ବାସନା ଧାନରେ ମହକୁଛି ଗାଁ ଦାଣ୍ଡ

ବାରିପଦା ଅଫିସ,୧ା୧୨-ବାସନା ଧାନରେ ମହକୁଛି ଗାଁ ଦାଣ୍ଡ। ସୁଗନ୍ଧରେ ଫାଟି ପଡ଼ୁଛି ପରିବେଶ। ଯାହାଙ୍କ ପାଇଁ ଏହା ସମ୍ଭବ ହୋଇଛି ସେ ଜଣେ ମହିଳା ଚାଷୀ। ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳବାସୀଙ୍କୁ ଚାଷର ପ୍ରଣାଳୀ ଜଣାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଭଳି ସଫଳତା ହାସଲ କରିଥିବା ମହିଳା ଚାଷୀ ହେଲେ ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ବାଲିଡ଼ିହା ପଞ୍ଚାୟତ ଅଧୀନ କିଶାନହାଡ଼ି ଗ୍ରାମର ମାଲକ୍‌ମଣି ସିଂ। ଜୈବିକ ସାର ଏବଂ ଔଷଧ ପ୍ରୟୋଗ କରି ବର୍ଷକୁ ସେ ୪୦ କୁଇଣ୍ଟାଲ ବାସନା ଧାନ ଅମଳ ସହ ୫୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି।
ଚାଷ ପ୍ରତି ତାଙ୍କର ପିଲାବେଳୁ ଆଗ୍ରହ ଥିଲା ା ଏକ ଚାଷୀ ପରିବାରରେ ସେ ବିବାହ କରିଥିଲେ। ସ୍ବାମୀଙ୍କ ୭/୮ ଏକ ଜମିରେ ଧାନ ଓ ରବି ଋତୁରେ ମୁଗ ତଥା ପନିପରିବା ଚାଷ ହେଉଥିଲା। ଜଳସେଚନର ସେମିତି ଉପଯୁକ୍ତ ସୁବିଧା ନ ଥିବାରୁ ଧାନ ପରେ ମୁଗ ଚାଷ କରୁଥିଲେ। ତେବେ କୃଷି ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ନେଇ ଜୈବିକ ଉପାୟରେ ଚାଷ ପାଇଁ ମାଲକ୍‌ମଣି ମନ ବଳାଇଥିଲେ। ଚାଷରେ ଭଲ ଅମଳ ପାଇଁ ସେ ଜୈବିକ ସାର ବ୍ୟବହାର କରୁଥିବା ବେଳେ ରୋଗ ପୋକ ପାଇଁ ଜୈବ ଔଷଧ ପ୍ରୟୋଗ କରିଥିଲେ।
ସହକାରୀ କୃଷି ଅଧିକାରୀ ସୁଧାଂଶୁ ପଣ୍ଡା ମୁଗ ଚାଷ ପାଇଁ ସରକାରୀ ସୁବିଧା ସୁଯୋଗ ହିସାବରେ ତାଙ୍କୁ ବିହନ, ଜୈବିକ ସାର ଓ ଔଷଧ ଯୋଗାଇ ଦେଇଥିଲେ। ବିନା ତାଲିମରେ ଆଶାତୀତ ଫସଲ ମଧ୍ୟ ଅମଳ ହୋଇଥିଲା। ମୁଗରେ ସାର ପ୍ରୟୋଗ କରୁ ନ ଥିବା ବେଳେ ଧାନ ଚାଷରେ ସାର ପ୍ରୟୋଗ କରିଥିଲେ। ମାଲକମଣିଙ୍କ ଚାଷ ପ୍ରତି ଆଗ୍ରହ ବଢ଼ିବାରୁ କନକ ବାୟୋସାଇନ୍ସ ଓ ରିସର୍ଚ୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡ.ଦୀପକ ସାହୁ ଓ ସହକାରୀ କୃଷି ଅଧିକାରୀ ବାସନା ଧାନ ଚାଷ ବିଷୟରେ ତାଙ୍କୁ ବୁଝାଇଥିଲେ। ସମ୍ପୂର୍ଣ ଜୈବିକ ଉପାୟରେ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ବିନା ରାସାୟିନକ ସାରରେ ଫସଲ ଅମଳକୁ ନେଇ ଦ୍ୱନ୍ଦରେ ପଡ଼ିବା ସହିତ ଦୃଢ଼ତାର ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। କୌଣସି ସମସ୍ୟା ଉପୁଜିଲେ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ଗ୍ରହଣ କରୁଥିଲେ। ଫସଲର ସୁରକ୍ଷା ନିମନ୍ତେ ଫସଲ ସୁରକ୍ଷା ଅଧିକାରୀ ଡ. ମନୋଜ ଚାନ୍ଦଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରୁଥିଲେ। ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ନେଇ ଜୈବିକ ଉପାୟରେ ଚାଷ ପାଇଁ ବିଭିନ୍ନ ଆନୁସଙ୍ଗିକ ସାମଗ୍ରୀ ଯଥା- ଜିଆଖତ, ଜୈବିକ ଖତ, ସଢା ଜୈବାଂଶ ଏବଂ ବେଲ, ତୁଳସୀ, ଅରଖ, ନିମ୍ବ ଓ କରଞ୍ଜ ପତ୍ରରୁ ଜୈବିକ ଔଷଧ ତିଆରି କରିଥିଲେ। ତାଙ୍କଠାରୁ ପ୍ରେରଣା ପାଇ ଗ୍ରାମର ମହିଳାପୁରୁଷମାନେ ତାଲିମ ନେଇ ଅଞ୍ଚଳରେ ବାସନା ଧାନ ଚାଷ କରି ଭଲ ରୋଜଗାର କରି ପାରୁଛନ୍ତି। ସରକାରୀସ୍ତରରେ ଉପଯୁକ୍ତ ତାଲିମ ଯୋଗାଇ ଦିଆଗଲେ ନୂଆ ପ୍ରଣାଳୀରେ ଚାଷ କରିବେ ବୋଲି ମାଲକମଣି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri