‘କାର୍ଯ୍ୟ ସମୟରେ ଅନୁପସ୍ଥିତ ରହିଲେ ନିଆଁ ଲଗାଇଦେବି’

କୋରାପୁଟ,୧୭ା୩(ସ୍ବ.ପ୍ର.): କୋରାପୁଟ ପୌରପାଳିକାକୁ ବୁଧବାର ପଟ୍ଟା ପାଇଁ କେତେକ ହିତାଧିକାରୀ ଆସିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଆସି ନ ଥିଲେ। ଏହି ଖବର ପାଇ କୋରାପୁଟରେ ଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପୌର କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେତେବେଳକୁ ମଧ୍ୟ କାର୍ଯ୍ୟାଳୟରେ କୌଣସି ଅଧିକାରୀ ନ ଥିଲେ। ଦୀର୍ଘ ସମୟ ଜଗିବା ପରେ ପୌରପାଳିକା ଅଧିକାରୀ ଆସିଥିଲେ। ସେ ଆସିବା ପରେ ବାହିନୀପତି ପୌରପାଳିକା ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଲୋକମାନଙ୍କ ପଟ୍ଟା ସମସ୍ୟାର ସମାଧାନ କର ନଚେତ ମଁୁ ଦୁଇ ଦିନ ପରେ ଆସିବି, ତୁମ ଅଫିସ ସବୁ ଭାଙ୍ଗି ଚୂରମାର କରିଦେବି ବୋଲି କହିଥିଲେ। ନବୀନବାବୁ ପଟ୍ଟା ଦେଉଛନ୍ତି ବୋଲି ସହରାଞ୍ଚଳରେ ବାହାବା ମାରୁଛନ୍ତି। ମାତ୍ର ବାସ୍ତବ ସ୍ଥିତି ଅଲଗା। କାର୍ଯ୍ୟାଳୟରେ ଲୋକଙ୍କୁ ପଟ୍ଟା ଦେଉଛନ୍ତି, ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ପୌର ଅଧିକାରୀ ଦେଇଥିବା ପଟ୍ଟା ହିତାଧିକାରୀଙ୍କଠାରୁ ଛଡ଼େଇ ନେଉଛନ୍ତି ବୋଲି ବାହିନୀପତି ଅଭିଯୋଗ କରିଥିଲେ। କୋରାପୁଟ ଜିଲାରେ ସମସ୍ତ ସରକାରୀ ଅଧିକାରୀ ସରକାରଙ୍କ ପାଇଁ ଦଳୀୟ ରାଜନୀତି କରୁଛନ୍ତି। ଜିଲାପାଳଙ୍କଠାରୁ ଆରମ୍ଭ କରି ସବୁ ବିଭାଗର ତଳସ୍ତରର କର୍ମଚାରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ସିଟ୍‌ ଖାଲି ପଡୁଛି। କୋରାପୁଟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଯଦି କାର୍ଯ୍ୟାଳୟ ସମୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ନିଜ ସିଟ୍‌ରେ ଅନୁପସ୍ଥିତ ରହିବେ ସମ୍ପୃକ୍ତ କାର୍ଯ୍ୟାଳୟକୁ ଭଙ୍ଗାଯିବା ସହ ନିଆଁ ଲଗାଯିବ ବୋଲି ବାହିନୀପତି ଧମକ ଦେଇ ଚାଲିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri