ଖୋର୍ଦ୍ଧା: ୩୬ ହାଇସ୍କୁଲକୁ ଶ୍ରେଷ୍ଠ ସ୍କୁଲ ଆଓ୍ବାର୍ଡ

ଖୋର୍ଦ୍ଧା ଅଫିସ,୭।୧୧: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଖୋର୍ଦ୍ଧା ଜିଲାର ୩୬ ହାଇସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶ୍ରେଷ୍ଠ ସ୍କୁଲ ଆଓ୍ବାର୍ଡ ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏବାବଦକୁ ୧ଲକ୍ଷ ଟଙ୍କା ପ୍ରୋତ୍ସାହନ ମୂଳକ ରାଶି ଦିଆଯିବ ବୋଲି ଡିଇଓ ବନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷାରେ ଜିଲାର ପାସହାର ୮୭.୨୮ ପ୍ରତିଶତ ରହିଛି। ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ଖୋର୍ଦ୍ଧା ଜିଲା ଏକ ନମ୍ବର ସ୍ଥାନରେ ରହିବ ଏବଂ ହାଇସ୍କୁଲ ଗୁଡିକରେ ସଫଳତା ହାର ବୃଦ୍ଧି ପାଇବ, ସେଥିଲାଗି ମାଷ୍ଟର ପ୍ଲାନ ଆରମ୍ଭ ହୋଇଛି। କରୋନା ମହାମାରୀ ସମୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ଅନଲାଇନ ପାଠପଢା ତ୍ୱରିତ କରାଯାଇଛି ବୋଲି ଡିଇଓ ମହାପାତ୍ର କହିଛନ୍ତି।
ଆଓ୍ବାର୍ଡ ପାଇବାକୁ ଥିବା ସ୍କୁଲଗୁଡ଼ିକ ହେଲା ବାଲିଅନ୍ତା ବ୍ଲକର ଆଞ୍ଚଳିକ ହରିହର ନୋଡାଲ ବିଦ୍ୟାଳୟ ବେଣାପୁର, ବାଲିଅନ୍ତା ନୋଡାଲ ହାଇସ୍କୁଲ ଓ ଅଚ୍ୟୁତାନନ୍ଦ ଆଦର୍ଶ ଉଚ୍ଚ ବିଦ୍ୟାନିକେତନ ପୁରୋହିତପୁର, ବାଲିପାଟଣା ବ୍ଲକର ମୁକୁନ୍ଦଦାସପୁର ହାଇସ୍କୁଲ, ବନମାଳିପୁର ବାଳିକା ହାଇସ୍କୁଲ, ପଞ୍ଚାୟତ ବାଳିକା ହାଇସ୍କୁଲ ବାଲିପାଟଣା, ବାଣପୁର ବ୍ଲକର ନାରାୟଣ ମାନସିଂ ହାଇସ୍କୁଲ ଅନ୍ତରକିଆରୀ, ପଦ୍ମଲୋଚନ ହାଇସ୍କୁଲ ଅଲିଡିହ, ନୀଳକଣ୍ଠେଶ୍ୱର ବିଦ୍ୟାପୀଠ କୁମାରଙ୍ଗ ଶାସନ, ବେଗୁନିଆ ବ୍ଲକର ଗୋପବନ୍ଧୁ ହାଇସ୍କୁଲ, ପଞ୍ଚାୟତ ହାଇସ୍କୁଲ ହଜ, ଜନତା ନୋଡାଲ ବିଦ୍ୟାପୀଠ ପୋଡ଼ାଢିହ, ଭୁବନେଶ୍ୱର ବ୍ଲକର ଉତ୍କଳମଣି ନୋଡାଲ ଉଚ୍ଚବିଦ୍ୟାପୀଠ କେନ୍ଦୁପାଟଣା, ଦାରୁଠେଙ୍ଗ ହାଇସ୍କୁଲ, ଶ୍ରୀ ଅରବିନ୍ଦ ନୋଡାଲ ବିଦ୍ୟାପୀଠ ଗଣ୍ଡରପୁର, ବୋଲଗଡ଼ ବ୍ଲକର ଦେବଗୁରୁ ଆଦର୍ଶ ବିଦ୍ୟାପୀଠ ମୁଗମୁଣ୍ଡାର, ଭକ୍ତ ଚରଣ ବିଦ୍ୟାପୀଠ ସାନପଦର, ସରକାରୀ ହାଇସ୍କୁଲ ହରିପୁର, ଚିଲିକା ବ୍ଲକର ଡି.ପି ହାଇସ୍କୁଲ ଅଲଣ୍ଡା, ଶ୍ରୀ ଅରବିନ୍ଦ ଆଇଏନଟି. ଏଜ୍ୟୁକେସନ ସେଣ୍ଟର ମାତୃବିହାରର-କାଳୁପଡାଘାଟ, ଅପର୍ତି ହାଇସ୍କୁଲ ନଇରୀ, ଜଟଣୀ ବ୍ଲକର ପଞ୍ଚାୟତ ହାଇସ୍କୁଲ ବେଣାପଞ୍ଜୁରୀ, ଜଗମୋହନ ହାଇସ୍କୁଲ ବ୍ରହ୍ମାକୁଣ୍ଡଳ, ରାଜିକିଶୋର ବିଦ୍ୟାପୀଠ ଅରିସାଳ, ଖୋର୍ଦ୍ଧା ବ୍ଲକର ମା’ ଭଗବତୀ ବିଦ୍ୟାମନ୍ଦିର ମୋଟା, ପାଇକଦିଗିରିଆ ନୋଡାଲ ହାଇସ୍କୁଲ, ବାଲୁଙ୍କେଶ୍ୱରଦେବ ହାଇସ୍କୁଲ ଭିଙ୍କୁଡିଆ, ଟାଙ୍ଗୀ ବ୍ଲକର ପରିଓରୋଡ଼ା ହାଇସ୍କୁଲ ଚଣ୍ଡେଶ୍ୱର, ବଡପାରୀ ନୋଡାଲ ହାଇସ୍କୁଲ, ବଳରାମଦେବ ବିଦ୍ୟାପୀଠ ଟାଙ୍ଗୀ, ଭୁବନେଶ୍ୱର(ବିଏମସି)ରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୀଳାଦ୍ରି ବିହାର ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୟୁନିଟ-୮, ଖୋର୍ଦ୍ଧ(ପୌର ଅଞ୍ଚଳ)ର ବୀଣାପାଣି ଶିଶୁ ବିଦ୍ୟାମନ୍ଦିର, ଇନ୍ଦିରାଗାନ୍ଧୀ ପଡିଆ, ଜଟଣୀ(ପୌର ଅଞ୍ଚଳ)ର ଏନଡିଆରସି ନୋଡାଲ ହାଇସ୍କୁଲ, ଖୋର୍ଦ୍ଧାରୋଡ, ବାଲୁଗଁା(ଏନଏସି)ର ବାଲୁଗଁା ହାଇସ୍କୁଲ ଏବଂ ବାଣପୁର ଏନଏସିର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭଗବତୀ ବିହାର ଆଦି ଅର୍ନ୍ତଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri