ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୩୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆଉ ୩୩୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୧ ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୧୩୯ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଫଳରେ...
କୋଭିଡ୍ ସ୍ଥିତି ସମୀକ୍ଷା କଲେ ଆର୍ଡିସି
ଖୋର୍ଦ୍ଧା ଅଫିସ,୨୬ା୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ଖୋର୍ଦ୍ଧା ଜିଲା କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କରୋନା ନିୟନ୍ତ୍ରଣ ଲାଗି ତୃଣମୂଳସ୍ତରରେ ଅଧିକ ସଚେତନତା ଉପରେ ଆରଡିସି ସାମଲ ଗୁରୁତ୍ୱ ଦେଇଥିଲେ। ଜିଲାପାଳଙ୍କ ସମ୍ମିଳନୀ...
ଦେଶୀ ଭାଲୁ ଖଣ୍ଡି ଆଇସିୟୁରେ ଭର୍ତ୍ତି
ବାରଙ୍ଗ,୨୫।୮(ଡି.ଏନ୍.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଶୀ ମାଈ ଭାଲୁ ଖଣ୍ଡିକୁ ସୋମବାର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଅସୁସ୍ଥତା ଅନୁଭବ କରିବାରୁ ବହୁଦିନ ହେବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ତାକୁ ଆଇସିୟୁ...
ଖୋର୍ଦ୍ଧା: ୭୪% ଗ୍ରାମାଞ୍ଚଳ କୋଭିଡ୍ ମୁକ୍ତ
ଖୋର୍ଦ୍ଧା ଅଫିସ,୨୪।୮: ଖୋର୍ଦ୍ଧା ଜିଲାରେ କୋଭିଡ୍ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାର ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୦,୯୭୫ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩,୪୩୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୪୨୩ ଆକ୍ଟିଭ କେଶ...
କାରିଗରଙ୍କୁ ଘାରିଛି ମୂର୍ତ୍ତି ବିକ୍ରି ଚିନ୍ତା
ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ଜିଲାର ଜଟଣୀରେ ପ୍ରତିବର୍ଷ ଗଣେଶ ପୂଜା ଧୁମ୍ଧାମ୍ରେ ପାଳନ କରାଯାଇଥାଏ। ୧୨ଦିନ ଧରି ଏଠାରେ ୨ଶହରୁ ଊର୍ଦ୍ଧ୍ୱ ଛୋଟ ବଡ ମଣ୍ଡପରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର କମିଟି ଏବଂ ସଙ୍ଗଠନ ପକ୍ଷରୁ ଗଣେଶ ପୂଜା...
ଖୋର୍ଦ୍ଧାରେ ହେବ ନାହିଁ ଗଣେଶ ପୂଜା
ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୋଭିଡ୍ ପରିଚାଳନା ନେଇ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...
ଜଣଙ୍କ ଘର ଉପରକୁ ଦୁଇଦୁଇ ଥର ବୋମା ମାଡ଼
ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲା ସଦର ଥାନା ଦଳେଇପୁଟସ୍ଥିତ ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ସୋମବାର ରାତିରେ ପୁଣି ବୋମାମାଡ ହୋଇଛି। ରାତିରେ କେତେଜଣ ଦୁର୍ବୃତ୍ତ ପାଚେରି ବାହର ପଟୁ ବୋମାମାଡ କରିଥିବା ଜଣାପଡ଼ିଛି। ମାତ୍ର ଏଥିରେ କେହି ମୃତାହତ...
ବିସ୍ଫୋରଣ ପରେ ଚେତିଲା ପୋଲିସ
ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମରେ ବାଣ ବିସ୍ଫୋରଣ ଘଟଣା ପରେ ପୋଲିସର ଚେତା ପଶିଛି। ସୋମବାର ବାଘମାରି ଥାନା ପୋଲିସ ଲେଖନପୁର ଗ୍ରାମରେ ଚଢ଼ାଉ କରି ବାଣ ସାମଗ୍ରୀ ଓ ବାରୁଦ ଜବତ...
ଖୋର୍ଦ୍ଧା ଜିଲାର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଜାଣନ୍ତୁ କାହିଁକି
ଖୋର୍ଦ୍ଧା ଅଫିସ,୧୭।୮: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଉପଜିଲାପାଳ ଅଶୋକ ବେହୁରିଆ ସୋମବାର ସକାଳ ୭ଟାରୁ ୨୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଡ଼ବେରଣା ଗ୍ରାମକୁ ୭୨ଘଣ୍ଟା...
ବାଣ ବିସ୍ଫୋରଣରେ ଭୁଶୁଡ଼ି ପଡିଲା ଘର
ବେଗୁନିଆ,୧୬ା୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କଣ୍ଟାବାଡ଼ ଗ୍ରାମରେ ଶନିବାର ରାତିରେ ବାଣ ବିସ୍ଫୋରଣ ଘଟି କାଶୀନାଥ ମହାପାତ୍ରଙ୍କ ଘର ସହ ପଡୋଶୀଙ୍କ ୪ ବଖରା କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି। ପୋଲିସ...
ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୮୮ ଆକ୍ରାନ୍ତ
ଭୁବନେଶ୍ୱର,୧୬।୮(ବ୍ୟୁରୋ): ଗୋଟିଏ ପଟେ ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ଦେଖାଯାଉଥିବା ବେଳେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା। ରବିବାର ରାଜ୍ୟରେ ୨୯୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସର୍ବାଧିକ ୪୮୮ଜଣ ଖୋର୍ଦ୍ଧାର ରହିଛନ୍ତି। ହେଲେ ଗଞ୍ଜାମରୁ ୩୧୮...
ନନ୍ଦନକାନନ ପାଳିଲା ବିଶ୍ୱ ହସ୍ତୀ ଦିବସ
ବାରଙ୍ଗ,୧୩।୮(ଡି.ଏନ୍.ଏ.): ନନ୍ଦନକାନନରେ ବୁଧବାର ବିଶ୍ୱ ହସ୍ତୀ ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି। ମହାମାରୀ କରୋନା ପାଇଁ ସବୁ କିଛି ଫିକା ପଡ଼ିଯାଇଥିଲା। ଏଥର ହାତୀମାନଙ୍କୁ ସାଜସଜ୍ଜା କରାଯାଇ ନ ଥିଲା। କେବଳ ସେମାନଙ୍କୁ ସୁସ୍ବାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଏହାକୁ...
Archives


