ଦିବ୍ୟାଙ୍ଗ ହୋଇ ବି ସକ୍ଷମ

ବାରିପଦା ଅଫିସ,୩ା୧୨- ଜନ୍ମରୁ ଦୁନିଆର ଆଲୋକ ଦେଖି ପାରି ନ ଥିବା କୁନି ଝିଅ ମନରେ ଅସୁମାରୀ ସ୍ବପ୍ନ। ବଡ଼ ହେଲେ ଅନ୍ୟର ସାହାରା ନ ନେଇ ସମାଜରେ ଉଦାହରଣ ସାଜିବେ ବୋଲି ଦୃଢ଼ ଇଛା ଶକ୍ତି ରଖିଛନ୍ତି ସେ। ନିଜ ଭାଇର ସାହାରାରେ ଆଗକୁ ବଢ଼ୁଥିବା ଏହି ଉଚ୍ଚମନା ଝିଅ ହେଲେ ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଣିମହୁଲୀ ପଞ୍ଚାୟତ ଅନ୍ତର୍ଗତ ପଣ୍ଡୁପାଳ ଗ୍ରାମର ମାଳତୀ ହେମ୍ବ୍ରମ। ୧୩ ବର୍ଷ ବୟସ୍କ ମାଳତୀ ନିତ୍ୟକର୍ମ ସହ ପାଠପଢ଼ାରେ ବେଶ୍‌ ଆଗ୍ରହ ରଖନ୍ତି। ଦିବ୍ୟାଙ୍ଗ ହୋଇବି ସେ ସବୁ କ୍ଷେତ୍ରରେ ପାରଙ୍ଗମ ହୋଇ ପାରିଛନ୍ତି।
ନିପଟ ମଫସଲରେ ଜନ୍ମ ହୋଇଥିବା ମାଳତୀ ଦୃଷ୍ଟିହୀନ। ପରିବାର କହିଲେ ବାପା ସାଇବା, ମା’ ମୀରୁ, ଭାଇ ରାଜୁ ଓ ସେ। ଦିବ୍ୟାଙ୍ଗ ମାଳତୀଙ୍କୁ ସ୍ନେହଶ୍ରଦ୍ଧାରେ ମାତାପିତା କେବେ ବି ଉଣା କରିନାହାନ୍ତି ା ଗାଁରେ ଥିବା ସରକାରୀ ପ୍ରାଥମିକ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି। ଭାଇ ରାଜୁଙ୍କ ହାତ ଧରି ପ୍ରତିଦିନ ସ୍କୁଲକୁ ଯାଉଛନ୍ତିି। ସ୍କୁଲରେ ନାମ ଲେଖାଇବା ପରେ ପ୍ରଥମେ ପାଠପଢ଼ାରେ ସାମାନ୍ୟ ଅସୁବିଧା ହେଉଥିଲା। ଏବେ ସବୁ ଠିକଠାକ୍‌ ଚାଲିଥିବା ବେଳେ ପଢ଼ା ପ୍ରତି ତାଙ୍କ ଆଗ୍ରହ ବୃଦ୍ଧି ପାଇଛି। ସ୍କୁଲର ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ଗୀତ, ନାଚ ଓ ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରରେ ଆଗଭର ହୋଇ ଅଂଶ ଗ୍ରହଣ କରୁଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ପାଲ କହିିଛନ୍ତି। ରଙ୍ଗ ଓ ଆଲୋକ ଦେଖିପାରୁ ନ ଥିଲେ ମଧ୍ୟ ସମସ୍ତ ଜିନିଷକୁ ଛୁଇଁ ଅନୁମାନ କରିପାରୁଛନ୍ତି। ସାଙ୍ଗସାଥି ଓ ଭାଇଙ୍କ ସହ ଖେଳାବୁଲା କରୁଛନ୍ତି। ଭାଇ ରାଜୁ ତାଙ୍କ ପାଇଁ ସବୁକିଛି। ତାଙ୍କରି ଆଖିରେ ସେ ଦୁନିଆ ଦେଖୁଥିବା ମାଳତୀ କହିଛନ୍ତି। ଆଦିବାସୀ ପର୍ବପର୍ବାଣୀ ଓ ପରମ୍ପରାରେ ହେଉଥିବା ନୃତ୍ୟର ତାଳ ସହ ପାଦରେ ପାଦ ମିଶାଇ ସେ ନାଚିଥାନ୍ତି ା ତେବେ କୌଣସି ଦିବ୍ୟାଙ୍ଗ ନିଜକୁ ଅସହାୟ ନମଣି ସାହସ ଓ ଇଚ୍ଛାଶକ୍ତି ଦ୍ୱାରା ଆଗକୁ ବଢ଼ିବାକୁ ସେ ପ୍ରେରଣା ଦେଇ ଚାଲିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri