କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁକାଳୀନ ସହାୟତା ଲୁଟ୍‌, ୨ ବନ ଅଧିକାରୀ ନିଲମ୍ବିତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): କେନ୍ଦୁପତ୍ର ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କୁଡୁମୁଲୁଗୁମ୍ମା ମହିଳା ଫରେଷ୍ଟଗାର୍ଡ ପଦ୍ମିନୀ ପଟ୍ଟନାୟକ ଏବଂ ବାଲିମେଳା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ। ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ବାଲିମେଳା କେନ୍ଦୁପତ୍ର ବନାଞ୍ଚଳ ଅଧୀନ କୁଡୁମୁଲୁଗୁମ୍ମାରେ ୮ଜଣ କେନ୍ଦୁପତ୍ର ତୋଳାଳି ରାମହରି ଦୋରା, ବୁଦ୍ରୀ ଦୋଳା, ଲଛମନ ବଡ଼ନାୟକ, ମୋହନ ସିଂ, ପରି ହନ୍ତାଳ, ବୃନ୍ଦା ପାଙ୍ଗି, ରାମ ଖମାର, ସମାରୀ ପାଙ୍ଗି ମୃତ୍ୟୁବରଣ କରିଛନ୍ତି। ତେବେ ତାଙ୍କ ପରିବାରକୁ କେନ୍ଦୁପତ୍ର ବିଭାଗ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ୨ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଥିଲା। ତେବେ ଗୁମ୍ମା ବିଟ୍‌ରେ ଥିବା ମହିଳା ବନରକ୍ଷୀ ପଦ୍ମନୀ ପଟ୍ଟନାୟକ ଏହି ପରିବାରବର୍ଗଙ୍କ ନିକଟକୁ ଯାଇ ଉକ୍ତ ଟଙ୍କା ପ୍ରଦାନ ସମୟରେ ଜବରଦସ୍ତ ପ୍ରତ୍ୟେକ ପରିବାରଠାରୁ ୪୦ ହଜାର ଟଙ୍କା ଲେଖାଏ ୩ ଲକ୍ଷ ୨୦ ହଜାର ଟଙ୍କା ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି କହି ଲାଞ୍ଚ ଆକାରରେ ନେଇଥିଲେ। ଏନେଇ ସମାଜସେବୀ ଶରତ ବୁରୁଦା ଘଟଣା ସଂକ୍ରାନ୍ତରେ କେନ୍ଦୁପତ୍ର ବିଭାଗର ଖଣ୍ଡୀୟ ବନାଧିକାରୀ ପ୍ରଫୁଲ୍ଲ ମଣ୍ଡଳଙ୍କୁ ଜଣାଇ ଏହାର ତଦନ୍ତ କରିବା ପାଇଁ ଦାବି କରିଥିଲେ। ଏନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା।
ମହିଳା ବନରକ୍ଷୀ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏପରିକି ବନରକ୍ଷୀ ଲାଞ୍ଚ ନେଇଥିବା ୩ ଲକ୍ଷ ୨୦ ହଜାର ଟଙ୍କା କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ଫେରାଇବାକୁ ସମାଜସେବୀ ଶରତ ଦାବି କରିଛନ୍ତି। ତେବେ କେନ୍ଦୁପତ୍ର ଖଣ୍ଡୀୟ ବନାଧିକାରୀ ଶ୍ରୀ ମଣ୍ଡଳ ଅନ୍ୟ ଜିଲାରୁ ସ୍ବତନ୍ତ୍ର ଭାବେ ତଦନ୍ତକାରୀ ଅଧିକାରୀମାନଙ୍କୁ ନିୟୋଜିତ କରି ଘଟଣାର ନିରପେକ୍ଷ ତଦନ୍ତ ସହ ଘଟଣାର ସତ୍ୟାସତ୍ୟ ପଦାରେ ପକାଇଥିବାରୁ ସମାଜସେବୀ ଶରତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ତଦନ୍ତ ବେଳେ ଏହି ଘଟଣାରେ ଅନ୍ୟ ଜଣେ ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ ସମ୍ପୃକ୍ତ ଥିବାରୁ ବନରକ୍ଷୀଙ୍କ ସହ ଫରେଷ୍ଟର ନାୟକଙ୍କୁ ମଧ୍ୟ କାର୍ଯ୍ୟରୁ ଜୟପୁର କେନ୍ଦୁପତ୍ର ଡିଏଫ୍‌ଓଙ୍କ ଚିଠି ସଂଖ୍ୟା ୭୮ ଓ ୭୯ ତା.୧୦.୦୩.୨୦୨୩ରେ ନିଲମ୍ବିତ କରାଯାଇଛି। ତେବେ କେବଳ ବାଲିମେଳା କେନ୍ଦୁପତ୍ର ବନାଞ୍ଚଳର ଏପରି ଘଟଣା ଲୋକଲୋଚନକୁ ଆସିଥିବା ବେଳେ ଜିଲାର ସମସ୍ତ ଅଞ୍ଚଳରେ ଶ୍ରମିକଙ୍କ କଲ୍ୟାଣ ପାଣ୍ଠି ଏବଂ ମୃତ୍ୟୁକାଳୀନ ଅନୁକମ୍ପା ସହାୟତା ହରିଲୁଟ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ ବୋଲି ସମାଜସେବୀ ଶରତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri