କଲେଜ ବସ୍‌ ଚାଳକଙ୍କୁ ହତ୍ୟା ପରେ ଜାଳିଦେଲେ

ଖୋର୍ଦ୍ଧା ଅଫିସ,୧୫ା୧୦: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଣେଇସ୍ଥିତ ଏକ ଘରୋଇ କଲେଜରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା ଶ୍ୟାମଘନପୁର ଅଞ୍ଚଳର ରାମକୃଷ୍ଣ ପାଢ଼ୀ(୩୧)। ଟାଉନ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି କଲେଜ ପାଚେରି ନିକଟ ରାସ୍ତାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତକଙ୍କ ବାପା ବିରୂପାକ୍ଷଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା(ନଂ.୫୦୮/୨୨) ରୁଜୁକରି କଲେଜର ସିକ୍ୟୁରିଟି ଗାର୍ଡ ବାଦଲ ସ୍ବାଇଁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ଅନୁଯାୟୀ, ରାମକୃଷ୍ଣ ଉକ୍ତ କଲେଜରେ ଗତ ଦୁଇବର୍ଷ ହେବ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଥିଲେ। ଏହି ସମୟରେ ବାଦଲଙ୍କ ସହ ରାମକୃଷ୍ଣଙ୍କ ବନ୍ଧୁତା ବଢ଼ିଥିଲା। ଏପରି କି ବାଦଲ ରାମକୃଷ୍ଣଙ୍କ ବାପାଙ୍କଠାରୁ ୧ଲକ୍ଷ ଟଙ୍କା ଧାର ନେଇଥିଲେ। ପରବର୍ତ୍ତୀ ସମୟରେ ଧାର ଟଙ୍କା ମାଗିବାକୁ ନେଇ ବାଦଲ ଓ ରାମକୃଷ୍ଣଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବନ୍ଧୁତା ଧୀରେ ଧୀରେ ଶତ୍ରୁତାରେ ପରିଣତ ହୋଇଥିଲା। ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଏବଂ ଜୀବନରେ ମାରିଦେବାକୁ ବାଦଲ ଧମକ ଦେଉଥିବା ରାମକୃଷ୍ଣ ବାପାଙ୍କୁ ଜଣାଇଥିଲେ। ଗତ ୧୨ତାରିଖ ପରଠାରୁ ରାମକୃଷ୍ଣଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଆସିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ବିରୂପାକ୍ଷ କଲେଜକୁ ଆସି ପଚରାଉଚରା ବେଳେ ରାମକୃଷ୍ଣ ଗୁରୁବାରଠାରୁ କଲେଜକୁ ଆସି ନ ଥିବା ଏବଂ ଶୁକ୍ରବାର କଲେଜ ପାଚେରି ନିକଟରୁ ପୋଲିସ ଜବତ କରିଥିବା ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ପୁଅର ବୋଲି ଜାଣିବାକୁ ପାଇଥିଲେ। ରାମକୃଷ୍ଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା ପରେ ତାଙ୍କୁ କଲେଜ ନିକଟ ଜଙ୍ଗଲ ରାସ୍ତାକଡ଼ରେ ଫୋପାଡ଼ି ତାଙ୍କ ଦେହରେ ପେଟ୍ରୋଲ ଢାଳି ପୋଡ଼ିଦିଆଯାଇଛି। ଧାର ଟଙ୍କା ମାଗିବାରୁ ତାଙ୍କ ପୁଅଙ୍କୁ ବାଦଲ ହତ୍ୟା କରିଥିବା ବିରୂପାକ୍ଷ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ସୂଚନା ମୁତାବକ, ଗତ ୧୨ତାରିଖ ରାତିରେ ଉଭୟ କଲେଜ ଛାତରେ ବସିଥିଲେ। ଏହି ସମୟରେ ରାମକୃଷ୍ଣ ଧାର ଟଙ୍କା ଦେବାକୁ ବାଦଲଙ୍କୁ କହିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବାଦଲ ଏକ ମାରଣାସ୍ତ୍ରରେ ରାମକୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଛାତରୁ କଲେଜ ପାର୍ଶ୍ୱ ଜଙ୍ଗଲ ରାସ୍ତାକୁ ଠେଲି ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଶରୀରରେ ପେଟ୍ରୋଲ ଢାଳି ଜାଳିଦେଇଥିଲେ। ଖବରପାଇ ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଚିତ୍ର

ପୁରୀ ଅଫିସ,୧୮ା୧୧:ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ଚିତ୍ର। ଅବହେଳିତ ଅବସ୍ଥାରେ ଥିବା ଏହି ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣ କରାଯିବ। ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ର...

ଲକ୍‌ଡାଉନ୍‌: ୩୦ ହଜାର ଲୋକଙ୍କ ଭରସା ଆହାର କେନ୍ଦ୍ର

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ବର୍ତ୍ତମାନ ଲକ୍‌ଡାଉନ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସାହାରା ଆହାର କେନ୍ଦ୍ର। ରାଜ୍ୟରେ ୩୦ଟି ଜିଲାରେ ଡାକ୍ତରଖାନା ପରିସର ଓ ଏହାର ଆଖପାଖରେ...

ଘୂର୍ଣ୍ଣିବଳୟ: ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ମ୍ୟାନ୍‌ମାର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଏକ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ୨୩ ଓ...

ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ: ୧୧୭ କୋଟି ଖର୍ଚ୍ଚ ସତ୍ତ୍ୱେ ବଦଳୁନି ରାସ୍ତା ଅବସ୍ଥା

ଯାଜପୁର ଅଫିସ,୨|୮- ଯାଜପୁର ଜିଲାର ମୋଟ ୧୭୮୧ରୁ ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇପାରି ନାହିଁ। ଚଳିତ ବିଧାନସଭାର ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା ୧୯୬ର...

ହିତାଧିକାରୀଙ୍କ ଘରେ ପହଞ୍ଚିଲା ଆଗୁଆ ଭତ୍ତା ଟଙ୍କା

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଓ ଦେଶ ଲକ୍‌ ଡାଉନ୍‌ ଘୋଷଣା ପରେ ସରକାର ଲୋକଙ୍କୁ ଆର୍ଥତ୍କ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ଯୋଜନାରେ...

ଜଙ୍ଗଲରୁ ଆଦିବାସୀଙ୍କ ଉଚ୍ଛେଦକୁ ବିରୋଧ

ଯଶୀପୁର,୧୬ା୩(ଡି.ଏନ୍‌.ଏ.)-ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅସ୍ତକୁମାର ପଞ୍ଚାୟତର ବଳାରାମପୁରଠାରେ ଶନିବାର ବନବାସୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ ଇଲାକାରେ ବସବାସ କରୁଥିବା ଆଦିବାସୀଙ୍କୁ ଉଚ୍ଛେଦ କରାଯିବା...

ଚରିତ୍ର ସନ୍ଦେହରୁ ଯାଇଥିଲା ସୁନନ୍ଦଙ୍କ ଜୀବନ

ପବିତ୍ରନଗର, ୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଳକ ସମଲ ଥାନା ଶିଲିଂ ଗ୍ରାମରେ ପାରିବାରିକ କଳହ କାରଣରୁ ସୁନନ୍ଦ ପ୍ରଧାନଙ୍କୁ ପିଟି ମାରିବା ଘଟଣାରେ...

ଜୁନାଗଡ଼ରୁ ଭୁବନେଶ୍ୱରକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ: ଅରୁଣ ଜେଟଲୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ ଉତ୍ସବ

ଜୁନାଗଡ଼,୨୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ଼ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ ଟ୍ରେନ(ନଂ.୧୮୪୩୭-୧୮୪୩୮) ଯାତ୍ରା ଆରମ୍ଭ କରିଥିଲା।...

Advertisement
Archives

Model This Week