ବାରିପଦା ଅଫିସ,୭ା୧- ଦୀର୍ଘ ଦିନର ଦାବି ପରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ବଦଳିଛନ୍ତି। ତାଙ୍କ ସ୍ଥାନରେ ବହଳଦା ଥାନା ଇନ୍ସପେକ୍ଟର ବୀରେନ୍ଦ୍ର ସେନାପତି ସୋମବାର ଟାଉନଥାନାର ନୂତନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ଏଠାରେ କାର୍ଯ୍ୟରତ ଇନ୍ସପେକ୍ଟର ନାୟକଙ୍କୁ ବେତନଟୀ ଥାନାକୁ ବଦଳି କରାଯାଇଛି। ବାରିପଦା ଟାଉନ ଥାନା ଅଞ୍ଚଳରେ ଚୋରି, ଡକାୟତି ଭଳି ଘଟଣା ନିୟମିତ ଘଟୁଥିଲା । ହେଲେ ଟାଉନ ଥାନା ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ପାରୁ ନ ଥିଲା । ଫଳରେ ଥାନା ଅଧିକାରୀ ନାୟକଙ୍କ ବଦଳି ଦାବି ଜୋର ଧରିଥିଲା । ଗତ ଡିସେମ୍ବର ୧୨ ତାରିଖରେ ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଜିଲାର ବିଭିନ୍ନ ଥାନା ସହିତ ବାରିପଦା ଟାଉନ ଥାନା ଅଧିକାରୀ ନାୟକଙ୍କୁ ବଦଳି କରିଥିଲେ।
ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର
ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…
Archives

