କୋରାପୁଟ

ରାଜ୍ୟପାଳ ପୁରସ୍କାର ପାଇବ ଜାମୁଣ୍ଡା ଏସ୍‌ଏଚ୍‌ଜି

ଜୟପୁର,୧୪।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ବ୍ଲକ ଅଧୀନ ଜାମୁଣ୍ଡା ପଞ୍ଚାୟତର ସଦର ମହକୁମାସ୍ଥିତ ମା’ ମୁତ୍ୟାଲୁମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହେବ। ଆସନ୍ତା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରଠାରେ ରାଜ୍ୟପାଳ ଏହି…

ପାହାଡ଼, ନଈଘେରରେ କଟୁଛି ବିଚ୍ଛିନ୍ନାଞ୍ଚଳ ଜୀବନ

ଦଶମନ୍ତପୁର,୧୩।୧(ଡି.ଏନ୍‌.ଏ.) ଚାରିପାଖେ ପାହାଡ଼, ପର୍ବତ ଓ ୩ଟି ନଦୀ। ତାହାରି ଘେର ଭିତରେ ବନ୍ଦୀ ଗୋଟିଏ ଗାଁ। ଯୋଗାଯୋଗ ନାହିଁ। ତେଣୁ ବିକାଶର ଛାଇ ବି ଗାଁ ମାଟି ମାଡ଼ିନାହିଁ। ସରକାରୀ ବାବୁ କି ନେତା ଆସନ୍ତିନି। କେବଳ ନିର୍ବାଚନ ବେଳେ…

ପୁଣି ତେଜିଲା ଆଦିବାସୀ ମାନ୍ୟତା ଦାବି : ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦୋରା ସମ୍ପ୍ରଦାୟ

  ପଟ୍ଟାଙ୍ଗି,୧୨ା୧(ଡି.ଏନ୍‌.ଏ.) କୋରାପୁଟ ଜିଲାର ଅନେକ ସମ୍ପ୍ରଦାୟ ଦୀର୍ଘଦିନରୁ ଆଦିବାସୀ ମାନ୍ୟତା ଦାବି କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ଦୋରା ସମ୍ପ୍ରଦାୟ। ରାଜ୍ୟ ସରକାର ସେମାନଙ୍କୁ ଏହି ମାନ୍ୟତା ଦେବାରେ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ପୁଣିଥରେ ସେହି ଦାବି…

ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୟପୁର,୧୧।୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବି.ସିଙ୍ଗପୁର ଥାନା ରାଣିଗଡ଼ ଫାଣ୍ଡି ଅନ୍ତର୍ଗତ ବାଳିପୂଜାରିପୁଟଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଶନିବାର ରାସ୍ତା ଅବରୋଧ କରିଛନ୍ତି। ଶୁକ୍ରବାର ରାତିରେ ବାଳିପୂଜାରିପୁଟଠାରେ…

ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଏନେଇ ବ୍ଲକର ଯୋଗାଣ ନିରୀକ୍ଷକ, ରାଜସ୍ବ ନିରୀକ୍ଷକ ଓ କୃଷି…

ଭାରପ୍ରାପ୍ତଙ୍କ ମୁଣ୍ଡରେ ବ୍ଲକ ପ୍ରଶାସନ ଭାର

କୁନ୍ଦୁରା,୧୧ା୧(ଡି.ଏନ୍‌.ଏ.): କୋରାପୁଟ ଜିଲାର ଉପାନ୍ତ କୁନ୍ଦୁରା ବ୍ଲକରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବଦଳି ପରେ ବଦଳି ହୋଇ ଯାଉଛନ୍ତି। ସେମାନଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧିତ୍କାରୀଙ୍କୁ ଦାୟିତ୍ୱ ଦେଇ ବିଭାଗ କାମ ଚଳାଉଛି ପ୍ରଶାସନ। ବହୁ ବିଭାଗରେ ଭାରପ୍ରାପ୍ତ ଅଧିକାରୀ ହିଁ ଅତିରିକ୍ତ…

ଏୟାରଷ୍ଟ୍ରିପ୍‌ ସଂପ୍ରସାରଣ: ଦ୍ୱୀତିୟ ପର୍ଯ୍ୟାୟରେ ୪୨ କୋଟିର ଟେଣ୍ଡର ଆହ୍ବାନ

  ଜୟପୁର,୧୧ା୧(ଡି.ଏନ୍‌.ଏ.): କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଉଡାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ୪୨ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି। ଏନେଇ ଠିକାସଂସ୍ଥା ଟେଣ୍ଡର ଦାଖଲ କରିଥିବା ବେଳେ…

ଛତୁଚାଷ ପାଇଁ ମଡେଲ ସାଜିଛନ୍ତି କୃଷକ ଦମ୍ପତି

ବୈପାରୀଗୁଡ଼ା,୧୦।୧(ଡି.ଏନ୍‌.ଏ.)- ପାରମ୍ପରିକ ଚାଷ ବଦଳରେ ଛତୁ ଚାଷ ଦ୍ୱାରା ସୀମିତ ଜମିରେ ଖୁବ୍‌ କମ୍‌ ଦିନରେ ଲାଭ ମିଳିଥାଏ ା ବଜାରରେ ଛତୁର ଚାହିଦା ଅଧିକ ଥିବାରୁ ବିକ୍ରି ପାଇଁ ମଧ୍ୟ କୌଣସି ସମସ୍ୟା ନ ଥାଏ। ଏଥିପାଇଁ କେବଳ ବୈଷୟିକ…

କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ

ଜୟପୁର,୯।୧(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ସୁର୍ଲି ଗ୍ରାମ ନିକଟରେ ଏକ କାର୍‌ରୁ ୧ କୁଇଣ୍ଟାଲ ୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ପୋଲିସ ସୂଚନାନୁଯାୟୀ, ବୁଧବାର ରାତିରେ କୋଟପାଡ଼ ପୋଲିସ ପାଟ୍ରୋଲିଂ କରିବା ସମୟରେ ସୁର୍ଲି ଗ୍ରାମ ନିକଟରେ…

ଅନିୟମିତତା: କୂଅ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ଚଳୁ

କୋଟପାଡ଼,୯ା୧(ଡି.ଏନ୍‌.ଏ.) କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମରେ ଗଭୀର କୂପ ଖୋଳା ନ ଯାଇ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କ କୂଅ ପାଇଁ ଆବଶ୍ୟକ ଗଭୀରତାର…

ଜୟପୁରରେ ବନ୍ଦ ପାଳନ

ଜୟପୁର,୮।୧(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରରେ ଭାରତ ବନ୍ଦ ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି।

ସ୍କୁଲରେ ରନ୍ଧାଖାଦ୍ୟ ଦେବ ଏସ୍‌ଏଚ୍‌ଜି

ଜୟପୁର,୮ା୧(ଡି.ଏନ୍‌.ଏ.)- ଏସ୍‌ଏଚ୍‌ଜି ପ୍ରସ୍ତୁତ କରିବେ ସ୍କୁଲ ମଧ୍ୟାହ୍ନଭୋଜନ। କୋରାପୁଟ ଜିଲା ଜୟପୁର ବ୍ଲକର ୬୫ ଓ ପୌରସଂସ୍ଥାର ୨୦ଟି ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନଭୋଜନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଏନେଇ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?