ରାସ୍ତାପାର୍ଶ୍ୱରେ ପଡ଼ିରହିଛି ଶିଶୁର ମୃତଦେହ
ଜୟପୁର,୪।୯(ଡି.ଏନ୍.ଏ.): ଜୟପୁରରୁ ବିଶାଖାପାଟଣା ଯିବା ମୁଖ୍ୟ ରାସ୍ତା ଲମତାପୁଟ ତୁସୁବା ଛକ ନିକଟରେ ଏକ ଶିଶୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଶିଶୁଟିକୁ କିଏ କାହିଁକି ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।…
ରାନୁଙ୍କ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜୟପୁରର ଅଟୋ ଚାଳକଙ୍କ ଗୀତ, ମିଳିଲାଣି ଲକ୍ଷାଧିକ ଭିଉଜ୍
ଜୟପୁର,୩ା୯(ପବନ ପାଣିଗ୍ରାହୀ): ‘ଚଲ୍ତେ ଚଲ୍ତେ ମେରେ ୟେ ଗୀତ୍ ୟାଦ୍ ରଖନା, କଭି ଅଲ୍ବିଦା ନା କେହ୍ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା କରିବା ବେଳେ ଅଟୋରୁ ଭାସି ଆସିବ କିଶୋର କୁମାରଙ୍କ ଏଇ ଚିର ସବୁଜ…
ଛାବିରି ନଦୀରେ ଭାସିଯାଇ ବ୍ୟକ୍ତି ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି
କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଡମ୍ବତୁରୁଜିଂ ଗ୍ରାମର ଚିନ୍ତାମଣି ମୁଦୁଲି (୪୫) ସୋମବାର ରାତିରେ ଛାବେରି ନଦୀରେ ଭାସିଯାଇଥିଲେ । ଏ ନେଇ ଖବର ପାଇ ଜିଲା ଜରୁରୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ବିସିଂପୁର ପୋଲିସ ଓ…
କୋରାପୁଟ ଜିଲାରେ ୬୪୭.୪ ମିମି ବର୍ଷା ରେକର୍ଡ: କୋଟପାଡ ବ୍ଲକରେ ସର୍ବାଧିକ ୧୩୫ ମିମି
କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲାରେ ମଙ୍ଗଳବାର ୬୪୭.୪ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ା ସେଥିମଧ୍ୟରୁ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୩୫ ମିମି ବର୍ଷା ହୋଇଥିବା ବେଳେ ସେମିଳିଗୁଡ଼ା ବ୍ଲକରେ ୭୫ ମିମି, ନନ୍ଦପୁର…
ସୁଲତାଙ୍କ ହାତରେ ଅଟୋ ଷ୍ଟିଅରିଂ:ବାପା ଅସୁସ୍ଥ ଥିବାରୁ ପାଠ ଛାଡ଼ି ପରିବାର ପୋଷୁଛନ୍ତି ଆଦିବାସୀ ଝିଅ
ଜୟପୁର/ବୋରିଗୁମ୍ମା:୨ା୯(ନି.ପ୍ର./ଡି.ଏନ୍.ଏ.):ମାଟ୍ରିକ୍ରେ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିଲେ ସୁଲତା ଗୋଲରୀ। ବାପା ଅଟୋ ଚଳାଉଥିଲେ। କିନ୍ତୁ ହଠାତ୍ ସେ ଅସୁସ୍ଥ ହୋଇ ଘରେ ରହିବା ପରେ ପରିବାର ପେଟ ପୋଷିବା ପାଇଁ ସେହି ଅଟୋର ଷ୍ଟିଅରିଂ ନିଜ ହାତକୁ ନେଇ ଯାଇଥିଲେ ଏହି…
ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କଲେ ବାଲ୍ୟବନ୍ଧୁ
ଜୟପୁର,୨୯ା୮(ଡି.ଏନ୍.ଏ.) ଜୟପୁର ସହରର ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ରମେଶ ପୂଜାରୀ (ଟୁଟୁ)ଙ୍କୁ ଉଦ୍ଧାର କରି ନୂଆ ରାହା ଦେଖାଇଛନ୍ତି ବାଲ୍ୟବନ୍ଧୁ ଶିବାଜୀ ପଟ୍ଟନାୟକ। ଏହି ଖବର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଟୁଟୁଙ୍କୁ କୌଣସି ମନସ୍ତତ୍ୱ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସା ସହ…
ଏସ୍ଏଚ୍ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ରାସ୍ତା ଅବରୋଧ : ବିଧାୟକଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ
ଜୟପୁର,୨୮।୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ଜାମୁଣ୍ଡା ଓ କଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ୨୬ନଂ. ଜାତୀୟ ରାଜପଥର କୁମୁଲିପୁଟଠାରେ ରାସ୍ତା ଅବରୋଧ କରିଛନ୍ତି ା ଏସ୍ଏଚ୍ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ଏହି ରାସ୍ତା ଅବରୋଧ ହୋଇଛି। ଚାଷୀମାନଙ୍କ…
ଗ୍ରାମ ଜଙ୍ଗଲରୁ କାଠ କାଟିବା ଅଭିଯୋଗ: ୨ ଟ୍ରକ୍ ଅଟକ
କୋରାପୁଟ,୨୭।୮(ସ୍ବ.ପ୍ର.): କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମବାସୀ ସୋମବାର ବିଳମ୍ବିତ ରାତିରେ ୨ଟି କାଠ ବୋଝେଇ ଟ୍ରକ୍କୁ ଅଟକ ରଖିଛନ୍ତି। ଗ୍ରାମ ଜଙ୍ଗଲରୁ କାଠ କାଟିଥିବା ଅଭିଯୋଗରେ ଏହି ୨ ଟ୍ରକ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପଦ୍ମପୁର ପଞ୍ଚାୟତରେ ଗ୍ରାମ ଜଙ୍ଗଲକୁ…
ଦିବ୍ୟାଙ୍ଗଙ୍କୁ ବି ଛାଡିଲେନି: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଅତିରିକ୍ତ ରାଜସ୍ବ ନିରୀକ୍ଷକ
ଜୟପୁର, ୨୭।୮(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ ନନ୍ଦପୁର ବ୍ଲକର ବଲଡ଼ା ରାଜସ୍ବ ମଣ୍ଡଳର ଅତିରିକ୍ତ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ୱାଳ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାର ସମାଧାନ ପାଇଁ ସେ ଦିବ୍ୟାଙ୍ଗ…
ପୋଲ ତଳକୁ ଖସିଲା ଟ୍ରାକ୍ଟର, ୨ ମୃତ
ପଟ୍ଟାଙ୍ଗି,୨୫ା୮(ଡି.ଏନ୍.ଏ.): ପୋଲ ତଳକୁ ଟ୍ରାକ୍ଟର ଖସିପଡ଼ିବାରୁ ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଶନିବାର ଏଭଳି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଅମ୍ପାବାଲି…
ଶିକ୍ଷାନୀତି ବାତିଲ ଦାବି କଲା ଡିଏସ୍ଓ
ଜୟପୁର,୨୫ା୮(ନି.ପ୍ର./ଡି.ଏନ୍.ଏ.): ଜୟପୁର ସରୋଜିନୀ ଭବନରେ ଏଆଇଡିଏସ୍ଓ ପକ୍ଷରୁ ଜିଲାସ୍ତରୀୟ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି ା ଜାତୀୟ ଶିକ୍ଷାନୀତି ୨୦୧୯ ବାତିଲ ଦାବିରେ ଏହି ସମାବେଶ ହୋଇଥିଲା। ଡିଏସ୍ଓ ଜିଲା ସଂପାଦକ ଭାଗ୍ୟରବି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି…
ଚାଷୀମାନଙ୍କ ପକ୍ଷରୁ ସିଏସ୍ ଅଫିସ ଘେରାଉ
ଜୟପୁର,୨୪।୮(ଡି.ଏନ୍.ଏ.): ଏସ୍ଏଚ୍ଜି ପକ୍ଷରୁ ଖରିଫ ଧାନ କ୍ରୟ ନିଷ୍ପତ୍ତିକୁ ବିରୋଧ କରି ଜୟପୁର ବ୍ଲକ ଜାମୁଣ୍ଡ ପଞ୍ଚାୟତର ଚାଷୀମାନେ ଶନିବାର ଜିଲା ଯୋଗାଣ (ସିଏସ୍) ଅଫିସ ଘେରାଉ କରିଛନ୍ତି। ଆସନ୍ତା ଖରିଫ ଧାନ ମଣ୍ଡିରୁ ଲ୍ୟାମ୍ପ ବଦଳିରେ ମହିଳା ଏସ୍ଏଚ୍ଜି ଦ୍ୱାରା…
Archives


