ବାସନା ଧାନରେ ମହକୁଛି ଗାଁ ଦାଣ୍ଡ

ବାରିପଦା ଅଫିସ,୧ା୧୨-ବାସନା ଧାନରେ ମହକୁଛି ଗାଁ ଦାଣ୍ଡ। ସୁଗନ୍ଧରେ ଫାଟି ପଡ଼ୁଛି ପରିବେଶ। ଯାହାଙ୍କ ପାଇଁ ଏହା ସମ୍ଭବ ହୋଇଛି ସେ ଜଣେ ମହିଳା ଚାଷୀ। ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳବାସୀଙ୍କୁ ଚାଷର ପ୍ରଣାଳୀ ଜଣାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଭଳି ସଫଳତା ହାସଲ କରିଥିବା ମହିଳା ଚାଷୀ ହେଲେ ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ବାଲିଡ଼ିହା ପଞ୍ଚାୟତ ଅଧୀନ କିଶାନହାଡ଼ି ଗ୍ରାମର ମାଲକ୍‌ମଣି ସିଂ। ଜୈବିକ ସାର ଏବଂ ଔଷଧ ପ୍ରୟୋଗ କରି ବର୍ଷକୁ ସେ ୪୦ କୁଇଣ୍ଟାଲ ବାସନା ଧାନ ଅମଳ ସହ ୫୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି।
ଚାଷ ପ୍ରତି ତାଙ୍କର ପିଲାବେଳୁ ଆଗ୍ରହ ଥିଲା ା ଏକ ଚାଷୀ ପରିବାରରେ ସେ ବିବାହ କରିଥିଲେ। ସ୍ବାମୀଙ୍କ ୭/୮ ଏକ ଜମିରେ ଧାନ ଓ ରବି ଋତୁରେ ମୁଗ ତଥା ପନିପରିବା ଚାଷ ହେଉଥିଲା। ଜଳସେଚନର ସେମିତି ଉପଯୁକ୍ତ ସୁବିଧା ନ ଥିବାରୁ ଧାନ ପରେ ମୁଗ ଚାଷ କରୁଥିଲେ। ତେବେ କୃଷି ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ନେଇ ଜୈବିକ ଉପାୟରେ ଚାଷ ପାଇଁ ମାଲକ୍‌ମଣି ମନ ବଳାଇଥିଲେ। ଚାଷରେ ଭଲ ଅମଳ ପାଇଁ ସେ ଜୈବିକ ସାର ବ୍ୟବହାର କରୁଥିବା ବେଳେ ରୋଗ ପୋକ ପାଇଁ ଜୈବ ଔଷଧ ପ୍ରୟୋଗ କରିଥିଲେ।
ସହକାରୀ କୃଷି ଅଧିକାରୀ ସୁଧାଂଶୁ ପଣ୍ଡା ମୁଗ ଚାଷ ପାଇଁ ସରକାରୀ ସୁବିଧା ସୁଯୋଗ ହିସାବରେ ତାଙ୍କୁ ବିହନ, ଜୈବିକ ସାର ଓ ଔଷଧ ଯୋଗାଇ ଦେଇଥିଲେ। ବିନା ତାଲିମରେ ଆଶାତୀତ ଫସଲ ମଧ୍ୟ ଅମଳ ହୋଇଥିଲା। ମୁଗରେ ସାର ପ୍ରୟୋଗ କରୁ ନ ଥିବା ବେଳେ ଧାନ ଚାଷରେ ସାର ପ୍ରୟୋଗ କରିଥିଲେ। ମାଲକମଣିଙ୍କ ଚାଷ ପ୍ରତି ଆଗ୍ରହ ବଢ଼ିବାରୁ କନକ ବାୟୋସାଇନ୍ସ ଓ ରିସର୍ଚ୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡ.ଦୀପକ ସାହୁ ଓ ସହକାରୀ କୃଷି ଅଧିକାରୀ ବାସନା ଧାନ ଚାଷ ବିଷୟରେ ତାଙ୍କୁ ବୁଝାଇଥିଲେ। ସମ୍ପୂର୍ଣ ଜୈବିକ ଉପାୟରେ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ବିନା ରାସାୟିନକ ସାରରେ ଫସଲ ଅମଳକୁ ନେଇ ଦ୍ୱନ୍ଦରେ ପଡ଼ିବା ସହିତ ଦୃଢ଼ତାର ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। କୌଣସି ସମସ୍ୟା ଉପୁଜିଲେ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ଗ୍ରହଣ କରୁଥିଲେ। ଫସଲର ସୁରକ୍ଷା ନିମନ୍ତେ ଫସଲ ସୁରକ୍ଷା ଅଧିକାରୀ ଡ. ମନୋଜ ଚାନ୍ଦଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରୁଥିଲେ। ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ନେଇ ଜୈବିକ ଉପାୟରେ ଚାଷ ପାଇଁ ବିଭିନ୍ନ ଆନୁସଙ୍ଗିକ ସାମଗ୍ରୀ ଯଥା- ଜିଆଖତ, ଜୈବିକ ଖତ, ସଢା ଜୈବାଂଶ ଏବଂ ବେଲ, ତୁଳସୀ, ଅରଖ, ନିମ୍ବ ଓ କରଞ୍ଜ ପତ୍ରରୁ ଜୈବିକ ଔଷଧ ତିଆରି କରିଥିଲେ। ତାଙ୍କଠାରୁ ପ୍ରେରଣା ପାଇ ଗ୍ରାମର ମହିଳାପୁରୁଷମାନେ ତାଲିମ ନେଇ ଅଞ୍ଚଳରେ ବାସନା ଧାନ ଚାଷ କରି ଭଲ ରୋଜଗାର କରି ପାରୁଛନ୍ତି। ସରକାରୀସ୍ତରରେ ଉପଯୁକ୍ତ ତାଲିମ ଯୋଗାଇ ଦିଆଗଲେ ନୂଆ ପ୍ରଣାଳୀରେ ଚାଷ କରିବେ ବୋଲି ମାଲକମଣି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri