Advertisement

ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ଯାଁଳା,୧୭ା୧୦(ଡି.ଏନ୍‌.ଏ.): ସରକାର ଶିକ୍ଷାର ବିକାଶ ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାରେ ଲାଗିପଡିଛନ୍ତି। ବିଦ୍ୟାଳୟକୁ ସ୍ମାର୍ଟରେ ରୂପାନ୍ତରଣ କରି ପିଲାଙ୍କ ପାଠପଢା ସ୍ମାର୍ଟ କରାଉଛନ୍ତି। ହେଲେ ଜଟଣୀ ବ୍ଲକ ମୁଣ୍ଡମୁହାଣ କୃଷ୍ଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରରେ ଏହାର ବାସ୍ତବ ରୂପ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପୂର୍ବରୁ ବିଦ୍ୟାଳୟରେ ପ୍ରାଥମିକ ସ୍ତରରେ ୩ ଶିକ୍ଷକ, ହେଡ୍‌ମାଷ୍ଟର, ୪ର୍ଥରୁ ୫ମ ପର୍ଯ୍ୟନ୍ତ ୬ ଶିକ୍ଷକ, ହେଡ୍‌ମାଷ୍ଟର ଏବଂ ୮ମରୁ ୧୦ମ ପର୍ଯ୍ୟନ୍ତ ୭ ଶିକ୍ଷକ, ହେଡ୍‌ ମାଷ୍ଟର, ଜଣେ କିରାଣି ଓ ୩ ପିଅନ ଥିଲେ। ପରେ ସରକାର ସମସ୍ତ ସ୍ତରକୁ ମିଶାଇ ଗୋଟିଏ ବିଦ୍ୟାଳୟରେ ପରିଣତ କରିଦେଲେ। ମୁଣ୍ଡମୁହାଣ କୃଷ୍ଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରରେ ୧ମରୁ ୮ମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୧୧ ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ୭ ଶିକ୍ଷକ ଅଛନ୍ତି। ୯ମ ଓ ୧୦ମ ପାଇଁ ମାତ୍ର ୪ ଶିକ୍ଷକ ଥିବାବେଳେ ୩ ପିଇଟି ଶିକ୍ଷକ ଅଛନ୍ତି। ପିଇଟି ଶିକ୍ଷକଙ୍କ ପାଠପଢ଼ାକୁ ପିଲାମାନେ ବେଳେବେଳେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିସହ ସଂସ୍କୃତ ଶିକ୍ଷକ ନ ଥିବାରୁ ପିଲାଙ୍କୁ ସଂସ୍କୃତ ପଢ଼ିବାରେ କଷ୍ଟକର ହେଉଛି। ସେହିଭଳି ଗଣିତ ଓ ବିଜ୍ଞାନ ପାଠପଢ଼ାରେ ସମାନ ସ୍ଥିତି ଉପୁଜିଛି। ଇତିମଧ୍ୟରେ ସ୍କୁଲରୁ ୬ ଜଣ ଶିକ୍ଷକ ବଦଳି ହୋଇଗଲେଣି। କିନ୍ତୁ ବଦଳି ପରେ ଏଠାକୁ ଅନ୍ୟ ଶିକ୍ଷକଙ୍କୁ ପଠାଯାଉନାହିଁ। ଶିକ୍ଷକ ଅଭାବରୁ ପିଲାମାନେ ଠିକ୍‌ ଶିକ୍ଷାଲାଭ ପାଇପାରୁନାହାନ୍ତି। ଏନେଇ ଡିଇଓଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରାଯିବା ପରେ ସେ ଫୋନ ଉଠାଇଥିଲେ। ଖୁବ୍‌ଶୀଘ୍ର ବିଦ୍ୟାଳୟକୁ ଶିକ୍ଷକ ଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ପାଇଁ ଚିନ୍ତାରେ ଅଟୋ ଚାଳକ

କେଗାଁ,୧୦ା୫(ଡି.ଏନ.ଏ.): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଥିବା ଅଟୋ ଚାଳକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଟୋ ଚଳାଇ ପରିବାର ପ୍ରତିପୋଷଣ...

କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଜୀବନଗଲା 

ଆନନ୍ଦପୁର,୨୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ ବରାଙ୍ଗ ଅଙ୍ଗନଓ୍ବାଡ଼ି କେନ୍ଦ୍ର-୧ର କାର୍ଯ୍ୟରତ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶନିବାର ସକାଳେ ଅଙ୍ଗନଓ୍ବାଡି କର୍ମୀ...

ଜଳିଗଲା କୋଇଲା ବୋଝେଇ ଟ୍ରକ

ପରଜଙ୍ଗ,୨୮।୧୨(ଡି.ଏନ.ଏ.)-ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧିନ ୫୩ନଂ. ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରକ...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସଦର ଥାନା ବଡ଼ଡିହ ଗ୍ରାମର ବୀରେନ୍ଦ୍ର ଦିଣ୍ଡାଙ୍କ ୨ବର୍ଷର ଝିଅ ଶୁଭଲକ୍ଷ୍ମୀ ମଙ୍ଗଳବାର ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବୀରେନ୍ଦ୍ର କଲିକତାରେ...

ଜଣଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ନିକଟରେ ଦୁର୍ବୃତ୍ତ ରକ୍ତରେ ଲେଖିଲେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ

ପୁରୁଷୋତ୍ତମପୁର,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ରବିବାର ରାତିରେ ଶୋଇଥିବା ଅବସ୍ଥାରେ ଅତି ବୀଭତ୍ସ ଭାବରେ ମୁଣ୍ଡକୁ ପଥର...

କୋଭିଡ୍‌ ନିୟମକୁ ବେଖାତିର: ଦୋକାନ ସିଲ୍‌ କଲା ପ୍ରଶାସନ

ରାଇକିଆ,୧୨।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି।...

ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ରାଇରଙ୍ଗପୁର,୨୦।୮(ଡି.ଏନ୍‌.ଏ): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ୍‌ ଥାନା ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ...

ଅନ୍ତଃବସ୍ତ୍ର ପ୍ରସ୍ତୁତି କାରଖାନା ଦେଇଛି ପରିଚୟ

ରସୁଲପୁର,୨୮ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଡିଅକଇଞ୍ଚତ୍ ଗ୍ରାମର ୨୬ ବର୍ଷୀୟ ଯୁବକ ମଙ୍ଗୁଳି ବାରିକ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ...

Advertisement
Archives

Model This Week