ଖୋର୍ଦ୍ଧା

ଧାନ ଫସଲରେ ପୋକ, ଚିନ୍ତାରେ ଚାଷୀ

ବେଗୁନିଆ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ହୋଇଥିବା ଧାନ ଫସଲରେ ରୋଗ ଓ ପୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିଯୋଗୁ କ୍ଷେତରେ ହେକ୍ଟର ହେକ୍ଟର ଧାନ ଫସଲ ଉଜୁଡି ଯିବାକୁ ବସିଛି। ଫଳରେ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ…

ବର୍ଷକରେ ୧୩.୫ ଟନ୍‌ ଗୋ’ମାଂସ ଜବତ

ଖୋର୍ଦ୍ଧା ଅଫିସ,୨୬ା୯: ଗୋ ଚାଲାଣ ପରେ ଏବେ ଗୋ’ମାଂସ ଚାଲାଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର-ଚେନ୍ନାଇ ୧୬ ଏବଂ ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥରେ ଦୈନିକ ଏକାଧିକ କଣ୍ଟେନରରେ ଗୋରୁଙ୍କୁ ବାହାର ରାଜ୍ୟ ଦେଇ ବାଂଲାଦେଶ ଚାଲାଣ କରାଯାଉଛି। ଖୋର୍ଦ୍ଧାରେ ଏକ…

ଆୟକର ଅଧିକାରୀ ଗିରଫ: ୫ ଲକ୍ଷ ଲାଞ୍ଚ ନେଇ ପଡ଼ିଥିଲେ ଧରା

ଖୋର୍ଦ୍ଧା ଅଫିସ,୨୫।୯: ଜଣେ ସୁନା ଦୋକାନୀଙ୍କଠାରୁ ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଶନିବାର ଖୋର୍ଦ୍ଧା ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁ ସିବିଆଇ ହାତରେ ଧରାପଡିଥିଲେ। ରବିବାର ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବ ବୋଲି ସିବିଆଇ, ନୂଆଦିଲ୍ଲୀ…

ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଜଟଣୀ,୨୫।୯(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ସହିତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ତେବେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏଥିରେ ବ୍ୟତିକ୍ରମ ହୋଇଥାଏ। ଜଟଣୀ ପୌରାଞ୍ଚଳର କୁଦିଆରୀ ଏବଂ…

ଆୟକର ଅଧିକାରୀଙ୍କ ଘରେ ସିବିଆଇ ରେଡ୍‌

ଖୋର୍ଦ୍ଧା ଅଫିସ ,୨୪।୯: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ପକ୍ଷରୁ ଶନିବାର ଚଢ଼ାଉ ହୋଇଛି। ସୁମନ ଖୋର୍ଦ୍ଧାର ଏକ ଜୁଏଲାରୀ ମାଲିକଙ୍କ ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ସିବିଆଇ ଟିମ୍‌ ତାଙ୍କୁ…

୫୦ ଦୋକାନ ଭାଙ୍ଗିଲା ବିଡିଏ

ଫୁଲନଖରା,୨୩।୯(ଡି.ଏନ.ଏ): ବିଏମ୍‌ସି ୪ ନମ୍ବର ୱାର୍ଡସ୍ଥିତ ନଖରା ମୌଜାର ଫୁଲନଖରା ଡିଷ୍ଟ୍ରିବୁଟାରୀ କେନାଲ ପାର୍ଶ୍ୱ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜାଗାରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନଗୁଡ଼ିକ ବିଡିଏ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପ୍ରକିୟାରେ ବିଡିଏ ଏନଫୋର୍ସମେଣ୍ଟ…

ନିଷେଧ ସତ୍ତ୍ୱେ ବଢୁଛି ବେଆଇନ ଘେରି

ଖୋର୍ଦ୍ଧା ଅଫିସ,୨୩ା୯: ଏସିଆ ମହାଦେଶର ବୃହତ୍‌ ହ୍ରଦ ଚିଲିକାର ମୁହାଣ ଦିନକୁ ଦିନ ପୋତି ହେବାରେ ଲାଗିଛି। ଫଳରେ ଏହାର ପରିସୀମା ସଙ୍କୁଚିତ ମଧ୍ୟ ହେବାରେ ଲାଗିଛି। ଚିଙ୍ଗୁଡି ଚାଷ ପାଇଁ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଛି ହେକ୍ଟର ହେକ୍ଟର…

ମାଫିଆଙ୍କ ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ସହର: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୯: ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିଚାଲିଛି ବ୍ରାଉନସୁଗାର କାରବାର। ବାରମ୍ବାର ଚଢ଼ାଉ ସତ୍ତ୍ୱେ ଥମିବାର ନାଁ ଧରୁନି। ଯେତିକି ଧରା ହେଉଛି, ସେତିକି ବଢୁଛି। ବ୍ରାଉନସୁଗାର ମାଫିଆଙ୍କ ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ସହର। ଗୁରୁବାର ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ…

କୋଭିଡ୍‌ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ବତନ୍ତ୍ର ନୀତି

ଖୋର୍ଦ୍ଧା ଅଫିସ,୨୧ା୯: ରାଜ୍ୟରେ ଶିଳ୍ପ ସମୃଦ୍ଧ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଆସି ଶିଳ୍ପ ଏବଂ ଶିଳ୍ପାଞ୍ଚଳ ବିକାଶର ସମୀକ୍ଷା କରିଛନ୍ତି। ଶିଳ୍ପାଞ୍ଚଳ, ଫୁଡ୍‌ପାର୍କ,…

ବନ୍ଧୁକ ଦେଖାଇ ବଟି ମାଗୁଛନ୍ତି ଯୁବକ

ଖୋର୍ଦ୍ଧା ଅଫିସ,୧୯ା୯:ଖୋର୍ଦ୍ଧା ସଦର ଥାନା ଅଧୀନ ଗ୍ରାମାଞ୍ଚଳରେ ନିଶା ଓ ଚୋରା ବନ୍ଧୁକ କାରବାର ଚାଲିଛି। ଅସାମାଜିକ ଯୁବକମାନେ ବନ୍ଧୁକ ଧରି ବୁଲୁଛନ୍ତି। ଦିନଦ୍ୱିପ୍ରହରରେ ଲୋକଙ୍କୁ ବନ୍ଧୁକ ଦେଖାଇ ଡରାଇ ଧମକାଇ ବଟି ଆଦାୟ କରୁଛନ୍ତି। ଏଭଳି ଏକ ଭିଡିଓ ଏବେ…

୧୮୧୭ ପାଇକ ବିଦ୍ରୋହ ଗବେଷଣା ଜରୁରୀ

ଖୋର୍ଦ୍ଧା ଅଫିସ,୧୮ା୯: ଖୋର୍ଦ୍ଧା କଳିଙ୍ଗ ପାଇକ ସଙ୍ଗଠନ ଆନୁକୂଲ୍ୟରେ ଭାରତ ସ୍ବାଧୀନତା ସଂଗ୍ରାମରେ ନବ ଉନ୍ମେଷ-ପାଇକ ବିଦ୍ରୋହ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷାବିତ୍‌ ଭୀମସେନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

ସିସିଟିଭି ଜଗିବ ପୂଜାମଣ୍ଡପ

ଖୋର୍ଦ୍ଧା ଅଫିସ,୧୮।୯: ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ପୂଜା ପାଇବେ ଜଗତ୍‌ଜନନୀ ମା’ଦୁର୍ଗା ଓ ଧନଲକ୍ଷ୍ମୀ। ଦୁଇବର୍ଷ ପରେ ବିନା କଟକଣାରେ ମା’ଙ୍କ ପୂଜାର୍ଚ୍ଚନା ସହ ସମୂହ ଭସାଣି ଅନୁଷ୍ଠିତ ହେବ। ଫଳରେ ଖୋର୍ଦ୍ଧାରେ ପ୍ରବଳ ଜନସମାଗମ ହେବା ସମ୍ଭାବନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?