ମାଲକାନଗିରି

ଅଳ୍ପ ବର୍ଷାରେ ଧୋଇଗଲା କଲଭର୍ଟ

କୁଡୁମୁଲୁଗୁମ୍ମା,୧୦।୭(ଡି.ଏନ.ଏ.): ମାଲାକନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରdହଲ ପଞ୍ଚୟତଠାରୁ ଅନକାଡେଲିକୁ ସଂଯୋଗ କରୁଥିବା କାତାଙ୍ଗଗୁଡା କଲଭର୍ଟ୍‌ଟି ଅଳ୍ପ ବର୍ଷା ରେ ମଧ୍ୟ କ୍ଷତି ହୋଇଛି। ଏହା ଧୋଇ ହୋଇଯିବାରୁ ଅଣ୍ଡ୍ରାହଲଠାରୁ ଅନକାଡେଲିକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନିମ୍ନମାନର କାମ ହୋଇଥିବାରୁ…

ଜି ସଲାମ ଟିଭି ଚାନେଲରେ ଚମକିବେ ମାଲକାନଗିରି ଝିଅ

ମାଲକାନଗିରି, ୧୦।୭(ଡି.ଏନ.ଏ.)- ନୃତ୍ୟ କ୍ଷେତ୍ରରେ ନିଜର ପରିଦର୍ଶିତା ଯୋଗୁଁ ବର୍ତ୍ତମାନ ଟିଭିରେ ଚମକିବେ ମାଲକାନଗିରି ଜିଲାର ଝିଅ। ସେ ହେଉଛନ୍ତି ସୁମନ୍ତ ବୈରାଗିଙ୍କ ଝିଅ ସୌମ୍ୟା। ସବୁଠି ଏବେ ତାଙ୍କ ପ୍ରଶଂସା। ସୌମ୍ୟାଙ୍କ ଘର ମାଲକାନଗିରି ଜିଲା ସଦର ମହକୁମାରେ। ପିଲାଟି…

ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼

ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ ନାହାନ୍ତି ଛାତ୍ରୀଛାତ୍ରଙ୍କୁ ତାହାଠୁ ଅଧିକ ମାଡ ମାରୁଛନ୍ତି। ମାଲକାନଗିରି ଜିଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ…

ମହିଳାଙ୍କ ସମେତ ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୭।୭(ଡି.ଏନ୍‌.ଏ.): ଛତିଶଗଡ଼ ସୁକ୍‌ମା ଏସ୍‌ପିଙ୍କ ନିକଟରେ ଗୁରୁବାର ଜଣେ ମହିଳାଙ୍କ ସମେତ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଆସୋସୀ ଏବଂ ମୁକେଶ ରାଓ୍ବଡେ। ମହିଳା ମାଓବାଦୀ ଆସୋସୀଙ୍କ ନାମରେ ୮ ଲକ୍ଷ ଏବଂ ମୁକେଶଙ୍କ ନାମରେ ୫…

୧୧୯ କେଜି ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଡାଇକ ୩, ଟନେଲକ୍ୟାମ୍ପ, ନାକାମାମୁଡୁ, ମନ୍ତ୍ରୀପୁଟ ଅଞ୍ଚଳରେ ଖାନତଲାସୀ ବେଳେ ପୋଲିସ ୧୧୯ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ରବିବାର…

ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଏମ୍‌ଭି ୭୯,୪ା୭(ଡି.ଏନ.ଏ.): ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର ସ୍ବଚ୍ଛ କରି ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅମୃତ ସରୋବର ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମାଞ୍ଚଳରେ ନୂତନ ପୋଖରୀ ଖନନ ସହ ପୁନରୁଦ୍ଧାର କରାଯାଉଛି।…

ବାଜି ଲାଗୁଛି ପିଲାଙ୍କ ଜୀବନ

ମାଲକାନଗିରି,୩୦।୬ (ଡି.ଏନ.ଏ.): ମାଲକାନଗିରି ଜିଲାରେ ଗରିବ ଓ ଆଦିବାସୀ ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅବହେଳା ଯୋଗୁ ପିଲାଙ୍କ ଜୀବନ ବାଜି ଲାଗୁଛି। ଜିଲାରେ ଅନ୍ବେଷା ଯୋଜନାରେ ଜିଲାର ବିଭିନ୍ନ ଅଞ୍ଚଳରୁ ଅନେକ…

ବଣ୍ଡାଘାଟିରେ ଖୋଲାଆକାଶ ତଳେ ସ୍କୁଲ

ମାଲକାନଗିରି,୨୮।୬(ଡି.ଏନ୍‌.ଏ.):ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ହାଇସ୍କୁଲଗୁଡ଼ିକର ବିକାଶ ମଧ୍ୟ କରୁଛନ୍ତି। ହେଲେ ଉପାନ୍ତ ଆଦିବାସୀ ଅଞ୍ଚଳରେ ପ୍ରାଥମିକ ସ୍କୁଲ ଖୋଲା ଆକାଶ ତଳେ ଚାଲିଛି। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ…

ସୀମାନ୍ତରୁ ଧରାପଡିଲେ ୫ ମାଓବାଦୀ

ମାଲକାନଗିରି,୨୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୋଲିସ ଏବଂ ସିଆରପିଏଫ-୧୫୧ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେଶନ ବେଳେ ଜାରପାଲି ଜଙ୍ଗଲରୁ ୫ ଜଣ ମାଓବାଦୀ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡିଛି। ଅନ୍ୟ ୩ ଜଣ ହେଲେ କୁଞ୍ଜାମ…

ଥାନାରେ କଂଗ୍ରେସକର୍ମୀଙ୍କ ଭଙ୍ଗାରୁଜା

ଚିତ୍ରକୋଣ୍ଡା,୨୦।୬: ମାଲକାନଗିରି ପ୍ରଦେଶ କଂଗ୍ରେସ ନେତୃ୍‌ତ୍ୱରେ ଚିତ୍ରକୋଣ୍ଡାରେ ସୋମବାର ୧୮ଟି ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହୋଇଥିଲେ। ଏଥିରେ ମାଲକାନଗିରି ଜିଲା ସଭାପତି ଗୋବିନ୍ଦ ପାତ୍ର, ଯୁବ ସଭାପତି ମଙ୍ଗୁ ଖିଲ, ବରିଷ୍ଠ କଂଗ୍ରେସ…

ମାଓବାଦୀଙ୍କ ବର୍ବରତା: ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା

ମାଲକାନଗିରି,୧୯ା୬ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। କଣ୍ଡାଗାଁ ଜିଲା ମର୍ଦାପାଲ ଥାନା ଅନ୍ତର୍ଗତ ଖଡ଼ଖଡ଼ି ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ମାଓବାଦୀମାନେ ଶନିବାର ରାତିରେ ହତ୍ୟା କରିଛନ୍ତି। ତାଙ୍କ ନାମ ରାମୁ ବୋଲି ଜଣାପଡ଼ିଛି।…

ଜବରଦଖଲ କରି ରହୁଥିବା ୨୬ ବ୍ୟକ୍ତିଙ୍କୁ ମିଳିଲା ପଟ୍ଟା

ମାଲକାନଗିରି,୧୯ ।୬ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ୫୦୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘ ବର୍ଷ ଧରି ଗ୍ରାମକଣ୍ଠ ପରମବୋକ କିସମ ଜମିରେ ଘର କରି ବସବାସ କରି ଆସୁଥିଲେ। ସେମାନଙ୍କୁ ସ୍ଥାୟୀ ପଟ୍ଟା ଦେବାକୁ ବିଭିନ୍ନ ସମୟରେ ଜିଲାପାଳ, ଦକ୍ଷିଣାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?