ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ,୪।୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟାଣ୍ଡଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ, ବାଟମଙ୍ଗଳା ଠାରୁ ଚଣ୍ଡିଚୁଆ ଛକ ଭାୟା ଟିଏଲସି ରୋଡ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡ଼ିିଛି। ବେଆଇନ ପାର୍କିଂ, ସଙ୍କୁଚିତ ରାସ୍ତା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଛି। ପେଟ୍ରୋଲ ପମ୍ପଠାରୁ ମାରୱାଡ ପଟ୍ଟି ରାସ୍ତା ସଙ୍କୁଚିତ ହୋଇପଡ଼ିଛି। ଏହି ରାସ୍ତା ଦେଇ ଖୋର୍ଦ୍ଧା-ନୟାଗଡ ୫୭ ନମ୍ବର ଜାତୀୟ ରାଜପଥ ଯାଇଛି। ତେଣୁ ସବୁ ସମୟରେ ଏହି ରାସ୍ତାରେ ଭିଡ଼ ଜମୁଛି। ବସ୍‌ଗୁଡ଼ିକ ଖୋର୍ଦ୍ଧା କ୍ଲବ, ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଅଟକି ରହୁଛି। ଅନ୍ୟପଟେ ମୁଖ୍ୟ ଡାକଘର ନିକଟ ଗଳି, ଗୁରୁଜଙ୍ଗଠାରୁ କେରଙ୍ଗ, ହଳଦିଆ, ଟାଙ୍ଗିଆପଡା ପ୍ରଭୃତି ଗ୍ରାମକୁ ଯିବା ଲାଗି ଏକ ମାତ୍ର ରାସ୍ତା ରହିଛି। ଫଳରେ ଏହି ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଭିଡ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆସିଲେ ଫସିରହିବାକୁ ବାଧ୍ୟ ହେଉଛି। ଗୁରୁଜଙ୍ଗ ଗ୍ରାମର ୪ଟି ୱାର୍ଡରେ ପ୍ରାୟ ୧୫ହଜାର ଲୋକ ରହୁଛନ୍ତି। ଏକମାତ୍ର ରାସ୍ତାରେ ସେମାନଙ୍କୁ ଖୋର୍ଦ୍ଧା ଆସିବାକୁ ପଡ଼େ। ଏହି ରାସ୍ତାରେ ଗାଡ଼ିମୋଟର ଜାମ୍‌ ହୋଇଗଲେ ଘଣ୍ଟା ଘଣ୍ଟା ଧରି ଅଟକିବାକୁ ପଡୁଛି। ମାରୱାଡି ପଟ୍ଟି, ଟ୍ରାଫିକ ଛକ- ପୁରୁଣା ମେଡିକାଲ ରୋଡକୁ ଶତାଧିକ ଉଠାଦୋକାନ ଘେରି ରହିଛି। ଉଠାଦୋକାନ ହଟାଇବା ଲାଗି ବାରମ୍ବାର ଦାବି ସତ୍ତ୍ୱେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।
ଟ୍ରାଫିକ ଛକରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଉଠାଦୋକାନ ଓ ବେଆଇନ ପାର୍କିଂ ହିଁ ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ। ୨୨ ୱାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପରିଷଦରେ ଜନସଂଖ୍ୟା ୪୬ହଜାରରୁ ଊର୍ଦ୍ଧ୍ୱ ଟପିଲାଣି। ଦିନକୁ ଦିନ ସହରର ଜନସଂଖ୍ୟା ବଢ଼ିବା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ମାତ୍ର ୬ଜଣ ଟ୍ରାଫିକ କନଷ୍ଟେବଳ, ୧୧ ଜଣ ହୋମଗାର୍ଡଙ୍କ ଭରସାରେ ଟ୍ରାଫିକ ନିୟନ୍ତ୍ରଣ ହେଉଛି। ଟ୍ରାଫିକ ଛକ ଓ ନୂଆ ବସଷ୍ଟାଣ୍ଡରେ ଟ୍ରାଫିକ ପୋଷ୍ଟ ନାହିଁ। ଟ୍ରାଫିକ ପୋଲିସ ଖରା, ବର୍ଷା ସହି ଡ୍ୟୁଟି କରୁଛନ୍ତି। ପୁରୁଣା ଟ୍ରାଫିକ ପୋଷ୍ଟ ଭାଙ୍ଗିଗଲାଣି। ଦୀପ ତଳ ଅନ୍ଧାର ଭଳି ପ୍ରଶାସନିକ ଅବହେଳା ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ସେହିପରି ୧୬ ନମ୍ବର ଜାତୀୟ ରାଜପଥରୁ ବରୁଣେଇ ପୀଠକୁ ସଂଯୋଗ କରୁଥିବା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏ ନେଇ ଏସ୍‌ପି ରାଜ କିଶୋର ଦୋରା କହିଛନ୍ତି, ଖୋର୍ଦ୍ଧା ସହରର ଟ୍ରାଫିକ ସମସ୍ୟା ସୁଧାରିବା ଲାଗି ଗୁୁରୁତ୍ୱ ଦିଆଯାଉଛି। ସହରର ଆଉ ୬ଟି ସ୍ଥାନରେ ଟ୍ରାଫିକ ପୋଷ୍ଟ ନିର୍ମାଣର ଯୋଜନା ରହିଛି। ସହରରେ ଟ୍ରାଫିକ ସମସ୍ୟା ଦୂର ଲାଗି ଜିଲା ପ୍ରଶାସନ ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’।…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?