ଖୋର୍ଦ୍ଧା ଅଫିସ,୩୧ା୧୦: ଖୋର୍ଦ୍ଧା ପ୍ରାଣନାଥ (ପିଏନ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଦ୍ୱାଦଶତମ ସ୍ନାତକ(+୩) ୨୦୧୭-୨୦୨୦ ଶିକ୍ଷାବର୍ଷର ବାର୍ଷିକ ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ୍ ପାସ୍ ହାର ୯୦.୪ ପ୍ରତିଶତ ରହିଛି। ବାଣିଜ୍ୟରେ ଆଦିତ୍ୟନାଥ ପୃଷ୍ଟି, କଳାରେ ଶିକ୍ଷା ବିଭାଗ ଛାତ୍ରୀ ରୁପାଲି ସାହୁ ଶ୍ରେଷ୍ଠ ସ୍ନାତକ ହୋଇଥିବା ବେଳେ ବିଜ୍ଞାନ ବିଭାଗର ଭୂତତ୍ତ୍ୱ ବିଜ୍ଞାନ ଛାତ୍ରୀ ପ୍ରାଚୀପ୍ରଜ୍ଞା ଶ୍ରେଷ୍ଠ ସ୍ନାତକ ସହ କଲେଜ ଟପ୍ପର ହୋଇଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟରେ ୧୧୫୪ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୦୪୩ଜଣ ପାସ କରିଛନ୍ତି। ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଆଗରେ ରହିଛନ୍ତି। ଛାତ୍ରଙ୍କ ପାସ ହାର ୮୫.୮% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୫.୭% ରହିଛି। କଳାରେ ୧୪୫ଛାତ୍ରଙ୍କ ମଧ୍ୟରୁ ୧୧୩ ଏବଂ ୨୪୧ଛାତ୍ରୀଙ୍କ ମଧ୍ୟରୁ ୨୩୬ ପାସ୍ କରିଛନ୍ତି। ସେହିପରି ବାଣିଜ୍ୟରେ ୨୬୨ ଛାତ୍ରଙ୍କ ମଧ୍ୟରୁ ୨୨୫ ଓ ୧୨୮ଛାତ୍ରୀଙ୍କ ମଧ୍ୟରୁ ୧୨୦ଜଣ ପାସ କରିଛନ୍ତି। ବିଜ୍ଞାନରେ ୨୧୨ଛାତ୍ରଙ୍କ ମଧ୍ୟରୁ ୧୯୩ ଏବଂ ୧୬୬ଜଣ ଛାତ୍ରୀଙ୍କ ମଧ୍ୟରୁ ୧୫୬ଜଣ ପାସ୍ କରିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ସେନାପତି କହିଛନ୍ତି, ଏହି ପରୀକ୍ଷା ଫଳ ୬ଟି ସେମିଷ୍ଟର ପରୀକ୍ଷାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଛି। ତିନି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ସାମ୍ବତ୍ସରିତ ଉତ୍ସବ-୨୦୨୧ରେ ସମ୍ମାନିତ କରାଯିବ। କଲେଜ ପରିଚାଳନା କମିଟି ସଭାପତି ତଥା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଉତ୍ତର ଓଡ଼ିଶାର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପରୀକ୍ଷା କଣ୍ଟ୍ରୋଲର ପ୍ରଫେସର ଦେବୀ ପ୍ରସାଦ ପଟ୍ଟନାୟକ ଏବଂ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ View All
ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ
ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ
ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
ଶାଳକଙ୍କୁ ଏସିଡ୍ ଫିଙ୍ଗି ବନ୍ଧା ହେଲେ ଭିଣୋଇ
ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…
ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…
ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…
ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…
କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…
Archives

