କୋରାପୁଟ

ଆନ୍ଧ୍ର ସହ ରହିବାକୁ ୩ ସରପଞ୍ଚ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ, ୨୧ରେ ଶୁଣାଣି

ପଟ୍ଟାଙ୍ଗୀ,୧୮ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୌଣସି ସମାଧାନର ବାଟ ଏଯାଏ ବାହାରିପାରିନାହିଁ। ଏଭଳି ସ୍ଥିତିରେ ଆନ୍ଧ୍ର ସହ ରହିବାକୁ ଫାଟୁସିନେରି ସରପଞ୍ଚ କୁନେଟି କୁସଆମାଁଙ୍କ…

‘କାର୍ଯ୍ୟ ସମୟରେ ଅନୁପସ୍ଥିତ ରହିଲେ ନିଆଁ ଲଗାଇଦେବି’

କୋରାପୁଟ,୧୭ା୩(ସ୍ବ.ପ୍ର.): କୋରାପୁଟ ପୌରପାଳିକାକୁ ବୁଧବାର ପଟ୍ଟା ପାଇଁ କେତେକ ହିତାଧିକାରୀ ଆସିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଆସି ନ ଥିଲେ। ଏହି ଖବର ପାଇ କୋରାପୁଟରେ ଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପୌର କାର୍ଯ୍ୟାଳୟରେ…

ଗଛରେ ପିଟିହେଲା ବସ୍‌: ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଆହତ

କୋରାପୁଟ,୧୬ା୩(ସ୍ବ.ପ୍ର.): କୋରାପୁଟ ଦାମନଯୋଡ଼ିରୁ ଏକ ବସ୍‌ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲପରଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏହା ଏକ ଗଛରେ ପିଟି ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶର…

ଦାମନଯୋଡିରେ ଦୋଳଉତ୍ସବ ଆରମ୍ଭ

ଦାମନଯୋଡି,୧୪ା୩(ଡି.ଏନ.ଏ.): ରବିବାର ପବିତ୍ର ଫଗୁ ଦଶମୀଠାରୁ ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି। ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ରାଧାମାଧବଙ୍କୁ ଏକ ସୁସଜ୍ଜିତ ବିମାନରେ ନଗର ପରିକ୍ରମାରେ ନିଆଯାଇଥିଲା। ପ୍ରଥମ ଦିବସରେ ଶ୍ରୀଜୀଉ ସେକ୍ଟର-୨ ପରିକ୍ରମା କରିଥିଲେ।…

ବିଜେଡିରୁ ଇସ୍ତଫା ଦେଲେ ୩ ଅସନ୍ତୁଷ୍ଟ ନେତା

କୋଟପାଡ଼,୧୩।୩(ଡି.ଏନ.ଏ.): କୋରପୁଟ ଜିଲା କୋଟପାଡ଼ ବିଜେଡିରେ ଦଳୀୟ ଅସନ୍ତୋଷ ଲାଗି ରହିଛି। ଫଳରେ ଦଳର ୩ ପୁରୁଖା ନେତା ପଙ୍କଜ ପାତ୍ର, ଈଶ୍ୱର ମହାନ୍ତି, ରଞ୍ଜିତ ପାତ୍ର ଶନିବାର ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ଇସ୍ତଫାପତ୍ର…

ହାଟ୍ରିକ୍‌ କଲେ ନମିତା

କୋରାପୁଟ,୧୨ା୩(ସ୍ବ.ପ୍ର.): କୋରାପୁଟ ବ୍ଲକ ଅଧ୍ୟକ୍ଷା ଭାବେ ନମିତା ମାଝି ହାଟ୍ରିକ କରିଛନ୍ତି। ନମିତା ୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାଯାଇଛି। ଶନିବାର ମଧ୍ୟାହ୍ନରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ପଦବୀ ନିମନ୍ତେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମସ୍ତିପୁଟ ସମିତିସଭ୍ୟା ନମିତା…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ/ଜୟପୁର, ୧୨।୩(ସ୍ବ.ପ୍ର./ନି.ପ୍ର.): କୋରାପୁଟ-ବିଶାଖାପାଟଣା ମଧ୍ୟରେ ପାଡୁଆ ଷ୍ଟେଶନର ଭେଜା ଗ୍ରାମ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏହା ପରେ ଉକ୍ତ ରୁଟ୍‌ରେ ସମସ୍ତ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ଲାଇନ୍‌ କ୍ଲିଅର କରାଯାଇ ୧୧ଘଣ୍ଟା ପରେ ଉକ୍ତ ରୁଟ୍‌ରେ…

ବୁଲା ବାବାଙ୍କ ଲଡୁ ଖାଇ ୬ ଅସୁସ୍ଥ

ଦଶମନ୍ତପୁର, ୧୧।୩(ଡି.ଏନ୍‌.ଏ.): ହାତ ଦେଖିବାକୁ ଗାଁକୁ ଆସିଥିଲେ ବୁଲା ବାବା। ଲୋକମାନଙ୍କୁ ଖାଇବାକୁ ଦେଲେ ଲଡୁ। ବୁଲା ବାବାଙ୍କଠାରୁ ଲଡୁ ଖାଇଥିବା ୬ଜଣ ଏବେ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ଗୁରୁତରଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ…

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ ବଗି

କୋରାପୁଟ,୧୧ା୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଭେଜା ନିକଟରେ ଗୁରୁବାର ବିଳମ୍ବିତ ରାତିରେ କୋରାପୁଟ ଷ୍ଟେଶନଠାରୁ ୨୫ କିମି ଦୂରରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି କିରଣ୍ଡୁଲରୁ କୋଇଲା ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ଭେଜା ନିକଟରେ…

ସମସ୍ୟାରେ ୭,୮ ନଂ. ଓ୍ବାର୍ଡବାସୀ

ସୁନାବେଡ଼ା, ୧୦ା୩(ସ୍ବ. ପ୍ର.) ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏଥିରୁ ଲୋକେ ଉପକୃତ ହେଉ ନ ଥିବା ଅଭିଯୋଗ ହେଉଛି। ସୁନାବେଡ଼ା ୮ନଂ. ୱାର୍ଡ ଏଇଏଫ୍‌ ମାର୍କେଟ ନିକଟସ୍ଥ ଡ୍ରାଇଭର କଲୋନିରେ ସୁଧୁରୁନି ସମସ୍ୟା। କଲୋନିର ଆରମ୍ଭରେ…

ପୌରାଧ୍ୟକ୍ଷ ୩, କାଉନସିଲରରୁ ୫ ପ୍ରାର୍ଥୀ କଟିଲେ

ଜୟପୁର,୧୦ା୩ (ନି.ପ୍ର .): ଜୟପୁର ପୌରପାଳିକା ନିର୍ବାଚନ ପାଇଁ ବୁଧବାର ଯାଞ୍ଚ ଶେଷ ହୋଇଛି। ପୌର ଅଧ୍ୟକ୍ଷ ପାଇଁ ୨୨ଟି ନାମାଙ୍କନ ହୋଇଥିବା ବେଳେ ଯାଞ୍ଚ ପରେ ୩ଟି କଟି ୧୯ଟି କାଏମ ରହିଛି। ସେହିପରି ୨୮ଟି ୱାର୍ଡ ପାଇଁ କାଉନସିଲର…

ବିଶ୍ୱାସର ପର୍ବ ଝାମିଯାତ୍ରା

ଜୟପୁର,୧୦ା୩(ନି.ପ୍ର.): ଝାମିଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଜୟପୁର। ଏହି ଯାତ୍ରାରେ ସିରଲୀ ଦେବୀଙ୍କୁ ପୂଜା କରାଯାଇଥାଏ। ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରାର ପ୍ରସ୍ତୁତି। ଶିବରାତ୍ରି ଦିନ ଶିବମନ୍ଦିରରେ ପୂଜା କରାଯାଇଥାଏ ା ପରେ ଝାମିଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଜଣେ ବାଳକକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri