କୋରାପୁଟ

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଆଇଆଇସି

ବୈପାରିଗୁଡା,୨୭ା୧୧(କଳ୍ପତରୁ ମହାନ୍ତି): କୋରାପୁଟ ଜିଲା ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀ ସୋମବାର ବସ୍‌ ଯୋଗେ କେନ୍ଦ୍ରାପଡା ଜିଲା ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ ଜୟପୁର ଭିଜିଲାନ୍ସ ଧରିଛି। ସେ ୨ ଲକ୍ଷ ଟଙ୍କା ଧରି ଯାଉଥିଲେ। ଏନେଇ...

ଭାରରେ ଆଣିବାବେଳେ ଅଧା ବାଟରେ ପ୍ରସବ

ଦଶମନ୍ତପୁର,୨୬।୧୧ (ଅରବିନ୍ଦ ନାୟକ )କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା ଲୋରେଶ ଗ୍ରାମରେ ଶନିବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ଗୁପ୍ତ ସାଉଁନ୍ତାଙ୍କ ସ୍ତ୍ରୀ ଦୀପ ସାଉଁନ୍ତାଙ୍କ ଶୁକ୍ରବାର ରାତିରେ ପ୍ରସବ...

୯ ହିତାଧିକାରୀଙ୍କ ୫ ମାସର ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ନନ୍ଦପୁର, ୨୧ା୧୧(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପୋଡେଇ ଗ୍ରାମର ଭତ୍ତା ହିତାଧିକାରୀ ୫ ମାସର ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। କୁଲାରସିଂ ପଞ୍ଚାୟତର ପୋଡେଇ ଗ୍ରାମର ସନାଇ କିର୍ଷାନୀ, ନାରଦ ଖେମୁଣ୍ଡୁ, ସାନମତି କିର୍ଷାନି,...

ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ କରିଥିଲି ଅଭିଯୋଗ: ୫ ଦିନ ବିତିଲାଣି, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ନନ୍ଦପୁର, ୧୯ା୧୧(ଶଙ୍କର ପୂଜାରୀ): ବିବାହର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ଗତ ଦଶହରା ଦିନ ଅନ୍ୟ ଜଣଙ୍କୁ ବିବାହ କଲେ। ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ବାମୀ ଅର୍ଜୁନ ମୁଦୁଲି, ଶାଶୁ, ଶଶୁର, ନଣନ୍ଦ ଓ ଦିଅର...

ଭଡ଼ା ଘରୁ ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ନାର୍କୋଟିକ୍ସ ଟିମ୍‌

ଜୟପୁର,୧୫ା୧୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର ପାରବେଡାର ଏକ ଭଡ଼ା ଘରୁ ବୁଧବାର ବେଙ୍ଗାଲୁରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ ୫ ଜଣ ଛାତ୍ରଙ୍କୁ ଉଠାଇ ନେଇଛି। ସେମାନେ ହେଲେ ହିମାଂଶୁ ଶେଖର ନାୟକ, ରାଜା ମଣ୍ଡଳ,...

ଷ୍ଟେଶନ ନିକଟରୁ ମିଳିଲା ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

କୋରାପୁଟ,୧୬।୧୧(ଅମିତାଭ ବେହେରା): କୋରାପୁଟ-କିରାଣ୍ଢୁଲ ରେଳଲାଇନର ଜରଟି ଷ୍ଟେଶନ ନିକଟ ରେଳଧାରଣା ପାଖରୁ ଗୁରୁବାର ସକାଳେ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ଗୋଟିଏ ମୃତଦେହର ଅଣ୍ଟାରୁ ଗଣ୍ଡି ଅଲଗା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ମୃତଦେହର ଗୋଡ଼...

ଶ୍ରେଣୀଗୃହ ଛାତ-କାନ୍ଥ ଫାଟି ଆଁ, ଗଛ ତଳେ ପିଲାଏ ପଢୁଛନ୍ତି ପାଠ

ଦାମନଯୋଡି,୧୬ା୧୧(ନରସିଂହବ୍ରହ୍ମା): କୋରାପୁଟ ଜିଲା ସେମିଳିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଛାତ ଏବଂ କାନ୍ଥ ଭାଙ୍ଗି ଆଁ କରି ରହିଛି। କେତେବେଳେ...

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା: ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଜଣାଇଲେ କର୍ମଚାରୀ

କୋରାପୁଟ,୧୩।୧୧(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁବନେଶ୍ୱରର ଅଭିରାମ କେୟାର ଟେକିଙ୍ଗ ଏବଂ ଏକ୍ସପର୍ଟ ଠିକାସଂସ୍ଥା ସଫେଇ କର୍ମଚାରୀ, ସୁରକ୍ଷାକର୍ମୀ, ସୁପରଭାଇଜର ଓ ଆଟେଣ୍ଡାଣ୍ଟ ନିଯୁକ୍ତ କାର୍ଯ୍ୟ କରୁଛନ୍ତି। ଏହି ଠିକାସଂସ୍ଥା ଏବେ...

ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ୨ ମହିଳାଙ୍କ ସମେତ ୭ ଗିରଫ

କୋରାପୁଟ,୧୨ା୧୧(ଅମିତାଭ ବେହେରା): କୋରାପୁଟ ସହରର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ରବିବାର ୨ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ। ରମେଶ ସରକାରୀ ଚାକିରିରୁ...

କଂଗ୍ରେସରେ ଯୋଗଦେବେ ଜୟରାମ ପାଙ୍ଗି

କୋରାପୁଟ,୧୦।୧୧(ଅମିତାଭ ବେହେରା): ବରିଷ୍ଠ ବିଆର୍‌ଏସ୍‌ ନେତା ଜୟରାମ ପାଙ୍ଗି ନଭେମ୍ବର ୧୬ରେ କଂଗ୍ରେସରେ ଯୋଗଦେବା ନେଇ ସୋସିଆଲ ମିଡ଼ିଆରେ ଶୁକ୍ରବାର ପ୍ରକାଶ କରିଛନ୍ତି। ଜନତା ଦଳରୁ ବିଜେଡି ପରେ ଜୟରାମ ଭାଜପାରେ ସାମିଲ ହୋଇଥିଲେ । କିଛି ଦିନ ତଳେ...

କୋରାପୁଟରେ ୧୨୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୦ା୧୧(ଅମିତାଭ ବେହେରା): ଶୁକ୍ରବାର କୋରାପୁଟ ସଦର ମହାକୁମାରେ ଥିବା ପୋଲିସ ପଡ଼ିଆଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲା ପାଇଁ ୧୨୦ କୋଟି ଟଙ୍କା ବ୍ୟୟରେ ୩ ହଜାର ୮୭ଟି ବିଭିନ୍ନ...

ଭାଜପାରେ ଯୋଗଦେବାକୁ ଯାଇଥିବା ବିଜେଡି କର୍ମୀ କୋରାପୁଟ ଆସି ଭୁଲ୍‌ ମାଗିଲେ

କୋରାପୁଟ,୯।୧୧(ଅମିତାଭ ବେହେରା): କୋରାପୁଟ ବ୍ଲକ ଅଧୀନ କେନ୍ଦାର ପଞ୍ଚାୟତର ଦୁଇ ବିଜେଡି କର୍ମୀ ଭାଜପା ନେତା ରଘୁରାମ ମାଛଙ୍କ ସହ ଭୁବନେଶ୍ୱର ଯାଇଥିଲେ। ଗୁରୁବାର ସେମାନେ କୋରାପୁଟ ଫେରି ଭୁଲ୍‌ ମାଗିଛନ୍ତି। କେନ୍ଦାର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପୀତବାସ ଜାନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri