ଭିଜିଲାନ୍ସ, ବନ ବିଭାଗର ମିଳିତ ଚଢ଼ାଉ: ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଯନ୍ତ୍ରାଂଶ, କାଠ ଏବଂ ୨ ଟ୍ରାକ୍ଟର ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ପକ୍ଷରୁ
ସୂଚନା ମିଳିଛି।
ପ୍ରକାଶ ଯେ, ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ କରତ କଳ ଚାଲି ଆସୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍‌ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ସହଯୋଗରେ ଚଢ଼ାଉ କରିଥିଲେ। ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍‌ପି ଏ.କେ ମିଶ୍ରଙ୍କ ନେତୃତ୍ତ୍ୱରେ ଭିଜିଲାନ୍ସ ଟିମ୍‌ ସମେତ ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ, ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଅସିତ୍‌ ମିଶ୍ର, ରଣପୁର ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଡେଲାଙ୍ଗ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ପୃଥକ ଭାବେ ୬ଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି ।
ଜବତ କାଠ, ଯନ୍ତ୍ରାଂଶ, ଟ୍ରାକ୍ଟରର କେହି ଦାବିଦାର ନ ଥିବାରୁ ବାଲିପାଟଣା ବନ ଅଧିକାରୀଙ୍କ ଜରିଆରେ ଖୋର୍ଦ୍ଧା ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ପରାମର୍ଶ ଦିଆଯାଇଥିବା ଡିଏସ୍‌ପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରିଲାନି ସ୍କୁଲ ମରାମତି କାର୍ଯ୍ୟ: ବର୍ଷାରେ ଭିଜି ବାରଣ୍ଡାରେ ପଢିଲେ ଛାତ୍ରୀଛାତ୍ର

ରଣପୁର,୨୨।୬(ସ୍ବ.ପ୍ର.:ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ନୟାଗଡ ଜିଲାର ରଣପୁର ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମେ ୩ତାରିଖରେ ସଂଘଟିତ ହୋଇଥିବା ବାତ୍ୟାକୁ ଏ ମଧ୍ୟରେ...

କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ...

ମାସ୍କ ଯୋଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମସ୍ତେ ମାସ୍କ ପିନ୍ଧିବା ପାଇଁ ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଫଳରେ ରାଜ୍ୟ...

ଯବାନଙ୍କ ବଦଳରେ ଅନ୍ୟଙ୍କ ଫଟୋ ପ୍ରସାରଣ : ବୈଦ୍ୟୁତିକ ଗଣମାଧ୍ୟମ ନଁ।ରେ ଅଭିଯୋଗ

ହିଞ୍ଜିଳିକାଟୁ,୯ା୧୧(ଡି.ଏନ.ଏ) -ପାକିସ୍ତାନୀ ଗୁପ୍ତଚର ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଫସି ଦେଶର ଗୁରୁତ୍ୱପୁର୍ଣ୍ଣ ଖବର ପ୍ରଦାନ କରିଥିବା ଅଭିଯୋଗରେ ରାଜସ୍ଥାନ ପୋଲିସ ହିିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା...

ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୨କି.ମି.

ଖୋର୍ଦ୍ଧା ଅଫିସ,୭ା୧୦:ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନ ଥାଏ। ଆବଶ୍ୟକ ଥାଏ ଉଦାର ହୃଦୟ ଓ ମନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା...

୫ ଦିନ ବନ୍ଦ ରହିବ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲ: ଜାଣନ୍ତୁ କେଉଁ ଦିନରୁ କେଉଁ ଦିନ

କୋରାପୁଟ,୩୧।୭(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଶୁକ୍ରବାରଠାରୁ ୫ ଦିନ ପର୍ଯ୍ୟନ୍ତ ସହରରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ...

ବଲୋଦାରେ ପଞ୍ଚାୟତ ଗୃହ ନିର୍ମାଣ ଦାବି ତେଜିଲାପଞ୍ଚାୟତବାସୀ ଜିଲାପାଳ ଅଫିସ ଘେରିଲେ

ନୂଆପଡା ଅଫିସ,୧୦ା୬:ଓଡିଶା ହାଇକୋର୍ଟ ନୂଆପଡ଼ା ଜିଲା ଭୈଷାଁଟାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ବଲୋଦାରେ ନିର୍ମାଣ କରିବାକୁ ଚୂଡାନ୍ତ ରାୟ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦାବିରେ ୫ରୁ...

ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଜାତୀୟ କର୍ମଶାଳା: ‘ପରୀ ପାଇଁ କଥାଟିଏ’ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ଠିକଣା ସ୍ଥାନରେ ପହଁଞ୍ଚାଇ ପାରିଛି ପୋଲିସ।...

Advertisement
Archives

Model This Week