ମାଲକାନଗିରି

୩ ଦିନ ହେଲା ଅନ୍ଧାରରେ ଛାତ୍ରୀନିବାସ

କୋରୁକୋଣ୍ଡା,୧୧ା୩(ଡି.ଏନ୍‌.ଏ.): ରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଦ୍ୟୁତ୍‌ ବିଭାଗକୁ ଘରୋଇକରଣ କରି ଟାଟା ପାଓ୍ବାରକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସୁବିଧା ବଦଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅନେକ ସମୟରେ ଜିଲାର ଅନେକ ଅଞ୍ଚଳରୁ ନାନା ଖବର ଆସୁଥିବାର…

କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁକାଳୀନ ସହାୟତା ଲୁଟ୍‌, ୨ ବନ ଅଧିକାରୀ ନିଲମ୍ବିତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): କେନ୍ଦୁପତ୍ର ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କୁଡୁମୁଲୁଗୁମ୍ମା ମହିଳା ଫରେଷ୍ଟଗାର୍ଡ ପଦ୍ମିନୀ ପଟ୍ଟନାୟକ ଏବଂ ବାଲିମେଳା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ। ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏହି ଦୁଇ ଅଧିକାରୀଙ୍କୁ…

୮ ବର୍ଷ ହେଲା କାଗଜକଲମରେ ଚାଲିଛି ବିଦ୍ୟାଳୟ

ମାଥିଲି,୧୧ା୩ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକରେ ରହିଛି ବଡ଼ଡୁରାଲ ପଞ୍ଚାୟତର କୁଟୁନିପଦର ଗ୍ରାମ। ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଛୋଟ ପିଲା ଥିଲେ ମଧ୍ୟ ସେମାନେ ଏଯାଏ ବିଦ୍ୟାଳୟ ମୁହଁ ଦେଖିନାହାନ୍ତି। ମାତ୍ର କାଗଜକଲମରେ ଗ୍ରାମରେ ବିଦ୍ୟାଳୟ ଚାଲିଛି। ପିଲାମାନେ ପାଠ…

ମା’ଙ୍କୁ ଶେଷ ଦର୍ଶନ କରିପାରିଲେନି ମାଓବାଦୀ ନେତା: ଶେଷକୃତ୍ୟ ସମ୍ପନ୍ନ କଲେ ପୋଲିସ ବାବୁ

ଚିତ୍ରକୋଣ୍ଡା,୧୦ା୩,(ଡି.ଏନ୍‌.ଏ.): କେନ୍ଦ୍ରୀୟ କମିଟି ମାଓବାଦୀଙ୍କ ମା’ଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ମାଓବାଦୀ ନେତା ଜଗନ୍ନ ଖବର ପାଇଥିଲେ ମଧ୍ୟ ମା’ଙ୍କୁ ଶେଷ ଦର୍ଶନ କରିପାରି ନ ଥିଲେ। ମାଓବାଦୀ ନେତାଙ୍କ ମା’ଙ୍କ ପରଲୋକ ଖବର ପାଇ ସିଲେରୁ ଥାନା ଏସିଆଇ,…

ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି,୮।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲା କେରଳପାଲ ଥାନା ଅଧୀନ ପୋଗାବେଜୀ ସରପଞ୍ଚ ପୁଣେ ସନ୍ନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ ଏଭଳି ବର୍ବରକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ସରପଞ୍ଚ ପୁଣେ ମଙ୍ଗଳବାର…

କୃତ୍ରିମ ଗୋଡ଼ ପାଇଁ ଠକୁଛି କମ୍ପାନୀ

ଏମ୍‌ଭି ୭୯,୭ା୩(ଡି.ଏନ୍‌.ଏ.): ନାବାଳକ ରାଜୀବ ବାଛାଡ଼ ଘରର ଦୁଃଖ କଷ୍ଟ ଦୂର କରିବାକୁ କମ୍‌ ବୟସରେ ପଥର ଖାଦାନରେ କାମ କରୁଥିଲେ। ମାତ୍ର ସାମାନ୍ୟ ଭୁଲ୍‌ ଯୋଗୁ ନିଜ ଗୋଡ଼ ହରାଇଲେ। ୧୮ ବର୍ଷ ନ ପୂରୁଣୁ ନାବାଳକଙ୍କୁ କାମରେ ଲଗାଉଥିବା…

୬ ଜଣଙ୍କୁ ଅପହରଣ କରି ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୬ା୩(ଡି.ଏନ.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶନିବାର ରାତିରେ ମାଓବାଦୀମାନେ ୬ ଜଣଙ୍କୁ ଅପହରଣ କରି ନେଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ବାରହା ମାସି ବୋଲି ଜଣାପଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର ପୁଗରପାଲ ଥାନା ତୁମସିପାରା…

ବିପଜ୍ଜନକ ସ୍ଥିତିରେ କାମ କରୁଛନ୍ତି ମହିଳା ବିଡ଼ି ଶ୍ରମିକ

ଏମ୍‌ଭି ୭୯,୪।୩(ଡି.ଏନ୍‌.ଏ.): ଏବେ ପ୍ରତ୍ୟେକ ଜିନିଷର ଦାମ ବଢୁଥିବା ବେଳେ ବିଡ଼ି ଦାମ କମୁଛି । ହଜାରେ ବିଡ଼ି ପାଇଁ ମିଳୁଛି ୧୨୦ଟଙ୍କା। ଟଙ୍କା ପାଇଁ ମାରାତ୍ମକ ନିଶାଦ୍ରବ୍ୟ ତିଆରି କରୁଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଲକର ବିଭିନ୍ନ ଅଞ୍ଚଳର କେତେକ…

ସୀମାନ୍ତ ଗ୍ରାମ ସମସ୍ୟା ପ୍ରତି ଆଖି ବୁଜିଛି ପ୍ରଶାସନ

ମାଲକାନଗିରି,୩ା୩: ଓଡ଼ିଶା ସୀମାବର୍ତ୍ତୀ ଗ୍ରାମଗୁଡିକ ପ୍ରତି ଅବହେଳା କରାଯାଉଥିବା ଏବଂ ସୀମାନ୍ତ ରାଜ୍ୟ ଏହାର ସୁଯୋଗ ନେଇ ଓଡିଶାର କୋରାପୁଟ ଜିଲା ଓ ମାଲକାନଗିରି ଜିଲା ଭିତରକୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପ୍ରବେଶ କରୁଛନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନା ସୀମାନ୍ତ ଗ୍ରାମଗୁଡିକରେ…

ମନ୍ତ୍ରୀ ଟୁକୁନି ସାହୁଙ୍କ ଅଚାନକ ବାଲିମେଳା ଗସ୍ତ

କୋରୁକୋଣ୍ଡା,୨୫ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ପୋଟେରୁ ଜଳସେଚନ ପ୍ରକଳ୍ପର ସୋଲୁକୋଣ୍ଡା ବ୍ୟାରେଜ ଓ ମେଗା ଲିଫ୍ଟକୁ ଅଚାନକ ଗସ୍ତ କରିଛନ୍ତି ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଶନିବାର ପୋଟେରୁ ଜଳସେଚନର ସୋଲକୋଣ୍ଡା ବ୍ୟାରେଜକୁ ଯାଇ ସେଠାରେ ଥିବା…

ଏସ୍‌ଏଚ୍‌ଜି ଗ୍ରୁପ୍‌ର ସମସ୍ତ କାଗଜପତ୍ର ଚିରି ଜାଳିଦେଲେ ସଦସ୍ୟାଙ୍କ ଝିଅ, ଥାନାରେ ପହଞ୍ଚିଲା ମାମଲା

କୋରୁକୋଣ୍ଡା,୨୫ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ଅଧିନସ୍ଥ ତାରଲାକୋଟା-ବି ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ତାରଲାକୋଟା-ବି ଗ୍ରାମରେ ଥିବା ୧୦ ଜଣ ମହିଳା ମିଳିତ ଭାବେ ମା’ ତାରାତାରିଣୀ ନାମକ ଏକ ମହିଳା…

ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ୍‌

ମାଲକାନଗିରି,୨୫।୦୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଅଞ୍ଚଳରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀ ଗୁଳିରେ ୩ ଯବାନ ଶହୀଦ୍‌ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ସୁକମାରେ ମାଓବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶର୍ଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri