ହିନ୍ଦୁ, ମୁସଲମାନ ମିଶି କରନ୍ତି ଆରାଧନା

ଖୋର୍ଦ୍ଧା ଅଫିସ,୧୩ା୧୦: ଖୋର୍ଦ୍ଧାରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ଆରଧନା। ପୂଜାମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆକର୍ଷଣୀୟ ସାଜସଜ୍ଜା, ତୋରଣ, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ପୁରୁଣା ବସଷ୍ଟାଣ୍ଡରେ ନବଜ୍ୟୋତି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା’ ଧନଦାତ୍ରୀଙ୍କ ପୂଜା କରାଯାଉଛି। ୫୦ବର୍ଷ ତଳେ ଏଠାରେ କଦଳୀ ବ୍ରିକି କରୁଥିବା ଉଠା ବ୍ୟବସାୟୀମାନେ ଧନଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବଜାର କମିଟି ଓ ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ଆୟୋଜନ କରାଯାଉଛି। ଚଳିତବର୍ଷ ୩୪ଟି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି।

ମେଡିକାଲ ରୋଡର ଗୋପବନ୍ଧୁ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ନିଆରା ଢଙ୍ଗରେ ପୂଜା ଦେଖିବାକୁ ମିଳେ। ଏଠାରେ ଅଧିକାଂଶ ବ୍ୟବସାୟୀ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର। ହିନ୍ଦୁ ଓ ମୁସଲମାନ ସମସ୍ତେ ମିଶି ମା’ଙ୍କ ଆରାଧନା କରନ୍ତି। ଦଶହରାରେ ମାଣିକାଗୋଡାରେ ଅପରାଜିତା ହୋମରେ ବ୍ରାହ୍ମଣଙ୍କ ପୁରୋହିତଙ୍କଠାରୁ ମୁସଲମାନ ଦଳବେହେରା କୁଶବଟୁ ପରିଧାନ କରି ହୋମରେ ଆହୁତି ଦେଇଥାନ୍ତି। ଏହି ପୂଜା ମାଧ୍ୟମରେ ମଧ୍ୟ ଭାଇଚାରାର ବାର୍ତ୍ତା ଦିଆଯାଇଥାଏ। ଧାର୍ମିକ ଭେଦଭାବକୁ ଭୁଲି ମା’ଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଥାନ୍ତି। ଭୋଗଲାଗି ପରେ ସମସ୍ତେ ଆନନ୍ଦର ସହ ଏହାକୁ ଗ୍ରହଣ କରିଥାନ୍ତି। କମିଟି ସମ୍ପାଦକ ନିରଞ୍ଜନ ଦୋରା କହିଛନ୍ତି, ପୁରୁଣା ମେଡିକାଲଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ୪୫ଟି ଦୋକାନକୁ ନେଇ ଗୋପବନ୍ଧୁ ବାଣିଜ୍ୟ ପରିଷଦ ଗଠନ କରାଯାଇଛି। ଏଠାରେ ଅଧିକାଂଶ ବ୍ୟବସାୟୀ ହେଉଛନ୍ତି ମୁସଲିମ ସମ୍ପ୍ରଦାୟର। ସମସ୍ତଙ୍କ ଆଗ୍ରହ କ୍ରମେ ଦୀର୍ଘ ୨୨ବର୍ଷ ହେଲା ପୂଜା ହୋଇ ଆସୁଛି। ପ୍ରଥମେ ପରିବା ଦୋକାନରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପିଣ୍ଡି ନିର୍ମାଣ କରାଯାଇ ପୂଜା ଆୟୋଜିତ ହୋଇ ଆସୁଛି। ପୂଜା ସମୟରେ ମୁସଲିମ ଭାଇମାନେ ଆଗ୍ରହର ସମସ୍ତ ପୂଜା ସାମଗ୍ରୀ କ୍ରୟ କରିଥାନ୍ତି। ଏହି କମିଟିରେ ସଦସ୍ୟ ଥିବା ସେକ୍‌ ସଲିମ, ଏମ୍‌ଡି ରେହମାନ ଏବଂ ଏମ୍‌ଡି ଗୁଲାମ ରସୁଲ କହନ୍ତି, ଏଠାରେ ହିନ୍ଦୁ ଓ ମୁସଲିମ ଭାଇ ମିଳିମିଶି ପୂଜା କରନ୍ତି। କାହାରି ମଧ୍ୟରେ କୌଣସି ଭେଦଭାବ ନାହିଁ। ସେହିପରି ମଜବୁର ରେହମାନ ଓ ମାସୁଦ୍‌ ଖାନ କହିଛନ୍ତି, ଦୀର୍ଘ ବର୍ଷ ଧରି ଏହି ନିଆରା ପରମ୍ପରା ଚାଲି ଆସିଛି। ପୂଜା କମିଟି ସଦସ୍ୟ ଅଶୋକ କୁମାର ସେଠୀ, ମନୋରଞ୍ଜନ ମିଶ୍ର, ସୁଦର୍ଶନ କମାର ସାହୁ, ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ କହିଛନ୍ତି, ଏଠାରେ ସପ୍ତଦିନ ବ୍ୟାପୀ ବିଶ୍ୱଶାନ୍ତି ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ଜଳିତ କରାଯାଏ। ଏଥିସହିତ କମିଟି ସଦସ୍ୟମାନେ ମାନସିକ ଦୀପ ମଧ୍ୟ ଜାଳିଥାନ୍ତି। ପ୍ରତ୍ୟେକ ଦିନ ସଦସ୍ୟନ୍‌ମାନେ ମିଳିମିଶି ଭୋଗ ଦାୟିତ୍ୱ ନେଇଥାନ୍ତି। ମା’ଙ୍କୁ ଭୋଗ ଅର୍ପଣ ପରେ ସମସ୍ତଙ୍କୁ ବଣ୍ଟାଯାଏ। ଆଗକୁ ପୂଜା ଅଧିକ ଆଡ଼ମ୍ବରରେ ପାଳନ କରାଯିବ ଲାଗି ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri