ମରାମତି ନ ହେଲେ ଆନ୍ଦୋଳନ
ସାରସକଣା,୨୬ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ବର୍ଷେ ହେଲା ଏହି ରାଜପଥର ଝାରପୋଖରିଆ ନିକଟସ୍ଥ ଓଭରବ୍ରିଜ୍ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହି ରାସ୍ତାଟି ଝାରପୋଖରିଆସ୍ଥିତ ବିଦ୍ୟାଳୟ ଏବଂ ଦୁଇଟି ମହାବିଦ୍ୟାଳୟକୁ…
ଖଟିଆରେ ବୁହାହେଲେ ରୋଗୀ
ବାରିପଦା ଅଫିସ/ କୁଳିଅଣା,୨୬ା୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜିଆଣି ସାହି(ପଳାଶବଣି) ଗ୍ରାମର ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ନାଳ ପାରି କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ଚର୍ଚ୍ଚାର ବିଷୟ ହୋଇଛି।…
ବଢ଼ୁଛି ହାତୀ ଉପଦ୍ରବ: ପୁଣି ନେଲା ୨ ଜୀବନ
ମୋରଡ଼ା,୨୪।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ବନବିଭାଗ ଏହାକୁ ରୋକିବାରେ ଅସଫଳ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରୁଛନ୍ତି। ହାତୀ ଆକ୍ରମଣରେ ପୁଣି ଦୁଇଜଣଙ୍କ ମୃତ୍ୟୁ ଘଟଛି । ସୂଚନା…
ଶିମିଳିପାଳର ଆକର୍ଷଣ ଯୋରନ୍ଦା ଜଳପ୍ରପାତ
ବାରିପଦା ଅଫିସ,୨୪।୮: ବିଶ୍ୱ ବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ଏଠାକାର ସବୁଜ ପାହାଡ଼ରୁ ଝରି ପଡୁଥିବା ଜଳପ୍ରପାତର ମନୋରମ ଦୃଶ୍ୟକୁ ଦେଖି ଲୋକେ ବେଶ ଆନନ୍ଦିତ ହୋଇଥାନ୍ତି। ଏହି ଭଳି ଏକ ଦୃଶ୍ୟକୁ…
କାନ୍ଥ ପଡ଼ି ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ
ବାରିପଦା ଅଫିସ,୨୩।୮: କାନ୍ଥ ପଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ବର୍ଷର ଶିଶୁ ପୁତ୍ର ଏବଂ ମା’। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଳକ ଅଧୀନ ଉଦଳା ଥାନା…
ମର୍ନିଂୱାକ ବେଳେ ଝାମ୍ପିନେଲେ ସୁନାଚେନ
ଉଦଳା,୨୧।୮(ଡି.ଏନ୍.ଏ.): ମର୍ନିଂଓ୍ବାକ ବେଳେ ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛନ୍ତି। ରବିବାର ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ଏନ୍ଏସି ଅଧୀନ ୩ ନମ୍ବର ୱାର୍ଡରେ। ୱାର୍ଡର ମିତାରାଣୀ ମଲ୍ଲିକ…
ଜଳ ନିଷ୍କାସନ ଲାଗି ରାସ୍ତା ଖୋଳିଦେଲେ
ବେତନଟୀ, ୨୧।୮: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇ ପଞ୍ଚାୟତ ଚାକୁଣ୍ଡାପଦାଠାରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ସମୟରେ ହୋମ୍ପାଇପ୍ କିମ୍ବା କଲ୍ଭର୍ଟ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ହେଲେ ଏଥିପ୍ରତି ଗୁରତ୍ୱ ଦିଆ ନ ଯିବାରୁ ପ୍ରତ୍ୟେକବର୍ଷ ବର୍ଷାଜଳ ଗ୍ରାମବାସୀଙ୍କ…
ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମାଗିବା ନେଇ ବିଇଓଙ୍କୁ ଘେରିଲା ଶିକ୍ଷକ ସଂଘ
ସାରସକଣା,୨୦ା୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜୁଲାଇ ୧୭ ତାରିଖ ଚିଠି ସଂଖ୍ୟା ୧୫୩୬ ଅନୁସାରେ ସିଆରସିସି ଚନ୍ଦନ ସାହୁଙ୍କୁ ବିଭିନ୍ନ ଘଟଣାକୁ ନେଇ ୩ ଦିନ ମଧ୍ୟରେ ଜଣାଇବା ପାଇଁ କାରଣ…
ଲଗାଣ ବର୍ଷା ମୟୂରଭଞ୍ଜକୁ ଆଣିଦେଲା ବିପତ୍ତି
ବାରିପଦା ଅଫିସ,୨୦।୮: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା କ୍ଷୟକ୍ଷତି ଘଟିଛି । ବିଶୋଇ ବ୍ଳକ ଅଞ୍ଚଳରେ ମାଟିକାନ୍ଥ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ବାରିପଦା ସହରସ୍ଥିତ ମଧୁବନରେ…
ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ
ରାଇରଙ୍ଗପୁର,୨୦।୮(ଡି.ଏନ୍.ଏ): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ୍ ଥାନା ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଇନ୍ ଥାନା ଅନ୍ତର୍ଗତ ରୋହିଣୀକୁଦ ଗ୍ରାମର କ୍ଷୀରୋଦ…
ମା’ କୋଳ ହେଲା ଶୂନ୍ୟ: କାନ୍ଥପଡ଼ି ଚାଲିଗଲା ୨ ଝିଅଙ୍କ ଜୀବନ
ବିଶୋଇ,୨୦।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଅଧୀନ ଭୋଳବେଡ଼ା ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯାଇଛି। ଏଥିରେ ୨ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ପୃକ୍ତା ନାବାଳିକା…
ବଡ଼ଗୁଡ଼ା ସାହିକୁ ଭରସା କାଠପୋଲ
ବିଶୋଇ,୨୦।୮(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ ସରକାରୀ ସୁବିଧାରୁ ବଞ୍ଚିତ। ନଦୀରେ ପାଣି ଯୋଗୁ ଏହି ବ୍ଲକ ଅଧୀନ ବଡ଼ମଣଦା ପଞ୍ଚାୟତର…
Archives


