ଖଟିଆରେ ବୁହାହେଲେ ରୋଗୀ

ବାରିପଦା ଅଫିସ/ କୁଳିଅଣା,୨୬ା୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜିଆଣି ସାହି(ପଳାଶବଣି) ଗ୍ରାମର ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ନାଳ ପାରି କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ଚର୍ଚ୍ଚାର ବିଷୟ ହୋଇଛି।
ଅନୁଯାୟୀ, ଜିଆଣି ସାହିରେ ୫ଶହ ଲୋକ ବସବାସ କରନ୍ତି। ଏହି ଗ୍ରାମ ଦେଇ ଯାଇଥିବା ଚିପଟ ନାଳ ପୋଲଟି ଗତ ଫାଇଲିନ ସମୟରେ ଭାଙ୍ଗିଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଏହାର ଯେନତେନ ମରାମତି ପରେ ଲୋକେ ଯାତାୟାତ କରୁଥିଲେ। ମାତ୍ର କିଛି ଦିନ ପୂର୍ବେ ଲଗାଣ ବର୍ଷା ଯୋଗୁ ନାଳରେ ଥିବା ପୋଲଟି ଭାଙ୍ଗିଯିବା ସହ ରାସ୍ତା ଧୋଇ ଯାଇଛି। ଫଳରେ ଗ୍ରାମବାସୀ ନାଳ ପାଣିରେ ପଶି ଚଳପ୍ରଚଳ କରୁଛନ୍ତି। ଗୁରୁବାର ଗ୍ରାମର ଦିବାଲ ଚପେୟାର(୪୦)ଙ୍କ ଅବସ୍ଥା ଗୁରୁତର ହେବାରୁ ଗ୍ରାମବାସୀ ତାଙ୍କୁ ଏକ ଖଟିଆରେ ବୋହି ନାଳ ପାର କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ନେଇଥିଲେ। ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲ ନିର୍ମାଣ କରାଯାଉ ନ ଥିବାରୁ ଲୋକେ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚତ୍ତ ହେଉଥିବା ଗ୍ରାମର ପୁକୁଲୁ ମାରାଣ୍ଡି, ଦାଶରଥି ସୋରେନ, ହାରି ସୋରେନ, ମଦନ ମୁର୍ମୁ ଓ କାରା ଚାପେୟର କହିଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନୂତନ ପୋଲ ନିର୍ମାଣ କରାଯାଉ ନ ଥିବା ଗୋବିନ୍ଦ ମୁର୍ମୁ ଓ ମାନସ ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଦିନରେ ୧,୬୧୧ ନାମାଙ୍କନ

ଢେଙ୍କାନାଳ ଅଫିସ, ୨୧।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥତ୍ପତ୍ର ଦାଖଲର ୪ର୍ଥ ଦିନ ଗୁରୁବାର ଢେଙ୍କାନାଳ ଜିଲାର ୧,୬୧୧ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି।...

ମଷ୍ଟରରୋଲରେ ଅନିୟମିତତା

ପରଜଙ୍ଗ, ୧୨।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ତୁରୁ ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା...

ଜିଲା ପ୍ରଶାସନ, ବିଡିସିସି ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ବଲାଙ୍ଗୀର ଅଫିସ, ୩୦ା୩: କରୋନା ସଂକ୍ରମଣ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ (ବିଡିସିସି) ପକ୍ଷରୁ ୨୦...

ବଡ଼ପଡ଼ାରେ ପାନୀୟ ଜଳର ଉତ୍କଟ ଅଭାବ: ଜାତୀୟ ରାଜପଥ ଅବରୋଧ କଲେ ମହିଳା

କୋକସରା,୪।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ସଦର ମହକୁମା ବଡ଼ପଡ଼ାଠାରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବା ବେଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମଙ୍ଗଳବାର ସ୍ଥାନୀୟ...

ମହାନଦୀ ଉପରେ ପ୍ରସ୍ତୁତ ହେବ ବୃତ୍ତଚିତ୍ର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମହାନଦୀ ହେଉଛି ଦେଶର ଏକ ଅମୂଲ୍ୟ ସମ୍ପଦ। ଏହା ଦିନକୁ ଦିନ ନିଜର ଅସ୍ଥିତ୍ୱ ହରାଇବାରେ ଲାଗିଛି। ଜନସାଧାରଣଙ୍କ ପାଖରେ ମହାନଦୀର ସୁରକ୍ଷାକୁ ନେଇ...

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ଲାଜମା ଚିକିତ୍ସା ନୂଆ ଆଶା ସଞ୍ଚାର କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଭୁବନେଶ୍ୱର...

ନକଲି ଡାକ୍ତରଙ୍କ ଖୋଲିବ ୩୦ ବର୍ଷର ଗୁମର

ଭୁବନେଶ୍ୱର,୧୯।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଶନିବାରଠାରୁ ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି। ଏସଡିଜେଏମ୍‌ କୋର୍ଟ ଅନୁମତି ପରେ କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି।...

ବାଲିମେଳାରେ ଭାଲୁ ଆତଙ୍କ

କୋରୁକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଚିତ୍ରକୋଣ୍ଡା ଛକ ନିକଟରେ ଗତ ତିନି ଦିନ ଧରି ୩ ଭାଲୁ ଆତଙ୍କ ଖେଳାଇଛନ୍ତି। ଫଳରେ ସନ୍ଧ୍ୟା ୫ଟା ପରଠାରୁ...

Advertisement
Archives

Model This Week