ବାଲ୍ୟବିବାହ ରୋକିଲା ପୋଲିସ

ଖୋର୍ଦ୍ଧା ଅଫିସ,୨୯। ୧୦: ଖୋର୍ଦ୍ଧା ସହର ଉପକଣ୍ଠ ଲୋକେଶ୍ୱର ମନ୍ଦିରରେ ପୋଲିସ ଏବଂ ଚାଇଲ୍ଡ ଲାଇନ ମିଳିତ ଭାବେ ଏକ ବାଲ୍ୟବିବାହକୁ ବୁଧବାର ବନ୍ଦ କରିଛନ୍ତି। ଉଦ୍ଧାର ନାବାଳିକାଙ୍କ ବୟସ ୧୬ ବର୍ଷ ହେବ ବୋଲି ପରିବାର ଲୋକେ ଦାବି କରିଥିବା ବେଳେ ଝିଅ ନିଜକୁ ସାବାଳିକା କହୁଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପୋଲିସ ଝିଅକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତରିତ କରିଥିବା ବେଳେ ପୁଅ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଟାଉନ ପୋଲିସ ଥାନାରେ ପଚରାଉଚୁରା କରୁଛି। ଏ ନେଇ ଥାନାଧିକାରୀ ଉମାଶଙ୍କର ସିଂ କୁହନ୍ତି, ନାବାଳିକା ନିଜକୁ ସାବାଳିକା କହୁଥିବାରୁ ପରିବାରକୁ ସାର୍ଟିଫିକେଟ ଆଣିବା ଲାଗି କୁହାଯାଇଛି। ସେହିଭଳି ଚାଇଲ୍ଡ ଲାଇନ କୋଅର୍ଡିନେଟର ରଞ୍ଜିତା ସାମନ୍ତସିଂହାର କୁହନ୍ତି, ଉଦ୍ଧାର ନାବାଳିକାଙ୍କୁ ଏବେ ଓପନ ସେଲ୍ଟରରେ ରଖାଯାଇଥିବାବେଳେ ଗୁରୁବାର ସିଡବ୍ଲ୍ୟୁସିରେ ହାଜିରା କରାଯିବ। ନୟାଗଡ଼ ଅଞ୍ଚଳର ଜଣେ ଝିଅ ଖୋର୍ଦ୍ଧା ସହରର ଜଣେ ପୁଅଙ୍କ ସହ ଫେସବୁକ ଜରିଆରେ ପରିଚୟ ହୋଇ ପରେ ବିବାହ ପାଇଁ ସ୍ଥିର କରିଥିଲେ। ଯୋଜନା ମୁତାବକ, ବୁଧବାର ଅପରାହ୍ନ ୪ଟାରେ ଲୋକେଶ୍ୱର ମନ୍ଦିରରେ ପୁଅଙ୍କ ସମେତ ତାଙ୍କ ପରିବାର ଲୋକ ଓ ଝିଅ ପହଞ୍ଚତ୍ଥିଲେ। ଅନ୍ୟପଟେ ବୁଧବାର ଝିଅ ସକାଳୁ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। କୌଣସି ସୂତ୍ରରୁ ଭୁବନେଶ୍ୱର ଚାଇଲ୍ଡଲାଇନ ନିକଟରେ ଏହି ବାଲ୍ୟବିବାହ ସମ୍ପର୍କରେ ଖବର ପହଞ୍ଚତ୍ଥିଲା। ସେଠାରୁ ସ୍ଥାନୀୟ ଚାଇଲ୍ଡଲାଇନ ସଦସ୍ୟ ଟାଉନ ପୋଲିସ ସହ ଯୋଗାଯୋଗ କରି ଝିଅ ପରିବାର ଲୋକଙ୍କୁ ଜଣାଇଥିଲେ। ପୋଲିସ ଏବଂ ଚାଇଲ୍ଡ ଲାଇନ ଟିମ୍‌ ମିଳିତ ଭାବେ ମନ୍ଦିରରେ ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri