ଖୋଲା ଆକାଶ ତଳେ ଗଦା ହୋଇଛି ଧାନ

କୁନ୍ଦୁରା,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁ ପାଇଁ ଯେତେ ବିଳମ୍ବରେ ଧାନ ମଣ୍ଡିର ଶୁଭାରମ୍ଭ ହେବ ସେତିକି ଅଧିକ କ୍ଷୁଦ୍ର ଓ ମଧ୍ୟମବର୍ଗର ଚାଷୀ ଦଲାଲଙ୍କ ନିକଟରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେବେ ବୋଲି କୃଷକ କଲ୍ୟାଣ ମଞ୍ଚ ସମ୍ପାଦକ ନରେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଯୋଗାଣ ବିଭାଗ ଏବଂ ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କୁ ଦାୟୀ କରିଛନ୍ତି। ପ୍ରଶାସନ ପକ୍ଷରୁ ଚଳିତ ମାସ ୧୬ରେ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ ହେଉଥିବା ବେଳେ ୧୫ରେ ମଣ୍ଡି ଶୁଭାରମ୍ଭ ନେଇ ତାରିଖ ଘୋଷଣା କରାଯାଇଥିଲା। ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ନେଇ ପରବ ଆୟୋଜିତ ହେଉଥିବା ବେଳେ ଚାଷୀଙ୍କ ଭାବାବେଗକୁ ପ୍ରଶାସନ କୁଠାରାଘାତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି। ଏବେ ଖୋଲା ଆକାଶ ତଳେ ବିକ୍ରି ପାଇଁ ଚାଷୀଙ୍କ ଧାନ ପଡିରହିଛି। ଏହାକୁ ଶୀତ କାକରରେ ଚାଷୀ ଜଗି ରହିଛନ୍ତି। ଗତ ଦିନରେ ଚାଷୀ ଅମଳ କରିଥିବା ଖରିଫ ଧାନକୁ ବିହନ ନିଗମ ସ୍ବୀକୃତି ପ୍ରଦାନ କରି ଚାଷୀ ଠାରୁ କ୍ରୟ କରିଥିବା ବେଳେ ମିଲର୍ସ ସେହି ଧାନକୁ ଖରାପ ଦର୍ଶାଇ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮/୯ କେଜି ଧାନ କାଟି ଦେଉଥିଲେ। ସ୍ଥାୟୀ ମଣ୍ଡିସ୍ଥଳ ନ ଥିବାରୁ ଅସ୍ଥାୟୀ ମଣ୍ଡିରେ ଧାନ ଗଦେଇ ଚାଷୀ ଏବେ ବର୍ଷା ନେଇ ଚିନ୍ତାରେ ପଡିଛି। ସରକାରୀ ବ୍ୟବସ୍ଥା ଅନୁଯାୟୀ ପ୍ରତି କୁଇଣ୍ଟାଲ ପିଛା ୧୨ ଟଙ୍କା ବୋଝେଇ, ଗଦେଇ, ସିଲେଇ ଖର୍ଚ୍ଚ ଚାଷୀଙ୍କୁ ମଣ୍ଡି ଆରମ୍ଭ ଦିନଠାରୁ ମିଳିନାହିଁ। କୋରାପୁଟ ଜିଲାର ଚାଷୀଙ୍କୁ କିଛି ବର୍ଷ ହେବ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ମିଲର୍ସଙ୍କୁ ଢାଲ କରି ଶୋଷଣ କରୁଥିବା ପ୍ରଧାନ ଅଭିଯୋଗ କରିଛନ୍ତି। ପ୍ରଶାସନ ଜାଣିଶୁଣି ମଣ୍ଡି ଆରମ୍ଭରେ ବିଳମ୍ବ କରିବା ସହ ଏଯାଏ ଚାଷୀଙ୍କ ତାଲିକା ମ୍ୟାସେଜ ମାଧ୍ୟମରେ ପଠାଇନାହିଁ। ଫଳରେ ସେମାନେ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ମଞ୍ଚ ସମ୍ପାଦକ ପ୍ରଧାନ ଏବଂ ଜିଲା ଭାଜପା ସାଧରଣ ସମ୍ପାଦକ ଚନ୍ଦ୍ର ଶେଖର ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri