କୋରାପୁଟ

ମାଟ୍ରିକ ପରୀକ୍ଷା ଫଳ: କୋରାପୁଟ ଜିଲାରେ ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ

କୋରାପୁଟ,୧୮ା୫(ସ୍ବ.ପ୍ର.): ଗୁରୁବାର ପୁର୍ବାହ୍ନରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କୋରାପୁଟ ଜିଲାର ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହାଇଥିବା ଜଣାପଡିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଜିଲାର ସମୁଦାୟ ୨୭୧ଟି ସ୍କୁଲର ୧୬,୪୨୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା…

ମରାମତି ହେଲା ସୋଲାର ପ୍ରକଳ୍ପ

ଦଶମନ୍ତପୁର,୧୮ା୫ (ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅଧୀନ ବାଟିସିଲଗୁଡ଼ା ଗ୍ରାମରେ ବର୍ତ୍ତମାନ ସୋଲାର ପ୍ରକଳ୍ପ ମରାମତି ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗାଁର ୭୨ ପରିବାରର ୩୮୬ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ…

ଭିଜିଲାନ୍ସ ଜାଲରେ ସିଡିପିଓ, କିରାଣି

କୋରାପୁଟ, ୧୭।୫(ସ୍ବ.ପ୍ର.): କୋରାପୁଟ ଜିଲା ବନ୍ଧୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଅଶ୍ୱିନୀ…

ବାଇକ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨ ଗିରଫ, ୬ ଗାଡି ଜବତ

କୋରାପୁଟ,୧୬।୫(ସ୍ବପ୍ର ): କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲା ଚୋରି ବାଇକ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କୋରାପୁଟ ପୋଲିସ। ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୋଲିସ। ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ବାଇକ୍‌ ଚୋରି କରୁଥିବା ୨…

ବାପା ଟାଙ୍ଗିଆ ଚୋଟରେ ପୁଅ ଜୀବନଗଲା         

କୋରାପୁଟ,୧୬।୫(ସ୍ବ.ପ୍ର.): କୋରାପୁଟ ବ୍ଲକର ଦାମନଯୋଡି ଥାନା ଅନ୍ତର୍ଗତ ଆମ୍ବଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ନିଶାସକ୍ତ ଅବସ୍ଥାରେ ବାପା ପୁଅକୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମଙ୍ଗଳବାର ସକାଳେ ଦାମନଯୋଡି ପୋଲିସ ଏହି…

ବାହାର ଚକାଚକ୍‌, ଭିତର ଶ୍ରେଣୀଗୃହ ନେଇ କାହାର ଚିନ୍ତା ନାହିଁ

ନନ୍ଦପୁର,୧୪।୫( ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତରେ ରହିଛି ନେତାଜୀ ଉଚ୍ଚ ବିଦ୍ୟାଳୟ। କୋରାପୁଟ ଜିଲାର ଏକ ଆଦର୍ଶ ବିଦ୍ୟାଳୟ ରୂପେ ଏହାର ପରିଚିତି ରହିଛି। ୫-ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟ ପ୍ରବେଶ ପଥ ବେଶ୍‌ ଆଖିଦୃଶିଆ ହୋଇଥିବା ବେଳେ…

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଦାବିପତ୍ର

କୋରାପୁଟ, ୧୩।୫(ସ୍ବ.ପ୍ର.): ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଶୁକ୍ରବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝି ଦାବିପତ୍ର ଗ୍ରହଣ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ଏସଇବିସିଙ୍କ ସ୍ଥିତି ସମ୍ପର୍କରେ ସର୍ଭେ…

କାଗଜକଳ ଅବସରପ୍ରାପ୍ତ ଶ୍ରମିକଙ୍କୁ ମିଳୁନି ହକ୍‌

ଜୟପୁର, ୧୩।୫(ନି.ପ୍ର.): କାଗଜକଳ ଅବସରପ୍ରାପ୍ତ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଲକ୍ଷ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କିନ୍ତୁ ତାହା ମିଳୁ ନ ଥିବାରୁ ଜୀବନର ଶେଷ…

ମାଲକାନଗିରିରେ ହଁ, କୋରାପୁଟରେ ନା

କଳ୍ପତରୁ ମହାନ୍ତି ବୈପାରିଗୁଡ଼ା, ୧୩ା୫: ଦୀର୍ଘବର୍ଷର ଦାବି ସତ୍ତ୍ୱେ କୋରାପୁଟ ଜିଲାରେ ବସବାସ କରୁଥିବା ‘ଦୁରୁଆ’ଙ୍କୁ ମିଳୁନାହିଁ ଆଦିବାସୀ ମାନ୍ୟତା। ପଡ଼ୋଶୀ ମାଲକାନଗିରି ଜିଲାରେ ସମାନ ବର୍ଗର ଲୋକଙ୍କୁ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଉଥିବାବେଳେ ପ୍ରଶାସନିକ ଅବହେଳାରୁ କୋରାପୁଟରେ ଦୁରୁଆ ସମ୍ପ୍ରଦାୟ…

ଗ୍ରାମବାସୀଙ୍କ ଦାବି ମୁତାବକ କାର୍ଯ୍ୟ ଆରମ୍ଭ କଲା ପ୍ରଶାସନ

ଦଶମନ୍ତପୁର,୧୨ା୫( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧୀନ ଖଣି ପ୍ରଭାବିତ ଅଞ୍ଚଳର କଡିଙ୍ଗାମାଳି ପାହାଡ଼ ପାଦଦେଶରେ ଥିବା ମାଳିଚେମା ଗ୍ରାମର ବିକାଶ ନେଇ ବହୁ ଦାବି କରିବା ପରେ ଏବେ ପ୍ରଶାସନ ଗ୍ରାମର ବିକାଶ ଲାଗି…

ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ,୯।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋରାପୁଟ ଜିଲା ପ୍ରତି ଚରମ ଅବହେଳାକୁ ବିରୋଧ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଯାଏ ଚକ ଅଖ…

ଓଡ଼ିଆ ଭାଷାରେ ନାମଫଳକ ନ ଥିବାରୁ ନୋଟିସ

ଜୟପୁର,୮ା୫ (ନି.ପ୍ର.): ଜୟପୁର ଶ୍ରମ ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାଲିକମାନଙ୍କୁ ପୂର୍ବରୁ ଓଡିଆ ଭାଷାରେ ପ୍ରତିଷ୍ଠାନର ନାମ ଲେଖିବାକୁ କୁହାଯାଇଥିଲା। ଏବେ ପ୍ରଶାସନ ପକ୍ଷରୁ ତଦାରଖ ଆରମ୍ଭ ହୋଇଛି। ଯେଉଁମାନେ ନିଜ ପ୍ରତିଷ୍ଠାନର ନାମ ଓଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?