ଟେଣ୍ଡର ଅବଧି ସରିଛି, ପୁଣି ଆଉଟ ସୋର୍ସିଂ ସଂସ୍ଥାକୁ ଅନୁକମ୍ପା

ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ସମସ୍ତ ବ୍ୟବସ୍ଥା କରିଛନ୍ତିି। କେତେକ କ୍ଷେତ୍ରରେ ଆଉଟ ସୋର୍ସିଂ ସଂସ୍ଥାକୁ ନିୟୋଜିତ କରିବାକୁ ଠିକା ଦିଆଯାଇଛି। ମାତ୍ର ଏହି ସଂସ୍ଥାଗୁଡିକ କୌଣସି ବିଭାଗରେ ଠିକରେ କାର୍ଯ୍ୟ କରୁନାହାନ୍ତି। ଫଳରେ ଜିଲା ସଦର ମହକୁମା ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭମି ଦୁର୍ବଳ ହେବା ସହ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡା. ପ୍ରଫୁଲ କୁମାର ନନ୍ଦଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେ ଅଣଦେଖା କରଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଟେଣ୍ଡର ଅବଧି ସରିଥିଲେ ମଧ୍ୟ ଏବେ ସମ୍ପୃକ୍ତ ଠିକା ସଂସ୍ଥାଗୁଡିକୁ ସିଡିଏମଓ ପୁଣି ନବୀକରଣ କରୁଥିବା ଜଣାପଡିଛି। ୨୦୧୮ ନଭେମ୍ବର ୨୮ରେ ରାଜ୍ୟର ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସଫେଇ, ଲଣ୍ଡ୍ରି, ରୋଗୀଙ୍କୁ ଖାଇବା, ସୁରକ୍ଷା ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ମାଲକାନଗିରି ଜିଲା ସଦର ମହକୁମା ଡାକ୍ତରଖାନାରେ ଏହି ସେବା ଯୋଗାଇବାକୁ ସୁମିତ ସିକୁରିଟି ଏଜେନ୍ସିକୁ ଚୟନ କରାଯାଇଥିଲା। ଏହି ଏଜେନ୍ସି ଠିକା ପାଇବା ପରେ ନାମକୁମାତ୍ର କାମ କରିଆସିଛି। ଏନେଇ ଡାକ୍ତରଖାନା ସୁପରିଟେଣ୍ଡେନ୍ତ ସମ୍ପୃକ୍ତ ଠିକାସଂସ୍ଥା ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ୧୮ା୭ା୨୨ ଓ ୧୦ା୮ା୨୨ରେ ଚିଠି ଲେଖି ଜଣାଇଥିଲେ। ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନୁରୂପ ଭାବେ ସଫେଇ କାର୍ଯ୍ୟ ପାଇଁ ଦାୟିତ୍ୱ ନେଇଥିବା ଶାଇନ ଲନ୍ଦ୍ରି ସର୍ଭିସ ମଧ୍ୟ ନିଜ ଦାୟିତ୍ୱରେ ଅବହେଳା କରିଆସୁଛି। ମାଲକାନଗିରି ଜିଲା ସଦର ଡାକ୍ତରଖାନା ଉପରେ ମାଲକାନଗିରି ସହ ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗନା ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟସ୍ତରୀୟ କାୟାକଳ୍ପ ପୁରସ୍କାର ପାଇଥିବା ଏହି ଡାକ୍ତରଖାନାର ଭିତ୍ତିଭୂମି ଏବେ ବିଗିଡିବାରେ ଲାଗିଛି। ଏ ସମ୍ପର୍କରେ ସିଡିଏମଓ ନନ୍ଦଙ୍କୁ ପଚାରିବାରୁ ସେ କିଛି ମତାମତ ଦେବାକୁ ମନା କରି ଦେଇଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri