କଲେଜ ବସ୍‌ ଚାଳକଙ୍କୁ ହତ୍ୟା ପରେ ଜାଳିଦେଲେ

ଖୋର୍ଦ୍ଧା ଅଫିସ,୧୫ା୧୦: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଣେଇସ୍ଥିତ ଏକ ଘରୋଇ କଲେଜରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା ଶ୍ୟାମଘନପୁର ଅଞ୍ଚଳର ରାମକୃଷ୍ଣ ପାଢ଼ୀ(୩୧)। ଟାଉନ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି କଲେଜ ପାଚେରି ନିକଟ ରାସ୍ତାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତକଙ୍କ ବାପା ବିରୂପାକ୍ଷଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା(ନଂ.୫୦୮/୨୨) ରୁଜୁକରି କଲେଜର ସିକ୍ୟୁରିଟି ଗାର୍ଡ ବାଦଲ ସ୍ବାଇଁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ଅନୁଯାୟୀ, ରାମକୃଷ୍ଣ ଉକ୍ତ କଲେଜରେ ଗତ ଦୁଇବର୍ଷ ହେବ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଥିଲେ। ଏହି ସମୟରେ ବାଦଲଙ୍କ ସହ ରାମକୃଷ୍ଣଙ୍କ ବନ୍ଧୁତା ବଢ଼ିଥିଲା। ଏପରି କି ବାଦଲ ରାମକୃଷ୍ଣଙ୍କ ବାପାଙ୍କଠାରୁ ୧ଲକ୍ଷ ଟଙ୍କା ଧାର ନେଇଥିଲେ। ପରବର୍ତ୍ତୀ ସମୟରେ ଧାର ଟଙ୍କା ମାଗିବାକୁ ନେଇ ବାଦଲ ଓ ରାମକୃଷ୍ଣଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବନ୍ଧୁତା ଧୀରେ ଧୀରେ ଶତ୍ରୁତାରେ ପରିଣତ ହୋଇଥିଲା। ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଏବଂ ଜୀବନରେ ମାରିଦେବାକୁ ବାଦଲ ଧମକ ଦେଉଥିବା ରାମକୃଷ୍ଣ ବାପାଙ୍କୁ ଜଣାଇଥିଲେ। ଗତ ୧୨ତାରିଖ ପରଠାରୁ ରାମକୃଷ୍ଣଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଆସିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ବିରୂପାକ୍ଷ କଲେଜକୁ ଆସି ପଚରାଉଚରା ବେଳେ ରାମକୃଷ୍ଣ ଗୁରୁବାରଠାରୁ କଲେଜକୁ ଆସି ନ ଥିବା ଏବଂ ଶୁକ୍ରବାର କଲେଜ ପାଚେରି ନିକଟରୁ ପୋଲିସ ଜବତ କରିଥିବା ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ପୁଅର ବୋଲି ଜାଣିବାକୁ ପାଇଥିଲେ। ରାମକୃଷ୍ଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା ପରେ ତାଙ୍କୁ କଲେଜ ନିକଟ ଜଙ୍ଗଲ ରାସ୍ତାକଡ଼ରେ ଫୋପାଡ଼ି ତାଙ୍କ ଦେହରେ ପେଟ୍ରୋଲ ଢାଳି ପୋଡ଼ିଦିଆଯାଇଛି। ଧାର ଟଙ୍କା ମାଗିବାରୁ ତାଙ୍କ ପୁଅଙ୍କୁ ବାଦଲ ହତ୍ୟା କରିଥିବା ବିରୂପାକ୍ଷ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ସୂଚନା ମୁତାବକ, ଗତ ୧୨ତାରିଖ ରାତିରେ ଉଭୟ କଲେଜ ଛାତରେ ବସିଥିଲେ। ଏହି ସମୟରେ ରାମକୃଷ୍ଣ ଧାର ଟଙ୍କା ଦେବାକୁ ବାଦଲଙ୍କୁ କହିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବାଦଲ ଏକ ମାରଣାସ୍ତ୍ରରେ ରାମକୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଛାତରୁ କଲେଜ ପାର୍ଶ୍ୱ ଜଙ୍ଗଲ ରାସ୍ତାକୁ ଠେଲି ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଶରୀରରେ ପେଟ୍ରୋଲ ଢାଳି ଜାଳିଦେଇଥିଲେ। ଖବରପାଇ ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri