‘କାର୍ଯ୍ୟ ସମୟରେ ଅନୁପସ୍ଥିତ ରହିଲେ ନିଆଁ ଲଗାଇଦେବି’

କୋରାପୁଟ,୧୭ା୩(ସ୍ବ.ପ୍ର.): କୋରାପୁଟ ପୌରପାଳିକାକୁ ବୁଧବାର ପଟ୍ଟା ପାଇଁ କେତେକ ହିତାଧିକାରୀ ଆସିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଆସି ନ ଥିଲେ। ଏହି ଖବର ପାଇ କୋରାପୁଟରେ ଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପୌର କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେତେବେଳକୁ ମଧ୍ୟ କାର୍ଯ୍ୟାଳୟରେ କୌଣସି ଅଧିକାରୀ ନ ଥିଲେ। ଦୀର୍ଘ ସମୟ ଜଗିବା ପରେ ପୌରପାଳିକା ଅଧିକାରୀ ଆସିଥିଲେ। ସେ ଆସିବା ପରେ ବାହିନୀପତି ପୌରପାଳିକା ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଲୋକମାନଙ୍କ ପଟ୍ଟା ସମସ୍ୟାର ସମାଧାନ କର ନଚେତ ମଁୁ ଦୁଇ ଦିନ ପରେ ଆସିବି, ତୁମ ଅଫିସ ସବୁ ଭାଙ୍ଗି ଚୂରମାର କରିଦେବି ବୋଲି କହିଥିଲେ। ନବୀନବାବୁ ପଟ୍ଟା ଦେଉଛନ୍ତି ବୋଲି ସହରାଞ୍ଚଳରେ ବାହାବା ମାରୁଛନ୍ତି। ମାତ୍ର ବାସ୍ତବ ସ୍ଥିତି ଅଲଗା। କାର୍ଯ୍ୟାଳୟରେ ଲୋକଙ୍କୁ ପଟ୍ଟା ଦେଉଛନ୍ତି, ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ପୌର ଅଧିକାରୀ ଦେଇଥିବା ପଟ୍ଟା ହିତାଧିକାରୀଙ୍କଠାରୁ ଛଡ଼େଇ ନେଉଛନ୍ତି ବୋଲି ବାହିନୀପତି ଅଭିଯୋଗ କରିଥିଲେ। କୋରାପୁଟ ଜିଲାରେ ସମସ୍ତ ସରକାରୀ ଅଧିକାରୀ ସରକାରଙ୍କ ପାଇଁ ଦଳୀୟ ରାଜନୀତି କରୁଛନ୍ତି। ଜିଲାପାଳଙ୍କଠାରୁ ଆରମ୍ଭ କରି ସବୁ ବିଭାଗର ତଳସ୍ତରର କର୍ମଚାରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ସିଟ୍‌ ଖାଲି ପଡୁଛି। କୋରାପୁଟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଯଦି କାର୍ଯ୍ୟାଳୟ ସମୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ନିଜ ସିଟ୍‌ରେ ଅନୁପସ୍ଥିତ ରହିବେ ସମ୍ପୃକ୍ତ କାର୍ଯ୍ୟାଳୟକୁ ଭଙ୍ଗାଯିବା ସହ ନିଆଁ ଲଗାଯିବ ବୋଲି ବାହିନୀପତି ଧମକ ଦେଇ ଚାଲିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?