କପ୍ତିପଦା ତହସିଲ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୭ା୧(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ପକ୍ଷରୁ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା, ପୁରୁଷ, ଛୋଟଛୋଟ ପିଲାମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ବିକ୍ଷୋଭ ପୂର୍ବରୁ ସ୍ଥାନୀୟ ଗାନ୍ଧୀ ଛକଠାରୁ ହାତରେ ପ୍ଲାକାର୍ଡ଼, ବ୍ୟାନର୍‌ ଧରି ଦଖଲୀକୃତ ଜମିକୁ ପଟ୍ଟା ଦିଅ, ଏନ୍‌କ୍ରୋଚ୍‌ମେଣ୍ଟ୍‌ ଫାଇନ୍‌ ବନ୍ଦ କର ଆଦି ଦାବି ନେଇ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସମବେତ ହୋଇଥିଲେ। ଏଆଇକେକେଏମ୍‌ଏସ୍‌ର ମୟୂରଭଞ୍ଜ ଜିଲା କମିଟି-୨ର ସଭାପତି କମ୍ରେଡ ସାଦ ବଦ୍ରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ମୁଖ୍ୟବକ୍ତାଭାବେ ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ଯୋଗଦେଇ ପୁରୁଷାନୁକ୍ରମେ ଦଖଲ କରିଆସୁଥିବା ଆଦିବାସୀମାନଙ୍କ ଜମି ସେମାନଙ୍କ ନାମରେ ପଟ୍ଟା ଦେବା ପରିବର୍ତ୍ତେ ବନୀକରଣ, ଶିଳ୍ପାୟନ ଆଦି ନାଁରେ କିଭଳି ଭାବେ ସେମାନଙ୍କ ଭିଟାମାଟିରୁ ଉଚ୍ଛେଦ କରାଯାଉଛି, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ସେମାନଙ୍କ ଜମି ପଟ୍ଟା ଦେବା ଦାବିରେ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲା ସମ୍ପାଦକ କମ୍ରେଡ ବାଙ୍ଗରା ଉଗ୍ରସାଣ୍ଡି, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ୍‌)ର କପ୍ତିପଦା ଆଞ୍ଚଳିକ କମିଟିର ସମ୍ପାଦକ ତଥା ବରିଷ୍ଠ କୃଷକ ନେତା କମ୍ରେଡ ଶ୍ୟାମ ବାନରା, ସୁବୁଦ୍ଧିଆ ହାଇବୁରୁ, ଯୁବରାଜ ସାମାଡ଼ ଓ ଉଦୟ ସାମାଡ଼ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ୬ଦଫା ଦାବି ସମ୍ବଳିିତ ଏକ ସ୍ମାରକପତ୍ର କପ୍ତିପଦା ତହସିଲଦାରଙ୍କୁ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ…

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

‘ହିତାଧିକାରୀଙ୍କୁ ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ୱର,୧୨ା୬: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri