ଫାଣ୍ଡି ପରିସର କାର୍ରେ ଥିଲା ମହିଳାଙ୍କ କଙ୍କାଳ
ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। କମିଶନରେଟ ପୋଲିସ ତଦନ୍ତ ମଧ୍ୟ କରିଥିଲା। ହେଲେ ଘଟଣାକୁ ପୂରା ଚପାଇ ଦିଆଯାଇଥିଲା। ଶନିବାର…
କଟକଣାରେ ପାଳନ ହେବ ମହାଶିବରାତ୍ରି
ଖୋର୍ଦ୍ଧା ଅଫିସ,୧୧ା୩:କୋଭିଡ୍ କଟକଣାରେ ପାଳନ ହେବ ଜାଗର ଯାତ୍ରା ତଥା ମହାଶିବରାତ୍ରି। ଏନେଇ ବୁଧବାର ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ ଉପଖଣ୍ଡ ଅଞ୍ଚଳରେ ଥିବା ମନ୍ଦିର କମିଟିକୁ ନୋଟିସ ଜାରି କରିଛନ୍ତି। ଜାଗର ପାଇଁ ଶୈବପୀଠଗୁଡିକରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।…
ହାତୀ ଆକ୍ରମଣରେ ଦମ୍ପତି ଗୁରୁତର
ନିରାକାରପୁର,୧୦।୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁରରେ ବୁଧବାର ହାତୀ ଆକ୍ରମଣରେ ଏକ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଲେଣ୍ଡୋ ପଞ୍ଚାୟତ ଆସେଲୀ ଗ୍ରାମର ବୀର ସାହୁ(୭୦) ଓ ତାଙ୍କ ସ୍ତ୍ରୀ ହୀରା ଦେଇ (୬୫)। ଗୁରୁତର…
ପରଦା କଳାକୁ ପ୍ରୋତ୍ସାହନ ନାହିଁ
ଖୋର୍ଦ୍ଧା ଅଫିସ, ୧୦ା୩: ଏକଦା ପରଦା କଳାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ଗ୍ରାମ। ଏହି ଗ୍ରାମର ଉଦୟନାଥ ସାହୁଙ୍କ ଭଳି ପ୍ରତିଭାବାନ ଶିଳ୍ପୀଙ୍କ ହାତର ଯାଦୁରେ ଚମକୁଥିଲା କଳାକୃତି। ଦେଶ ବିଦେଶରେ…
କୁଆଖାଇ, କୁଶଭଦ୍ରା ଜଳ ସଂରକ୍ଷଣକୁ ଗୁରୁତ୍ୱ
ଖୋର୍ଦ୍ଧା ଅଫିସ,୧୦ା୩: ଖୋର୍ଦ୍ଧା ଜିଲା ପରିଷଦର ୭ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ଥାନୀୟ…
ମିଳୁନି ପାଣି, ଲୋକେ ହନ୍ତସନ୍ତ
ବେଗୁନିଆ,୭ା୩(ଡି.ଏନ୍.ଏ.): ଗତ କିଛିଦିନ ଧରି ପ୍ରଚଣ୍ଡ ତାତି ଯୋଗୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ଗ୍ରାମରେ ନଳକୂପ ଅଚଳ…
ହେଲମେଟ ଚେକିଂ ବେଳେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଯାଁଳା,୬ା୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଯାଁଳା ଫାଣ୍ଡି ଅଧୀନ ତଳକ୍ଷେତା ନିକଟରେ ଶୁକ୍ରବାର ହେଲମେଟ ଚେକିଂ ବେଳେ ଜଣେ ମହିଳାଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନୟାଗଡ଼ ଜିଲା ବଳରାମ ପ୍ରସାଦ ଅଞ୍ଚଳର ଲକ୍ଷ୍ମୀଧର ରାଉତଙ୍କ ସ୍ତ୍ରୀ…
ଅତିଷ୍ଠ କରୁଛି ଜଙ୍ଗଲ ନିଆଁ
ବେଗୁନିଆ,୫।୩(ଡି.ଏନ୍.ଏ.): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାୟ ୩୦୦ ଏକର କାଜୁଜଙ୍ଗଲ ଜଳିଯାଇଥିବା ଜଣାପଡ଼ିଛି।…
ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍ ସମସ୍ୟା
ଖୋର୍ଦ୍ଧା ଅଫିସ,୪।୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ ବସ୍ଷ୍ଟାଣ୍ଡ, ବସ୍ଷ୍ଟାଣ୍ଡଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ, ବାଟମଙ୍ଗଳା ଠାରୁ ଚଣ୍ଡିଚୁଆ ଛକ ଭାୟା ଟିଏଲସି…
ଖୋର୍ଦ୍ଧାରେ ବଢୁଛି ଚୋରା ବନ୍ଧୁକ କାରବାର
ଖୋର୍ଦ୍ଧା ଅଫିସ, ୩ା୩: ଖୋର୍ଦ୍ଧା ସହରରେ ବଢ଼ିଚାଲିଛି ଅପରାଧ। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ, ୮ଗୁଳି, ମାରଣାସ୍ତ୍ର, ଖଣ୍ଡାକାତି, ବୋମା, ବାଇକ, କାର୍ ଜବତ କରିଛି। ଅପରାଧୀମାନେ ଏବେ…
ଜିଲାପାଳଙ୍କ ଅଫିସ୍ ଆଗରେ ଧାନବସ୍ତା ରଖି ଧାରଣା
ଖୋର୍ଦ୍ଧା ଅଫିସ,୩ା୩: ଖୋର୍ଦ୍ଧା ଜିଲାରେ ଚଳିତ ବର୍ଷ ଖରିଫ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ଟୋକନ ପାଇ ସୁଦ୍ଧା ପଞ୍ଜୀକୃତ ଚାଷୀଙ୍କ ଧାନ ମଣ୍ଡିରେ ଉଠୁନି। ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟ ଠାରୁ ଅଧିକ ଧାନ କିଣାଯାଇଥିବା ସରକାର ଡିଣ୍ଡିମ ପିଟୁଥିବା…
ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଖୋର୍ଦ୍ଧା ଅଫିସ,୨।୩ : ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସବୁ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଟାର୍ଗେଟ ନାହିଁ କହି ସମିତି ସମ୍ପାଦକ ଦିନ ଗଡାଇ ଚାଲିଛନ୍ତି। ଟୋକନ ଥାଇ ମଣ୍ଡିରେ ଧାନ ଉଠୁନାହିଁ। ଏଭଳି ପରିସ୍ଥିତିରେ ଚାଷୀଙ୍କ…
Archives


