା୨(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଶରତ ଥାନା ଅଧୀନ ରୁଗୁଡି ଗ୍ରାମର ଜଣେ ଯୁବକ ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଜିରୋ ସଏ । ମୃତକଙ୍କ ମାଆ ଗୁରୁବାରୀ…
ପରୀକ୍ଷାରୁ ବଞ୍ଚିତ ୨୫ ଛାତ୍ରୀଛାତ୍ର
ବାରିପଦା ଅଫିସ/ ଚିତ୍ରଡ଼ା,୨୦ା୨(ଡି.ଏନ୍.ଏ.)- ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲାର ୧୮୦ଟି କେନ୍ଦ୍ରରେ ୩୭୧୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୪୩୫ ଜଣ ପ୍ରଥମ ଭାଷା ପରୀକ୍ଷା ଦେଇଥିଲେ। ୧୭୦୧ ପରୀକ୍ଷାର୍ଥୀ…
ପିଆର୍ଏମ୍ ମେଡ଼ିକାଲ୍ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ
ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍ (ପିଆରଏମ୍)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ମେଡ଼ିକାଲ ଆଗରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ଅଧୀକ୍ଷକଙ୍କୁ…
ବାରିପଦାରେ ନକଲି ଆର୍ଆଇ ଅଟକ
ବାରିପଦା ଅଫିସ,୨୦ା୨- ମୟୂରଭଞ୍ଜ ଜିଲା ବାରିପଦା ସର୍କଲ-୧ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ବୁଧବାର ରାତିରେ ଜଣେ ନକଲି ଆର୍ଆଇଙ୍କୁ ଟାଉନ ଥାନା ପୋଲିସ କାବୁ କରିଛି। ତାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି। ପୋଲିସ ସୂଚନା…
ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ
ବାରିପଦା ଅଫିସ, ୧୯ା୨- ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନୋମୁଖୀ ପରୀକ୍ଷା ଫି’ ବୁଦ୍ଧିକୁ ମଙ୍ଗଳବାର ଛାତ୍ରୀଛାତ୍ରମାନେ ବିରୋଧ କରିଛନ୍ତି। ଦୁଇ ଦିନ ଭିତରେ ଏହାର ସମାଧାନ କରା ନ ଗଲେ ଗୁରୁବାର ବିଶ୍ୱ ବିଦ୍ୟାଳୟ ଆଗରେ ଧାରଣା ଦେବେ…

