ଦାମନଯୋଡି,୧୪ା୩(ଡି.ଏନ.ଏ.): ରବିବାର ପବିତ୍ର ଫଗୁ ଦଶମୀଠାରୁ ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି। ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ରାଧାମାଧବଙ୍କୁ ଏକ ସୁସଜ୍ଜିତ ବିମାନରେ ନଗର ପରିକ୍ରମାରେ ନିଆଯାଇଥିଲା। ପ୍ରଥମ ଦିବସରେ ଶ୍ରୀଜୀଉ ସେକ୍ଟର-୨ ପରିକ୍ରମା କରିଥିଲେ। ଶ୍ରଦ୍ଧାଳୁମାନେ ନିଜ ନିଜ ଘର ପ୍ରାଙ୍ଗଣକୁ ଲିପାପୋଛା କରି ମହାପ୍ରଭୁଙ୍କୁ ଧୂପ, ଦୀପ ଓ ନୈବେଦ୍ୟରେ ପୂଜାର୍ଚ୍ଚନା କରିଥିଲେ। ପୂଜକ ଅଜୟ ପଣ୍ଡା,ବିଜୟ ପଣ୍ଡା,ନୀଳାଞ୍ଚଳ ମହାପାତ୍ର ଓ ପ୍ରଭାତ ରଥ ପୂଜାକାର୍ଯ୍ୟ କରିଥିଲେ। ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ବ୍ରଜକିଶୋର ଦାଶ, ସୁକାନ୍ତ ଦାସ,ଉପେନ୍ଦ୍ର ପାତ୍ର, ଅଚ୍ୟୁତ ପ୍ରଧାନ, ଶିଶିର ପରିଡା,ସୁଶାନ୍ତ ଦାଶ,ଖଗେଶ୍ୱର ପାତ୍ର,ଖଦାଳ ନାୟକ,ତ୍ରିଲୋଚନ ଚୌଧୁରୀ,ରବୀନ୍ଦ୍ର ନାଥ ମୁଦୁଲି, ସଞ୍ଜୟ ସାହୁଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ। ଗୌଡ଼ଗୁଡା ଗ୍ରାମରୁ ସଦନ ଗୌଡ଼ଙ୍କ ନେତୃତ୍ୱରେ ଆସିଥିବା ଗୋପାଳଭାଇ ବିମାନସେବା କରିଥିଲେ। ସୋମବାର ସେକ୍ଟର-୩, ମଙ୍ଗଳବାର ଅଁଳାବାଡି କଲୋନୀ, ବୁଧବାର ଭେଜାପୁଟ ଓ ସତ୍ସଙ୍ଗ ଅଞ୍ଚଳ, ଗୁରୁବାର ସେକ୍ଟର-୧ ଅଞ୍ଚଳ ପରିକ୍ରମା କାର୍ଯ୍ୟକ୍ରମ ରହିଛି। ସେହିପରି ମାଥାଲପୁଟସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିରରୁ ମଧ୍ୟ ଶ୍ରୀ ରାଧାମାଧବଙ୍କୁ ବିମାନରେ ନେଇ ନଗର ପରିକ୍ରମା କରାଯାଇଛି। ପୂଜକ ପ୍ରଣୟ ଦେବତ୍ତା ଓ ପ୍ରତାପ ପଣ୍ଡା ପୂଜାନୀତି ସମ୍ପନ୍ନ କରିଥିଲେ। ମନ୍ଦିର କମିଟି କର୍ମକର୍ତ୍ତା କାଳିଚରଣ ପାଟ୍ଟଯୋଶୀ, ଆକୁଳ ଜେନା, ପଞ୍ଚାନନ ପାତ୍ର, ହରିବନ୍ଧୁ ବିଶ୍ୱାଳ ଓ ଶୂନ୍ୟବାସୀ ବିଶ୍ୱାଳ ପରିଚାଳନା କରିଥିଲେ।
ଜଲାପୁଟ ଜଳଭଣ୍ଡାରର ୨ ଗେଟ୍ ଖୋଲିଲା
କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…
ଲଜ୍ରୁ ମିଳିଲା ଦମ୍ପତିଙ୍କ ମୃତଦେହ
କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…
କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍ ଅନୁଯାୟୀ ସବୁ ପ୍ରକାର…
କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା
କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର
କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…
କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ
କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

