ହିନ୍ଦୁ, ମୁସଲମାନ ମିଶି କରନ୍ତି ଆରାଧନା

ଖୋର୍ଦ୍ଧା ଅଫିସ,୧୩ା୧୦: ଖୋର୍ଦ୍ଧାରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ଆରଧନା। ପୂଜାମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆକର୍ଷଣୀୟ ସାଜସଜ୍ଜା, ତୋରଣ, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ପୁରୁଣା ବସଷ୍ଟାଣ୍ଡରେ ନବଜ୍ୟୋତି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା’ ଧନଦାତ୍ରୀଙ୍କ ପୂଜା କରାଯାଉଛି। ୫୦ବର୍ଷ ତଳେ ଏଠାରେ କଦଳୀ ବ୍ରିକି କରୁଥିବା ଉଠା ବ୍ୟବସାୟୀମାନେ ଧନଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବଜାର କମିଟି ଓ ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ଆୟୋଜନ କରାଯାଉଛି। ଚଳିତବର୍ଷ ୩୪ଟି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି।

ମେଡିକାଲ ରୋଡର ଗୋପବନ୍ଧୁ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ନିଆରା ଢଙ୍ଗରେ ପୂଜା ଦେଖିବାକୁ ମିଳେ। ଏଠାରେ ଅଧିକାଂଶ ବ୍ୟବସାୟୀ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର। ହିନ୍ଦୁ ଓ ମୁସଲମାନ ସମସ୍ତେ ମିଶି ମା’ଙ୍କ ଆରାଧନା କରନ୍ତି। ଦଶହରାରେ ମାଣିକାଗୋଡାରେ ଅପରାଜିତା ହୋମରେ ବ୍ରାହ୍ମଣଙ୍କ ପୁରୋହିତଙ୍କଠାରୁ ମୁସଲମାନ ଦଳବେହେରା କୁଶବଟୁ ପରିଧାନ କରି ହୋମରେ ଆହୁତି ଦେଇଥାନ୍ତି। ଏହି ପୂଜା ମାଧ୍ୟମରେ ମଧ୍ୟ ଭାଇଚାରାର ବାର୍ତ୍ତା ଦିଆଯାଇଥାଏ। ଧାର୍ମିକ ଭେଦଭାବକୁ ଭୁଲି ମା’ଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଥାନ୍ତି। ଭୋଗଲାଗି ପରେ ସମସ୍ତେ ଆନନ୍ଦର ସହ ଏହାକୁ ଗ୍ରହଣ କରିଥାନ୍ତି। କମିଟି ସମ୍ପାଦକ ନିରଞ୍ଜନ ଦୋରା କହିଛନ୍ତି, ପୁରୁଣା ମେଡିକାଲଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ୪୫ଟି ଦୋକାନକୁ ନେଇ ଗୋପବନ୍ଧୁ ବାଣିଜ୍ୟ ପରିଷଦ ଗଠନ କରାଯାଇଛି। ଏଠାରେ ଅଧିକାଂଶ ବ୍ୟବସାୟୀ ହେଉଛନ୍ତି ମୁସଲିମ ସମ୍ପ୍ରଦାୟର। ସମସ୍ତଙ୍କ ଆଗ୍ରହ କ୍ରମେ ଦୀର୍ଘ ୨୨ବର୍ଷ ହେଲା ପୂଜା ହୋଇ ଆସୁଛି। ପ୍ରଥମେ ପରିବା ଦୋକାନରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପିଣ୍ଡି ନିର୍ମାଣ କରାଯାଇ ପୂଜା ଆୟୋଜିତ ହୋଇ ଆସୁଛି। ପୂଜା ସମୟରେ ମୁସଲିମ ଭାଇମାନେ ଆଗ୍ରହର ସମସ୍ତ ପୂଜା ସାମଗ୍ରୀ କ୍ରୟ କରିଥାନ୍ତି। ଏହି କମିଟିରେ ସଦସ୍ୟ ଥିବା ସେକ୍‌ ସଲିମ, ଏମ୍‌ଡି ରେହମାନ ଏବଂ ଏମ୍‌ଡି ଗୁଲାମ ରସୁଲ କହନ୍ତି, ଏଠାରେ ହିନ୍ଦୁ ଓ ମୁସଲିମ ଭାଇ ମିଳିମିଶି ପୂଜା କରନ୍ତି। କାହାରି ମଧ୍ୟରେ କୌଣସି ଭେଦଭାବ ନାହିଁ। ସେହିପରି ମଜବୁର ରେହମାନ ଓ ମାସୁଦ୍‌ ଖାନ କହିଛନ୍ତି, ଦୀର୍ଘ ବର୍ଷ ଧରି ଏହି ନିଆରା ପରମ୍ପରା ଚାଲି ଆସିଛି। ପୂଜା କମିଟି ସଦସ୍ୟ ଅଶୋକ କୁମାର ସେଠୀ, ମନୋରଞ୍ଜନ ମିଶ୍ର, ସୁଦର୍ଶନ କମାର ସାହୁ, ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ କହିଛନ୍ତି, ଏଠାରେ ସପ୍ତଦିନ ବ୍ୟାପୀ ବିଶ୍ୱଶାନ୍ତି ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ଜଳିତ କରାଯାଏ। ଏଥିସହିତ କମିଟି ସଦସ୍ୟମାନେ ମାନସିକ ଦୀପ ମଧ୍ୟ ଜାଳିଥାନ୍ତି। ପ୍ରତ୍ୟେକ ଦିନ ସଦସ୍ୟନ୍‌ମାନେ ମିଳିମିଶି ଭୋଗ ଦାୟିତ୍ୱ ନେଇଥାନ୍ତି। ମା’ଙ୍କୁ ଭୋଗ ଅର୍ପଣ ପରେ ସମସ୍ତଙ୍କୁ ବଣ୍ଟାଯାଏ। ଆଗକୁ ପୂଜା ଅଧିକ ଆଡ଼ମ୍ବରରେ ପାଳନ କରାଯିବ ଲାଗି ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri