କଠିନ ପରିଶ୍ରମର ମୂଲ୍ୟ ପାଇଛି : ସବିତା

ଖୋର୍ଦ୍ଧା ଅଫିସ,୧୩ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା-୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମର ସବିତା ଦଳେଇ ୨୭୩ ର଼୍ୟାଙ୍କରେ ରହିଛନ୍ତି। ସବିତାଙ୍କ ପିତା ଗଣେଶ ଦଳେଇ ଜଣେ ବ୍ୟବସାୟୀ ଏବଂ ମାଆ ରଜନୀ ଗୃହିଣୀ। ସେ ଗାଁ ସ୍କୁଲରୁ ମାଟ୍ରିକ ଓ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ପରେ ଖୋର୍ଦ୍ଧା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୯ରେ ସେ ଓସିଏସ୍‌ ପରୀକ୍ଷା ଦେଇ ଅସଫଳ ହୋଇଥିବା ବେଳେ ସମ୍ପ୍ରତି ଏହି ସଫଳତା ହାସଲ କରିଛନ୍ତି। ସବିତାଙ୍କ ତିନି ଭଉଣୀ ବର୍ତ୍ତମାନ ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି। କଲେଜ ପାଠପଢା ସମୟରେ ତାଙ୍କର ପ୍ରଶାସନିକ ସେବା ପ୍ରତି ଆଗ୍ରହ ବଢିଥିଲା। ସଫଳତାରେ ସେ ଖୁବ୍‌ ଖୁସି ବୋଲି କହିବା ସହ ଏଥିଲାଗି ଭଗବାନଙ୍କ ଆଶୀର୍ବାଦ, ପରିବାର ଏବଂ କାର୍ଯ୍ୟାଳୟ କର୍ମଚାରୀଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି। ମହିଳା ଓ ଶିଶୁ ବିଭାଗ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ଆଗ୍ରହ ରଖିଛନ୍ତି। ଆଗକୁ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ସବିତା କହିଛନ୍ତି। ସାକ୍ଷାତକାର ସମୟରେ ମୁଁ ଟିକିଏ ନର୍ଭସ ହୋଇପଡ଼ିଥିଲି। ମୋର ଜିଓଗ୍ରାଫି ଓ ହୋମ ସାଇନ୍ସ ବିଷୟ ରହିଥିବାରୁ ପ୍ରାୟତଃ ବିଷୟଗତ ପ୍ରଶ୍ନ ପଚରାଯାଇଥିଲା। ଅଶୀ ପ୍ରତିଶତ ପ୍ରଶ୍ନର ଉତ୍ତର ଦେଇଥିଲି। ସରକାରୀ ଚାକିରି ସହିତ ପ୍ରସ୍ତୁତି ଜାରି ରଖିଥିଲି। ଯେତେବେଳେ ସମୟ ମିଳୁଥିଲା, ଅନଲାଇନ ପାଠପଢା ଉପରେ ଗୁରୁତ୍ୱ ଦେଉଥିଲି। ଅନେକ ରାତି ଉଜାଗର ରହି ପରିଶ୍ରମ କରିଛି। କଠିନ ଅଧ୍ୟବସାୟ, ନିରନ୍ତର ପ୍ରୟାସ ଓ ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ। ତେବେ ସେଥିଲାଗି ଧୈର୍ଯ୍ୟ ଆବଶ୍ୟକ। ପ୍ରଥମ ଅସଫଳତାରେ ଭାଙ୍ଗି ନ ପଡ଼ି ପୁଣି ନିଜକୁ ପ୍ରସ୍ତୁତ କରି ଆଗେଇବାକୁ ପଡ଼ିବ ବୋଲି ସବିତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀର ଜୀବନ ଗଲା

ଭଞ୍ଜନଗର,୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଲାଠିପଡ଼ା ବିଟ୍‌ ଢଉପଲ୍ଲୀ କାଜୁ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି।...

ଦାରିଙ୍ଗବାଡ଼ିରେ ତୁଷାରପାତ, ୪ ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୨୦ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ସମେତ...

ଫନୀ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦାବି

ଖଣ୍ଡପଡ଼ା,୧୭ା୫(ସ୍ବ.ପ୍ର.)-ଫନୀ ବାତ୍ୟା ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପନିପରିବା, ଫଳ ଓ ରବି ଫସଲ କ୍ଷତିଗ୍ରସ୍ତ ହେବାରୁ ଚାଷୀ...

ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ ଅଫିସ, ୧୯ା୯-କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳରେ ୨୦୧୫ରେ ହୋଇଥିବା ଏକ ଗଣବଳାତ୍କାର ମାମଲାର ରାୟ ବୁଧବାର ପ୍ରକାଶ ପାଇଛି ା ଫୁଲବାଣୀ ଅତିରିକ୍ତ...

ଅଚଳ ହୋଇପଡ଼ିଛି ଡିଜିଟାଲ କିଓସ୍କ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡିଏମ୍‌ଏଫ୍‌ ଅର୍ଥରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷାଧିକ ଟଙ୍କା ବ୍ୟୟର ଡିଜିଟାଲ କିଓସ୍କ କାମରେ ଲାଗୁନି। ଦୀର୍ଘ ମାସ ହେଲା...

ବିନା ଏସ୍‌ଏମ୍‌ସିରେ ଉଠୁଛି ଅନୁଦାନ

ଆନନ୍ଦପୁର,୮।୫(ସ୍ବ.ପ୍ର.): ୫-ଟି ବ୍ୟବସ୍ଥାରେ ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା, ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ଓ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ସରକାର...

ବଇଦଙ୍କ ଗାଁ ଭୋଇସାହି

ନିରାକାରପୁର,୧୧।୧୨(ଡି.ଏନ୍‌.ଏ.): ବିଜ୍ଞାନ ଯୁଗରେ ବି ଲୋକେ ବୈଦ୍ୟଙ୍କ ଉପରେ ନିର୍ଭର କରିବା ସହ ଆୟୁର୍ବେଦ ପଦ୍ଧତିର ଚିକିତ୍ସାକୁ ଭରସା କରୁଛନ୍ତି। ତେଣୁ କେତେଜଣ ବୈଦ୍ୟ ପରିବାର...

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା...

Advertisement
Archives

Model This Week