ଛତିଶଗଡ଼ରୁ ଚୋରି କେନ୍ଦୁପତ୍ର ମାଲକାନଗିରି ଜିଲାରୁ ଠାବ

ମାଲକାନଗିରି,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୁଣ୍ଟା ଅଞ୍ଚଳରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ଜଣେ ବ୍ୟବସାୟୀ ଚୋରି କରି ମାଲକାନଗିରି ଜିଲାର ବିଭିନ୍ନ ବେସରକାରୀ ଗୋଦାମରେ ଗଚ୍ଛିତ ରଖିଥିଲେ। କେନ୍ଦୁପ୍ରତ୍ର ଶ୍ରମିକମାନେ ପ୍ରାପ୍ୟ ପାଇ ନ ଥିବାରୁ ଏହାର ପ୍ରତିବାଦ କରିଥିଲେ। ଫଳରେ ଖୋଳତାଡ ହେବାରୁ ଏହି କେନ୍ଦୁପତ୍ର ମାଲକାନଗଗିରିର ବିଭିନ୍ନ ସ୍ଥାନରୁ ମିଳିଛି। ଖବରରୁ ଜଣାପଡିଛି ସୁକ୍‌ମା ଜିଲାର କେନ୍ଦୁପତ୍ର ତୋଳାଳିମାନେ ବେସରକାରୀ ସଂସ୍ଥା ବ୍ୟବସାୟୀଙ୍କୁ ପତ୍ର ବିକ୍ରି କରିଥିଲେ। ଏବାବଦରେ ସେମାନେ ପ୍ରାୟ ଦେଢ କୋଟି ଟଙ୍କା ପାଇବାକୁ ଥିଲା। ମାତ୍ର ବ୍ୟବସାୟୀ ଗୁଲାମ ଖାନ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ନ ଦେଇ କୁଣ୍ଟାର କେନ୍ଦୁପତ୍ର ଗୋଦାମ ଏବଂ ବିଭିନ୍ନ ଫଡିରୁ ରଖିଥିବା କେନ୍ଦୁପତ୍ର ବସ୍ତାରେ ବିଭିନ୍ନ ଗାଡିରେ ମାଲକାନଗିରି ଆଣି ବେସରକାରୀ ଗୋଦାମଗୁୁଡିକରେ ଲୁଚାଇ ରଖିଥିଲେ। ଛତିଶଗଡର ୧ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ସେମାନଙ୍କ ପ୍ରାପ୍ୟ ନ ପାଇ ସୁକ୍‌ମା ଜିଲା ଡିଏଫଓଙ୍କୁ ଜଣାଇ ସେମାନଙ୍କ ପ୍ରାପ୍ୟ ଦାବି କରି ଏ ଦିଗରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହାକୁ ଭିତ୍ତିକରି ସୁକ୍‌ମା ଜିଲାର ଉପଖଣ୍ଡ ବନାଧିକାରୀ ଅଶୋକ ସୋମାନୀ, କେ.ଏସ୍‌. ଧୁରୁ, ଜେ.ପି. ବାରେଙ୍କ ସମେତ ବନ ବିଭାଗ ଓ ପୋଲିସ କର୍ମଚାରୀ ମାଲକାନଗିରି ଆସି ମାଲକାନଗିରି ଜିଲା ପ୍ରଶାସନ ସହାୟତାରେ ଏମ୍‌.ଭି.-୪୨, ଏମ୍‌.ଭି.-୧୬ସ୍ଥିତ ବେସରକାରୀ ଗୋଦାମରେ ଗଚ୍ଛିତ ଥିବା ଚୋରା କେନ୍ଦୁପତ୍ର ଚିହ୍ନଟ କରିବା ସହ ଗୁଲାମ ଖାନଙ୍କ ସହ ଯୋଗୀ ବାହାଦୁର ଖାନଙ୍କୁ ଏମ୍‌.ଭି.-୨ ଗ୍ରାମରୁ ଗିରଫ କରିଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଗୁଲାମ ଖାନ ଫେରାର ହୋଇ ଯାଇଛନ୍ତି। ଏମ୍‌.ଭି.-୧୬ ଗ୍ରାମର ବେସରକାରୀ ଗୋଦାମରୁ ଜବତ ହୋଇଥିବା ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ବସ୍ତା ମାଲକାନଗିରି ବନ ବିଭାଗ ଅନୁମତି ପାଇଲା ପରେ ଛତିଶଗଡକୁ ନେବେ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋୟୀ କହିଛନ୍ତି। ଏଥିପାଇଁ ସୁକ୍‌ମା ବନ ବିଭାଗ ଆବେଦନ କରିଛି। ଏତେ ପରିମାଣର କେନ୍ଦୁପତ୍ର ବାହାର ରାଜ୍ୟରୁ ଆସିଲା ଅଥଚ ଛତିଶଗଡ ବନ ବିଭାଗ ଓ ପୋଲିସ ଏହା କିପରି ଜାଣି ପାରିଲାନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜୟପୁର କେନ୍ଦୁପତ୍ର ଡିଏଫଓ ପ୍ରଫୁଲ କୁମାର ମଣ୍ଡଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘରୋଇ ସଂସ୍ଥା ଉପରେ ତାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ପଞ୍ଚାୟତ, ଜିଲା ପଞ୍ଚାୟତ ଅଧିକାରୀ ଏବଂ ବନ ବିଭାଗର ଟେରିଟୋରିଆଲ ବିଭାଗର ଏହି ଅନିୟମିତତାର ତଦାରଖ ଏବଂ ଜବତ କରିବା ଦାୟିତ୍ୱ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri