ବଢ଼ୁଛି ହାତୀ ଉପଦ୍ରବ: ପୁଣି ନେଲା ୨ ଜୀବନ

ମୋରଡ଼ା,୨୪।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ବନବିଭାଗ ଏହାକୁ ରୋକିବାରେ ଅସଫଳ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରୁଛନ୍ତି। ହାତୀ ଆକ୍ରମଣରେ ପୁଣି ଦୁଇଜଣଙ୍କ ମୃତ୍ୟୁ ଘଟଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲକ ଅଧୀନ ଡାଙ୍ଗରବିଲା ଗ୍ରାମର ଶ୍ରୀମତ ହାଁସଦା(୪୦) ଘରେ ଶୋଇଥିବା ବେଳେ ଏକ ଚାରିଟିକିଆ ହାତୀପଲ ଆସି ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ବନବିଭାଗ କର୍ମଚାରୀ ଓ ମୋରଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛନ୍ତି।

ସେହିପରି ବ୍ଲକର ବେତନଟୀ ରେଞ୍ଜ ଅଧୀନ ଅସନବଣି ଜଙ୍ଗଲରେ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟଛି । ଦୁର୍ଗାପୁର ପଞ୍ଚାୟତର ସଙ୍ଗାଡ଼ିହି ଗ୍ରାମର ଧନଞ୍ଜୟ ହାଁସଦା ମଙ୍ଗଳବାର ଅପରାହ୍ନରେ ସାଙ୍ଗସହ ଜଙ୍ଗଲକୁ ଯାଇଥିଲେ। ସେମାନେ ହାତୀ ହାବୁଡ଼ରେ ପଡିବାରୁ ସାଙ୍ଗ ଦୌଡ଼ି ପଳାଇଯାଇଥିବା ବେଳେ ଧନଞ୍ଜୟ ସା ସୁଦ୍ଧା ଘରକୁ ନ ଫେରିବାରୁ ଗ୍ରାମବାସୀ ଓ ପରିବାର ଲୋକେ ରାତିସାରା ଖୋଜାଖୋଜି କରିଥିଲେ। ତେବେ ବୁଧବାର ଗ୍ରାମବାସୀ ଜଙ୍ଗଲ ଭିତରେ ତାଙ୍କର ମୃତଦେହ ପାଇବା ପରେ ବନବିଭାଗକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ କହିବା ମୁତାବକ, ଦୁଇଟି ହାତୀ ଦଳି ଦେବାରୁ ଧନଞ୍ଜୟଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିିଥିବା ଜଣାପଡିଛ। ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପୀଡ଼ିତାଙ୍କୁ ମାଡ଼

ନୟାଗଡ଼ ଅଫିସ/ ରଣପୁର,୧ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାଠାରୁ ୫ କି.ମି. ଦୂର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଟେକି ନେଇ...

ଅଶାନ୍ତ ରାଉରକେଲା: ରାତି ଅଧରେ ଫୁଟିଲା ଗୁଳି; ସୁନା ଦୋକାନୀଙ୍କୁ ହତ୍ୟା ପରେ ଲୁଟ୍‌

ରାଉରକେଲା ଅଫିସ,୧୯।୧୨: ଅଶାନ୍ତ ହୋଇ ପଡିଛି ରାଉରକେଲା ସହର। ଲୁଟେରାମାନେ ରାସ୍ତାଘାଟରେ ନିର୍ଭୟରେ ଓ ଅବାଧରେ ବୁଲିବା ସହ ଲୋକମାନଙ୍କୁ ଲୁଟୁଛନ୍ତି ଓ ଗୁଳି ଫୁଟାଇ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା...

ମନ୍ଦିର ଦାନବାକ୍ସ ତାଡ଼ି ଚୋରି: ପୋଲିସର ତଦନ୍ତ ଜାରି

ବଡ଼ବିଲ,୯।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଟାଉନ ଫାଣ୍ଡି ନଂ. ୧ ସମ୍ମୁଖ ହରିହର ମନ୍ଦିର ପରିସରରେ ଥିବା ଦାନ ବାକ୍ସକୁ କେହି...

ସବୁଜ ସଂକଳ୍ପର ସାରଥି ‘ସତ୍ୟ’

ଢେଙ୍କାନାଳ ଅଫିସ, ୧୭।୩ – ଆଜି ଚାରାଟିଏ ଲଗାଇ ସାମାନ୍ୟ ଯତ୍ନ ନେଲେ କାଲି ତାହା ଗଛରେ ପରିଣତ ହେବ। ମଲା ପରେ ବି ଏହାକୁ...

ବିଷପାନ କରିଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଗଲା

ବ୍ରହ୍ମପୁର ଅଫିସ, ୨୦।୭: ଗଞ୍ଜାମ ଜିଲା ଏମ୍‌କେସିଜି ମେଡିକାଲରେ ବିଷ ପିଇ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଫୁଲବାଣୀ...

ଋଣ କରାଇଦେବା ନଁ। ରେ ଠକେଇ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ, ୧୨।୧୦- ନାବାର୍ଡ ଭଳି ସରକାରୀ ସଂସ୍ଥାରୁ ଋଣ କରାଇଦେବେ ବୋଲି କହି ବିଭିନ୍ନ ମହିଳା ସଂଘଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଏକ...

ରାଜଧାନୀରେ ହେବ ‘କଲ୍‌ଚରାଲ କରିଡର’

ଭୁବନେଶ୍ୱର, ୧୦।୩ (ବ୍ୟୁରୋ): ଓଡ଼ିଶାର କଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ସହ ରାଜଧାନୀ ଭୁବନେଶ୍ୱରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ...

Advertisement
Archives

Model This Week