କଠିନ ପରିଶ୍ରମର ମୂଲ୍ୟ ପାଇଛି : ସବିତା

ଖୋର୍ଦ୍ଧା ଅଫିସ,୧୩ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା-୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମର ସବିତା ଦଳେଇ ୨୭୩ ର଼୍ୟାଙ୍କରେ ରହିଛନ୍ତି। ସବିତାଙ୍କ ପିତା ଗଣେଶ ଦଳେଇ ଜଣେ ବ୍ୟବସାୟୀ ଏବଂ ମାଆ ରଜନୀ ଗୃହିଣୀ। ସେ ଗାଁ ସ୍କୁଲରୁ ମାଟ୍ରିକ ଓ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ପରେ ଖୋର୍ଦ୍ଧା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୯ରେ ସେ ଓସିଏସ୍‌ ପରୀକ୍ଷା ଦେଇ ଅସଫଳ ହୋଇଥିବା ବେଳେ ସମ୍ପ୍ରତି ଏହି ସଫଳତା ହାସଲ କରିଛନ୍ତି। ସବିତାଙ୍କ ତିନି ଭଉଣୀ ବର୍ତ୍ତମାନ ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି। କଲେଜ ପାଠପଢା ସମୟରେ ତାଙ୍କର ପ୍ରଶାସନିକ ସେବା ପ୍ରତି ଆଗ୍ରହ ବଢିଥିଲା। ସଫଳତାରେ ସେ ଖୁବ୍‌ ଖୁସି ବୋଲି କହିବା ସହ ଏଥିଲାଗି ଭଗବାନଙ୍କ ଆଶୀର୍ବାଦ, ପରିବାର ଏବଂ କାର୍ଯ୍ୟାଳୟ କର୍ମଚାରୀଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି। ମହିଳା ଓ ଶିଶୁ ବିଭାଗ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ଆଗ୍ରହ ରଖିଛନ୍ତି। ଆଗକୁ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ସବିତା କହିଛନ୍ତି। ସାକ୍ଷାତକାର ସମୟରେ ମୁଁ ଟିକିଏ ନର୍ଭସ ହୋଇପଡ଼ିଥିଲି। ମୋର ଜିଓଗ୍ରାଫି ଓ ହୋମ ସାଇନ୍ସ ବିଷୟ ରହିଥିବାରୁ ପ୍ରାୟତଃ ବିଷୟଗତ ପ୍ରଶ୍ନ ପଚରାଯାଇଥିଲା। ଅଶୀ ପ୍ରତିଶତ ପ୍ରଶ୍ନର ଉତ୍ତର ଦେଇଥିଲି। ସରକାରୀ ଚାକିରି ସହିତ ପ୍ରସ୍ତୁତି ଜାରି ରଖିଥିଲି। ଯେତେବେଳେ ସମୟ ମିଳୁଥିଲା, ଅନଲାଇନ ପାଠପଢା ଉପରେ ଗୁରୁତ୍ୱ ଦେଉଥିଲି। ଅନେକ ରାତି ଉଜାଗର ରହି ପରିଶ୍ରମ କରିଛି। କଠିନ ଅଧ୍ୟବସାୟ, ନିରନ୍ତର ପ୍ରୟାସ ଓ ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ। ତେବେ ସେଥିଲାଗି ଧୈର୍ଯ୍ୟ ଆବଶ୍ୟକ। ପ୍ରଥମ ଅସଫଳତାରେ ଭାଙ୍ଗି ନ ପଡ଼ି ପୁଣି ନିଜକୁ ପ୍ରସ୍ତୁତ କରି ଆଗେଇବାକୁ ପଡ଼ିବ ବୋଲି ସବିତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?