ମାଲକାନଗିରି

ସ୍ବାଧୀନତା ଦିବସରେ ୧୧ ମହିଳା ମାଓବାଦୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ମାଲକାନଗିରି,୧୫।୮(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଡିଏନ୍‌କେ ଖେଳ ପଡିଆ ପରିସରରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଦେଶକୁ…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

ମାଲକାନଗିରି,୧୨ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ବିଜାପୁର ଜିଲା କଭରଗାଓଁରେ ଗତ ଅଗଷ୍ଟ ୮ରେ କେତେଜଣ ସଶସ୍ତ୍ର ମାଓବାଦୀ ଗ୍ରାମରେ ପଶି ଗ୍ରାମର ଗୋପୀରାମ ମାଡକମଙ୍କୁ ଅପହରଣ କରି ନେଇଥିଲେ।…

ଛତିଶଗଡ଼ରୁ ଚୋରି କେନ୍ଦୁପତ୍ର ମାଲକାନଗିରି ଜିଲାରୁ ଠାବ

ମାଲକାନଗିରି,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୁଣ୍ଟା ଅଞ୍ଚଳରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ଜଣେ ବ୍ୟବସାୟୀ ଚୋରି କରି ମାଲକାନଗିରି ଜିଲାର ବିଭିନ୍ନ ବେସରକାରୀ ଗୋଦାମରେ ଗଚ୍ଛିତ ରଖିଥିଲେ। କେନ୍ଦୁପ୍ରତ୍ର ଶ୍ରମିକମାନେ ପ୍ରାପ୍ୟ ପାଇ ନ…

ଟ୍ରକ୍‌ ପୋଡି ଦେଲେ ମାଓବାଦୀ

କୋରୁକୋଣ୍ଡା,୯।୮(ଡି.ଏନ୍‌.ଏ.): ଛତିଶଗଡ଼ ସୁକମା ଜିଲାରେ ପୁଣି ମାଓବାଦୀ ହିଂସା ଦେଖାଦେଇଛି। କାମରେ ନିୟୋଜିତ ଥିବା ଏକ ଟ୍ରକକୁ ମାଓବାଦୀମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁ ସୁକମା ଜିଲା…

ମାଲକାନଗିରି ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା,୯।୮(ଡି.ଏନ୍‌.ଏ.): ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା। ଏହାର ପ୍ରଭାବରେ ମାଲକାନଗିରି ଜିଲା କାଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟ୍‌ର ବନ୍ୟା ପାଣି ପ୍ରବାହିତ ହେଉଛି l ଏହି ବନ୍ୟା ପାଣି ଯୋଗୁ ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି। ସେହିପରି…

ଆରମ୍ଭରୁ ରାସ୍ତାକାମ ବନ୍ଦ କରିଦେଲେ ଗ୍ରାମବାସୀ

କୋରୁକୋଣ୍ଡା,୯ା୮(ଡି.ଏନ୍‌.ଏ.):ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନର ସୁବିଧା ପାଇଁ ପକ୍କାରାସ୍ତା ନିର୍ମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ଠିକାଦରଙ୍କ ମିଳିତ ଦୁର୍ନୀତି ଯୋଗୁ ରାସ୍ତାକାମ ନିମ୍ନମାନର ହେବା ସହ କମ୍‌ ଦିନରେ ନଷ୍ଟ ହେଉଛି। ମାଲକାନଗିରି ଜିଲା…

ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି,୮ା୮(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲାରେ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିବା ୨ଟି ଗାଡ଼ିକୁ ମାଓବାଦୀ ଜାଳି ଦେଇଛନ୍ତି। ସୂଚନା ଅନୁଯାୟୀ ଛତିଶଗଡ଼ର କିଷ୍ଟାରାମ ଥାନା ଅଧୀନ ସିନ୍ଧୁରଗୁଡ଼ା ଅଞ୍ଚଳରେ ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଏଥିରେ…

ଛତିଶଗଡ଼ ଚୋରି କେନ୍ଦୁପତ୍ର ଓଡ଼ିଶାରେ ଖୋଜା

ମାଲକାନଗିରି, ୮।୮(ଡି.ଏନ.ଏ.):ବର୍ଷ ବର୍ଷ ଧରି ମାଲକାନଗିରି ସୀମାନ୍ତ ରାଜ୍ୟର ବ୍ୟବସାୟୀମାନେ ମାଲକାନଗିରି ଆସି କେନ୍ଦୁପତ୍ର ବ୍ୟବସାୟ କରୁଥିବା ବେଳେ ବର୍ତ୍ତମାନ ଛତିଶଗଡ଼ରେ ଚୋରି ହୋଇଥିବା କେନ୍ଦୁପତ୍ରକୁ ଓଡିଶାରେ ଖୋଜାଚାଲିଛି। ଖବରରୁ ଜଣାପଡିଛି ଚଳିତ ବର୍ଷ ଛତିଶଗଡ଼ ରାଜ୍ୟରୁ କୋଟି କୋଟି ଟଙ୍କାର…

୯୦ ପ୍ରତିଶତ ସଙ୍ଗଠନ ଦୁର୍ବଳ ହୋଇପଡିଛି:ଏସ୍‌.ପି.

ମାଲକାନଗିର,୮ା୮ (ଡି.ଏନ୍‌.ଏ.):ଦଶ ବର୍ଷରୁ ଉର୍ଦ୍ଧ୍ୱ ହେବ ମାଓବାଦୀମାନେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସେମାନଙ୍କ ଶହୀଦ ସପ୍ତାହ ପାଳନ କରୁଥିଲେ। ଏହି ଅବସରରେ ସେମାନେ ବିଭିନ୍ନ ସ୍ଥାନରେ ସ୍ତୁପ ନିର୍ମାଣ କରି ଶହୀଦ ହୋଇଥିବା ମାଓବାଦୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି…

ପୋଲ ଉପରେ ୫ ଫୁଟର ପାଣି, ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ିମୋଟର

କୋରୁକୋଣ୍ଡା,୬ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବାରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ରେ ଶନିବାର ପୋଲ ଉପରେ ପ୍ରାୟ ୫ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପରମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବାରୁ ବନ୍ୟାଜଳ…

ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଆଶଙ୍କା

ମାଲକାନଗିରି,୬।୮ (ଡି.ଏନ୍‌.ଏ.): ବର୍ତ୍ତମାନ କୋଭିଡ ମହାମାରୀ ରୂପେ ବୃଦ୍ଧି ପାଉଥିବା ବେଳେ ନୂତନ ମହାମାରୀ ରୂପେ ଦେଖାଦେଇଛି ମଙ୍କିପକ୍ସ। ଏହାକୁ ନେଇ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛନ୍ତି। ମାଲକାନଗିରି ଜିଲାରେ ବିଭିନ୍ନ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଓ…

ବଜ୍ରପାତରେ ୨ ଗାଈ ମୃତ, ମହିଳା ଗୁରୁତର

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କିଛିଦିନ ପ୍ରବଳ ଗରମ ହେବା ପରେ ମଙ୍ଗଳବାରଠାରୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାରେ ଲାଗିଛି। ବୁଧବାର କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଡୁଡା ମେଟା ପଞ୍ଚାୟତ ଅଧିନସ୍ଥ କୋୟାଗୁଡ଼ାର ମୁକା ମାଡ଼କାମୀଙ୍କ ସ୍ତ୍ରୀ ମୁକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?