ଛତିଶଗଡ଼ରୁ ଚୋରି କେନ୍ଦୁପତ୍ର ମାଲକାନଗିରି ଜିଲାରୁ ଠାବ

ମାଲକାନଗିରି,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୁଣ୍ଟା ଅଞ୍ଚଳରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ଜଣେ ବ୍ୟବସାୟୀ ଚୋରି କରି ମାଲକାନଗିରି ଜିଲାର ବିଭିନ୍ନ ବେସରକାରୀ ଗୋଦାମରେ ଗଚ୍ଛିତ ରଖିଥିଲେ। କେନ୍ଦୁପ୍ରତ୍ର ଶ୍ରମିକମାନେ ପ୍ରାପ୍ୟ ପାଇ ନ ଥିବାରୁ ଏହାର ପ୍ରତିବାଦ କରିଥିଲେ। ଫଳରେ ଖୋଳତାଡ ହେବାରୁ ଏହି କେନ୍ଦୁପତ୍ର ମାଲକାନଗଗିରିର ବିଭିନ୍ନ ସ୍ଥାନରୁ ମିଳିଛି। ଖବରରୁ ଜଣାପଡିଛି ସୁକ୍‌ମା ଜିଲାର କେନ୍ଦୁପତ୍ର ତୋଳାଳିମାନେ ବେସରକାରୀ ସଂସ୍ଥା ବ୍ୟବସାୟୀଙ୍କୁ ପତ୍ର ବିକ୍ରି କରିଥିଲେ। ଏବାବଦରେ ସେମାନେ ପ୍ରାୟ ଦେଢ କୋଟି ଟଙ୍କା ପାଇବାକୁ ଥିଲା। ମାତ୍ର ବ୍ୟବସାୟୀ ଗୁଲାମ ଖାନ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ନ ଦେଇ କୁଣ୍ଟାର କେନ୍ଦୁପତ୍ର ଗୋଦାମ ଏବଂ ବିଭିନ୍ନ ଫଡିରୁ ରଖିଥିବା କେନ୍ଦୁପତ୍ର ବସ୍ତାରେ ବିଭିନ୍ନ ଗାଡିରେ ମାଲକାନଗିରି ଆଣି ବେସରକାରୀ ଗୋଦାମଗୁୁଡିକରେ ଲୁଚାଇ ରଖିଥିଲେ। ଛତିଶଗଡର ୧ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ସେମାନଙ୍କ ପ୍ରାପ୍ୟ ନ ପାଇ ସୁକ୍‌ମା ଜିଲା ଡିଏଫଓଙ୍କୁ ଜଣାଇ ସେମାନଙ୍କ ପ୍ରାପ୍ୟ ଦାବି କରି ଏ ଦିଗରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହାକୁ ଭିତ୍ତିକରି ସୁକ୍‌ମା ଜିଲାର ଉପଖଣ୍ଡ ବନାଧିକାରୀ ଅଶୋକ ସୋମାନୀ, କେ.ଏସ୍‌. ଧୁରୁ, ଜେ.ପି. ବାରେଙ୍କ ସମେତ ବନ ବିଭାଗ ଓ ପୋଲିସ କର୍ମଚାରୀ ମାଲକାନଗିରି ଆସି ମାଲକାନଗିରି ଜିଲା ପ୍ରଶାସନ ସହାୟତାରେ ଏମ୍‌.ଭି.-୪୨, ଏମ୍‌.ଭି.-୧୬ସ୍ଥିତ ବେସରକାରୀ ଗୋଦାମରେ ଗଚ୍ଛିତ ଥିବା ଚୋରା କେନ୍ଦୁପତ୍ର ଚିହ୍ନଟ କରିବା ସହ ଗୁଲାମ ଖାନଙ୍କ ସହ ଯୋଗୀ ବାହାଦୁର ଖାନଙ୍କୁ ଏମ୍‌.ଭି.-୨ ଗ୍ରାମରୁ ଗିରଫ କରିଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଗୁଲାମ ଖାନ ଫେରାର ହୋଇ ଯାଇଛନ୍ତି। ଏମ୍‌.ଭି.-୧୬ ଗ୍ରାମର ବେସରକାରୀ ଗୋଦାମରୁ ଜବତ ହୋଇଥିବା ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ବସ୍ତା ମାଲକାନଗିରି ବନ ବିଭାଗ ଅନୁମତି ପାଇଲା ପରେ ଛତିଶଗଡକୁ ନେବେ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋୟୀ କହିଛନ୍ତି। ଏଥିପାଇଁ ସୁକ୍‌ମା ବନ ବିଭାଗ ଆବେଦନ କରିଛି। ଏତେ ପରିମାଣର କେନ୍ଦୁପତ୍ର ବାହାର ରାଜ୍ୟରୁ ଆସିଲା ଅଥଚ ଛତିଶଗଡ ବନ ବିଭାଗ ଓ ପୋଲିସ ଏହା କିପରି ଜାଣି ପାରିଲାନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜୟପୁର କେନ୍ଦୁପତ୍ର ଡିଏଫଓ ପ୍ରଫୁଲ କୁମାର ମଣ୍ଡଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘରୋଇ ସଂସ୍ଥା ଉପରେ ତାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ପଞ୍ଚାୟତ, ଜିଲା ପଞ୍ଚାୟତ ଅଧିକାରୀ ଏବଂ ବନ ବିଭାଗର ଟେରିଟୋରିଆଲ ବିଭାଗର ଏହି ଅନିୟମିତତାର ତଦାରଖ ଏବଂ ଜବତ କରିବା ଦାୟିତ୍ୱ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri