ମାଲକାନଗିରି

ଆହତ ହେଟାବାଘ ଉଦ୍ଧାର

କାଲିମେଳା,୫।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ସଦର ମହକୁମା କାଲିମେଳା ପଡ଼ିଆ ମୁୁଖ୍ୟ ରାସ୍ତାର ପୁସୁଗୁଡ଼ାଠାରୁ ଏକ ହେଟାବାଘ ଉଦ୍ଧାର କରାଯାଇଛି। କୌଣସି ଗାଡ଼ି ଧକ୍କାରେ ବାଘଟି ଆହତ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ବନବିଭାଗ କର୍ମଚାରୀ ହେଟାବାଘକୁ ଧରି ଚିକିତ୍ସା…

ଖରାପ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ:ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି/ଗୋବିନ୍ଦପାଲି,୧ା୯ (ସ୍ବ.ପ୍ର./ଡି.ଏନ.ଏ.)-ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି। ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି। ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିବାକୁ ପଡୁଛି। ଏପରି ଏକ ଦୃଶ୍ୟ ରବିବାର…

ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌, ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ ବିଭାଗ…

ମାଓବାଦୀ ମୁକାବିଲାକୁ ଜୋରଦାର କରିବାକୁ ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ ଡିଆଇଜି

ଚିତ୍ରକୋଣ୍ଡା,୩୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳର ସମୀକ୍ଷା କରିବା ଲାଗି ଶନିବାର ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂ ରାଠୋର ହେଲିକାପ୍ଟର ଯୋଗେ ୮ନଂ ବିଏସ୍‌ଏଫ୍‌ କ୍ୟାମ୍ପରେ ଅବତରଣ କରିଥିଲେ। ସେଠାରେ ସେ ମାଓବାଦୀ ଗତିବିଧି ଉରେ କଡ଼ା ନଜର ରଖିବା…

ବାଲିମେଳା ପୌରପରିଷଦରେ ସ୍ବାୟତ୍ତ ଶାସନ ଦିବସ

କୋରୁକୋଣ୍ଡା,୩୧।୮(ଡି.ଏନ୍‌.ଏ): ରାଜ୍ୟବ୍ୟାପୀ ସ୍ବାୟତ୍ତ ଶାସନ ଦିବସ ଶନିବାର ପାଳନ ହେଉଥିବା ବେଳେ ମାଲକାନଗିରି ଜିଲା ବାଲିମେଳା ପୌରପରିଷଦରେ ଏହା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଏମ୍‌ପି ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ବିକାଶ…

ଦୋରାଗୁଡା ଘାଟରେ ଡଙ୍ଗାଚାଳକ ବନ୍ଦ; ଲୋକେ ହନ୍ତସନ୍ତ

ଚିତ୍ରକୋଣ୍ଡା, ୨୯ା୮(ଡି.ଏନ.ଏ.)- ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୬ଟି ପଞ୍ଚାୟତ ଦୋରାଗୁଡା, ନୁଆଗୁଡା, ଗୁଣ୍ଠାଓ୍ବାଡା, କପାତୁଟି, କୁରୁମାନୁର ଓ ପାପୁଲୁର ପାଇଁ ଦୋରାଗୁଡା ଡଙ୍ଗା ଘାଟ ଦେଇ ୨ଟି ଡଙ୍ଗା ଚଳାଚଳ କରୁଥିଲା। ଗତ ଅଗଷ୍ଟ ୪ରୁ ଦୁଇଟି ଯାକ ଡଙ୍ଗା…

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ:ଜଣେ ଯବାନ ଶହୀଦ

ମାଲକାନଗିରି/ଖଇରପୁଟ/ମାଥିଲି,୨୮।୮(ଡି.ଏନ୍‌.ଏ./ସ୍ବ.ପ୍ର) : ମାଲକାନଗିରି ଜିଲା ମୁଦୁଲିପଡା ଥାନା ଅନ୍ତର୍ଗତ ବଣ୍ଡାଘାଟି କଦମଗୁଡା ଗ୍ରାମ ନିକଟ ଡାବୁଗୁଡ଼ା ଓ ସୋନୁଗୁଡ଼ା ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।…

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ

ଚିତ୍ରକୋଣ୍ଡା,୨୬।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ ୨ ଦିନ ଧରି ଆନ୍ଦୋଳନ କରିବା ପରେ ପ୍ରଶାସନିକ ଅଧିକାରୀମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ହଟିଛି। ସୂଚନା ଯେ, ଲାଲ କରଡ଼ି ପାଣି ଘେରା ପାହାଡ଼…

ଆତ୍ମସମର୍ପଣ କରିଥିବା ମାଓବାଦୀ କମାଣ୍ଡରଙ୍କ ଅଭିନବ ପ୍ରୟାସ : ସାଥୀ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଗୀତ ମାଧ୍ୟମରେ ଦେଲେ ଆହ୍ବାନ

ମାଲକାନଗିରି,୨୫।୮(ସ୍ବ.ପ୍ର.): ଜିଲାର ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିଥିବା ମାଓବାଦୀ କମାଣ୍ଡର ଅର୍ଜୁନ ସାଥୀ ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଗୀତ ମାଧ୍ୟମରେ ଆହ୍ବାନ ଦେଇଛନ୍ତି। ୧୯୮୦ ମସିହାରୁ ମାଓବାଦୀ ସଂଗଠନ…

ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଅବ୍ୟବସ୍ଥା: ଶଯ୍ୟା ନ ଥିବାରୁ ତଳେ ଶୋଉଛନ୍ତି ୧୦୦ରୁ ଊର୍ଦ୍ଧ୍ୱ ଛାତ୍ର, ନିର୍ମାଣର ୨ ବର୍ଷରେ ଛାତରୁ ଗଳୁଛି ପାଣି

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ଛାତ୍ରାବାସରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ ଛାତ୍ରାବାସରେ ମୋଟ ୩୩୦ ପିଲା ରହୁଥିବାବେଳେ ଶଯ୍ୟାର ବନ୍ଦୋବସ୍ତ ନ ଥିବା ଯୋଗୁ ପିଲାମାନେ…

ପୋଲ ତଳକୁ ଖସିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ପୋଲ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଖସିପଡ଼ିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ମିିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ ଏକ ଟ୍ରକ୍‌ରେ (ଓଆର ୨୫ – ଏ- ୩୮୮୧) ପିଡିଏସ୍‌ ଚାଉଳ ବୋଝେଇ…

ବାଲିମେଳାରେ ଭାଲୁ ଆତଙ୍କ

କୋରୁକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଚିତ୍ରକୋଣ୍ଡା ଛକ ନିକଟରେ ଗତ ତିନି ଦିନ ଧରି ୩ ଭାଲୁ ଆତଙ୍କ ଖେଳାଇଛନ୍ତି। ଫଳରେ ସନ୍ଧ୍ୟା ୫ଟା ପରଠାରୁ ଉକ୍ତ ଛକରୁ ବାଲିମେଳା ଛକ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ସମ୍ଭବପର ହେଉନାହିଁ। ତେବେ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?