ଏଣିକି ୧ ନମ୍ବର ପ୍ଲାଟଫର୍ମରେ ରହିବ ହୀରାଖଣ୍ଡ
ଜୟପୁର,୧୪ା୧୨ (ନି.ପ୍ର.): ପୂର୍ବତଟ ରେଳବାଇର ଓ୍ବାଲଟିୟର ଡିଭିଜନ ଡିଆର୍ଏମ ଅନୁପ ଶତପଥୀ ଜଗଦଲପୁରରୁ ବିଶାଖାପାଟଣା ଗସ୍ତ ସମୟରେ ଜୟପୁର ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି। ଡିଆରଏମଙ୍କ ଗସ୍ତ ସୂଚନା ପାଇ ଜୟପୁରର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଦାବିପତ୍ର ଦେଇଛନ୍ତି। ଆଗାମୀ ଦିନରେ…
ଆଦିବାସୀ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗଙ୍ଗାଧର, ମୁକ୍ତା
କୋରାପୁଟ,୧୩ା୧୨(ସ୍ବ.ପ୍ର.):ଆଜିର ଆଧୁନିକ ଯୁଗରେ ଲୋକେ ନିଜ କଳା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସେତେଟା ଆଗଭର ହେଉ ନ ଥିବା ବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପେଟୁରୁ ପଞ୍ଚାୟତର ଦିବ୍ୟାଙ୍ଗ ଦମ୍ପତି ଗଙ୍ଗାଧର ଓ ମୁକ୍ତା ଏ କ୍ଷେତ୍ରରେ ଭିନ୍ନ ପରିଚୟ…
ଚନ୍ଦନକାଠ ସହ ୨ବେପାରୀଙ୍କୁ ଧରିଲା ବନବିଭାଗ
କୋରାପୁଟ,୧୨।୧୨(ସ୍ବ.ପ୍ର.): କୋରାପୁଟ ବନ ବିଭାଗ ପକ୍ଷରୁ ସଦର ବ୍ଲକର ବାରିଗୁଡା ଜଙ୍ଗଲରେ ଚଢାଉ କରାଯାଇ ୨୦ହଜାର ଟଙ୍କାର ଚନ୍ଦନକାଠ ସହ ୨ଜଣ ଚନ୍ଦନ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। କୋରାପୁଟ ରେଞ୍ଜ ଅଧିକାରୀ ରୋହିତ କୁମାର ଏହି…
ଖୋଲା ଆକାଶ ତଳେ ଗଦା ହୋଇଛି ଧାନ
କୁନ୍ଦୁରା,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁ ପାଇଁ ଯେତେ ବିଳମ୍ବରେ ଧାନ ମଣ୍ଡିର ଶୁଭାରମ୍ଭ ହେବ ସେତିକି ଅଧିକ କ୍ଷୁଦ୍ର ଓ ମଧ୍ୟମବର୍ଗର ଚାଷୀ ଦଲାଲଙ୍କ ନିକଟରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେବେ ବୋଲି କୃଷକ କଲ୍ୟାଣ ମଞ୍ଚ ସମ୍ପାଦକ…
ପଟ୍ରଗୁଡ଼ାରେ ଝାଡାବାନ୍ତି: ଗୋଟିଏ ପରିବାରର ୮ ଆକ୍ରାନ୍ତ
ବୈପାରିଗୁଡା,୧୧ା୧୨ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପଟ୍ରଗୁଡ଼ା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି। ଏଥିରେ ଗୋଟିଏ ପରିବାରର ୮ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଶିଶୁ…
ନିମ୍ନମାନର ରାସ୍ତା କାମକୁ ପୁଣି ବିରୋଧକଲେ ଗ୍ରାମବାସୀ
ଦଶମନ୍ତପୁର,୧୦ା୧୨ (ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ନିମ୍ନମାନର ରାସ୍ତା ନିର୍ମାଣକୁ ମୁର୍କାର ପଞ୍ଚାୟତ ଗାଦିଖାଲ ଗ୍ରାମବାସୀ ବିରୋଧ କରିଛନ୍ତି। ଦଶମନ୍ତପୁର ପଞ୍ଚାୟତ ବାଣୁଆଗୁଡା ପିଡବ୍ଲ୍ୟୁଡି ରାସ୍ତାରୁ ମୁଣ୍ଡାଝୋଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଛି। ୭ କି.ମି. ଦୂରତା ବିଶିଷ୍ଟ ଏହି…
ପିସି ନ ଦେଲେ କାମ ହେଉନି
ଦଶମନ୍ତପୁର, ୬ା୧୨ ( ଡି.ଏନ.ଏ):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପିସି କାରବାର ଖୁଲୁମଖୋଲା ଭାବେ ଚାଲିଛି। ଯେ କୌଣସି କାର୍ଯ୍ୟରେ ପିସି ନ ଦେଲେ କିଛି ହେଉନି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରିଥିବା ଠିକାଦାରଙ୍କ ଅର୍ଥରୁ ୧୦ ପ୍ରତିଶତ…
ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହୋଇଛି ବ୍ୟବସ୍ଥା
ସୁନାବେଡ଼ା/ସେମିଳିଗୁଡ଼ା,୩ା୧୨(ସ୍ବ.ପ୍ର.): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲା। ସେମିଳିଗୁନା ବ୍ଲକ ଅନ୍ତର୍ଗତ ଦୁଧାରି ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ହେଉଛି ଗିର୍ଲିମାଳି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତବର୍ଷ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ।…
ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଗାଡ଼ି ଚଳାଚଳ ବନ୍ଦ
ପଟ୍ଟାଙ୍ଗି,୩୦ା୧୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଜୁଗଡ଼ା-ତେଲରାଇ ଗ୍ରାମ ମଝି ଜାତୀୟ ରାଜପଥରେ ମଙ୍ଗଳବାର ଏକ ଏଚ୍ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି। ସେଥିରୁ ଗ୍ୟାସ ଲିକ୍ କରୁଥିବାରୁ ଉକ୍ତ ରାସ୍ତାରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ କୌଣସି ଗାଡି…
ଓଲଟିଲା ଗ୍ୟାସ୍ ଟ୍ୟାଙ୍କର: ଆନ୍ଧ୍ର-କୋରାପୁଟକୁ ଗାଡ଼ି ଚଳାଚଳ ଠପ୍
ପଟ୍ଟାଙ୍ଗି,୨୯।୧୧(ଡି.ଏନ୍.ଏ.): କୋରାପୁଟ ଜିଲା ରାଲେଗଡ଼ା ପଞ୍ଚାୟତର ରାଜୁଗୁଡା ଓ ତେଲରାଇ ଦୁଇ ଗ୍ରାମ ମଝିରେ ମଙ୍ଗବାର ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟିଥିବା ଜଣାପଡ଼ିଛି। ଏ ନେଇ ଆନ୍ଧ୍ର-କୋରାପୁଟ ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଛି।…
ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଆରମ୍ଭ କରିବାକୁ ଦାବି
ଜୟପୁର, ୨୮ା୧୧ (ନି.ପ୍ର.): କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜୟପୁରସ୍ଥିତ ଜିଲା ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡାଙ୍କୁ ମଞ୍ଚ ସମ୍ପାଦକ ତଥା ଡିଏଲପିସି ସଭ୍ୟ ନରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଚାଷୀମାନେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଧାନ…
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏଆର୍ଆଇ
କୋରାପୁଟ,୨୬ା୧୧(ସ୍ବ.ପ୍ର.): କୋରାପୁଟ ବ୍ଲକର ସୁକୁ ପଞ୍ଚାୟତରେ ଏକ ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଶନିବାର ଜଣେ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍ଆଇ) ଜୟପୁର ଭିଜିଲାନ୍ସ ବିଭାଗ ଦ୍ୱାରା ଧରା ପଡ଼ି କୋର୍ଟଚାଲାଣ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ,…
Archives


