ବାଲ୍ୟବିବାହ ରୋକିଲା ପୋଲିସ

ଖୋର୍ଦ୍ଧା ଅଫିସ,୨୯। ୧୦: ଖୋର୍ଦ୍ଧା ସହର ଉପକଣ୍ଠ ଲୋକେଶ୍ୱର ମନ୍ଦିରରେ ପୋଲିସ ଏବଂ ଚାଇଲ୍ଡ ଲାଇନ ମିଳିତ ଭାବେ ଏକ ବାଲ୍ୟବିବାହକୁ ବୁଧବାର ବନ୍ଦ କରିଛନ୍ତି। ଉଦ୍ଧାର ନାବାଳିକାଙ୍କ ବୟସ ୧୬ ବର୍ଷ ହେବ ବୋଲି ପରିବାର ଲୋକେ ଦାବି କରିଥିବା ବେଳେ ଝିଅ ନିଜକୁ ସାବାଳିକା କହୁଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପୋଲିସ ଝିଅକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତରିତ କରିଥିବା ବେଳେ ପୁଅ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଟାଉନ ପୋଲିସ ଥାନାରେ ପଚରାଉଚୁରା କରୁଛି। ଏ ନେଇ ଥାନାଧିକାରୀ ଉମାଶଙ୍କର ସିଂ କୁହନ୍ତି, ନାବାଳିକା ନିଜକୁ ସାବାଳିକା କହୁଥିବାରୁ ପରିବାରକୁ ସାର୍ଟିଫିକେଟ ଆଣିବା ଲାଗି କୁହାଯାଇଛି। ସେହିଭଳି ଚାଇଲ୍ଡ ଲାଇନ କୋଅର୍ଡିନେଟର ରଞ୍ଜିତା ସାମନ୍ତସିଂହାର କୁହନ୍ତି, ଉଦ୍ଧାର ନାବାଳିକାଙ୍କୁ ଏବେ ଓପନ ସେଲ୍ଟରରେ ରଖାଯାଇଥିବାବେଳେ ଗୁରୁବାର ସିଡବ୍ଲ୍ୟୁସିରେ ହାଜିରା କରାଯିବ। ନୟାଗଡ଼ ଅଞ୍ଚଳର ଜଣେ ଝିଅ ଖୋର୍ଦ୍ଧା ସହରର ଜଣେ ପୁଅଙ୍କ ସହ ଫେସବୁକ ଜରିଆରେ ପରିଚୟ ହୋଇ ପରେ ବିବାହ ପାଇଁ ସ୍ଥିର କରିଥିଲେ। ଯୋଜନା ମୁତାବକ, ବୁଧବାର ଅପରାହ୍ନ ୪ଟାରେ ଲୋକେଶ୍ୱର ମନ୍ଦିରରେ ପୁଅଙ୍କ ସମେତ ତାଙ୍କ ପରିବାର ଲୋକ ଓ ଝିଅ ପହଞ୍ଚତ୍ଥିଲେ। ଅନ୍ୟପଟେ ବୁଧବାର ଝିଅ ସକାଳୁ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। କୌଣସି ସୂତ୍ରରୁ ଭୁବନେଶ୍ୱର ଚାଇଲ୍ଡଲାଇନ ନିକଟରେ ଏହି ବାଲ୍ୟବିବାହ ସମ୍ପର୍କରେ ଖବର ପହଞ୍ଚତ୍ଥିଲା। ସେଠାରୁ ସ୍ଥାନୀୟ ଚାଇଲ୍ଡଲାଇନ ସଦସ୍ୟ ଟାଉନ ପୋଲିସ ସହ ଯୋଗାଯୋଗ କରି ଝିଅ ପରିବାର ଲୋକଙ୍କୁ ଜଣାଇଥିଲେ। ପୋଲିସ ଏବଂ ଚାଇଲ୍ଡ ଲାଇନ ଟିମ୍‌ ମିଳିତ ଭାବେ ମନ୍ଦିରରେ ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri