୮ ବର୍ଷ ହେଲା କାଗଜକଲମରେ ଚାଲିଛି ବିଦ୍ୟାଳୟ

ମାଥିଲି,୧୧ା୩ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକରେ ରହିଛି ବଡ଼ଡୁରାଲ ପଞ୍ଚାୟତର କୁଟୁନିପଦର ଗ୍ରାମ। ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଛୋଟ ପିଲା ଥିଲେ ମଧ୍ୟ ସେମାନେ ଏଯାଏ ବିଦ୍ୟାଳୟ ମୁହଁ ଦେଖିନାହାନ୍ତି। ମାତ୍ର କାଗଜକଲମରେ ଗ୍ରାମରେ ବିଦ୍ୟାଳୟ ଚାଲିଛି। ପିଲାମାନେ ପାଠ ପଢୁଛନ୍ତି। ମଧ୍ୟାହ୍ନଭୋଜନ ଚାଲିଛି। ସେମାନଙ୍କ ପାଇଁ ୨ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ତେବେ ଏସବୁ ଚାଲିଛି କେବଳ କାଗଜକଲମରେ। କୁଟୁନିପଦର ଗ୍ରାମବାସୀ କହନ୍ତି, ପୂର୍ବରୁ ଗ୍ରାମରେ ଥିବା ବିଦ୍ୟାଳୟ ୨୦୧୪ରେ ହୁଡ୍‌ହୁଡ୍‌ ବାତ୍ୟାରେ ସମ୍ପୂର୍ଣ୍ଣ ମାଟିରେ ମିଶିଯିବା ପରେ ଆଉ ବିଦ୍ୟାଳୟ ଗୃହ ନିର୍ମାଣ ନେଇ ୮ବର୍ଷ ହେଲା କୌଣସି ପଦକ୍ଷେପ ନିଆଯାଉନାହିଁ। ଏବେ ବିଦ୍ୟାଳୟ ଯିବାକୁ ଆହୁରି ପ୍ରାୟ ୪୦ ପିଲା ଅଛନ୍ତି। ସବୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ସେହି ପିଲାଙ୍କ ମଧ୍ୟରୁ କିଏ ପଥର ଫଟାଉଛି ତ କିଏ କେନ୍ଦୁପତ୍ର ତୋଳୁଛି ଆଉ କିଏ ଗୋରୁଗୋଠରେ ଶୈଶବକୁ ବନ୍ଧା ପକାଇଛି। ନିଯୁକ୍ତି ପାଇଥିବା ଦୁଇ ଶିକ୍ଷକ ପାଠ ନ ପଢ଼ାଇ ମାସକୁ ମାସ ଦରମା ପାଉଛନ୍ତି। ତେବେ ସବୁଠାରୁ ବଡକଥା ହେଲା ଏ ସମ୍ପର୍କରେ ଶିକ୍ଷା ବିଭାଗର ଜିଲା ଶିକ୍ଷାଧିକାରୀଙ୍କ ପାଖରେ କୌଣସି ଖବର ନାହିଁ। ପିଲାଙ୍କୁ ପଚାରିବାରୁ ଗ୍ରାମରେ ବିଦ୍ୟାଳୟ ତ ନାହିଁ ପାଠ କେମିତି ପଢିବୁ। ସେଥିଲାଗି ଘର ପାଇଁ କିଛି କିଛି କାମ କରୁଛୁ ବୋଲି କହିଥିଲେ। ଏ ସମ୍ପର୍କରେ ପରିଚାଳନା କମିଟି ସଭାପତି ଶଙ୍କର କାଣ୍ଡିଙ୍କୁ ପଚାରିବରୁ ସେ କହିଥିଲେ, କୁଟୁନିପଦର ଓ ନିକଟସ୍ଥ ନୂଆଗୁଡା ଗ୍ରାମର ପିଲାମାନେ ଏହି ବିଦ୍ୟାଳୟରେ ୮ବର୍ଷ ତଳେ ପଢୁଥିଲେ। ଏବେ ସରକାରୀ କାଗଜପତ୍ରରେ ମାତ୍ର ୨୦ ପିଲାଙ୍କ ନାମ ଲେଖାଯାଇଥିବା ଦର୍ଶାଯାଇଛି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଚାଲିଛି। ମାତ୍ର ମଧ୍ୟାହ୍ନଭୋଜନ କିଏ ଖାଉଛି, ପାଠ କିଏ ପଢୁଛି ସବୁ କାଗଜପତ୍ରରେ ସୀମିତ ରହିଛି। ଅନ୍ୟ ୪୦ ପିଲାଙ୍କ କୌଣସି ଖବର ପ୍ରଶାସନ ନିକଟରେ ନାହିଁ ବୋଲି କାଣ୍ଡି କହିଥିଲେ। ସେହିପରି ଗୋବିନ୍ଦପାଲି ସିଆର୍‌ସିସି ଲକ୍ଷ୍ମୀକାନ୍ତ ରଥଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି କହିପାରିବି ନାହିଁ ବୋଲି କହିଥିଲେ। ଏନେଇ ବିଇଓଙ୍କୁ ପଚାରିବାରୁ ସେ କହିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?