ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ,୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟାଣ୍ଡଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ, ବାଟମଙ୍ଗଳା ଠାରୁ ଚଣ୍ଡିଚୁଆ ଛକ ଭାୟା ଟିଏଲସି ରୋଡ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡ଼ିିଛି। ବେଆଇନ ପାର୍କିଂ, ସଙ୍କୁଚିତ ରାସ୍ତା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଛି। ପେଟ୍ରୋଲ ପମ୍ପଠାରୁ ମାରୱାଡ ପଟ୍ଟି ରାସ୍ତା ସଙ୍କୁଚିତ ହୋଇପଡ଼ିଛି। ଏହି ରାସ୍ତା ଦେଇ ଖୋର୍ଦ୍ଧା-ନୟାଗଡ ୫୭ ନମ୍ବର ଜାତୀୟ ରାଜପଥ ଯାଇଛି। ତେଣୁ ସବୁ ସମୟରେ ଏହି ରାସ୍ତାରେ ଭିଡ଼ ଜମୁଛି। ବସ୍‌ଗୁଡ଼ିକ ଖୋର୍ଦ୍ଧା କ୍ଲବ, ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଅଟକି ରହୁଛି। ଅନ୍ୟପଟେ ମୁଖ୍ୟ ଡାକଘର ନିକଟ ଗଳି, ଗୁରୁଜଙ୍ଗଠାରୁ କେରଙ୍ଗ, ହଳଦିଆ, ଟାଙ୍ଗିଆପଡା ପ୍ରଭୃତି ଗ୍ରାମକୁ ଯିବା ଲାଗି ଏକ ମାତ୍ର ରାସ୍ତା ରହିଛି। ଫଳରେ ଏହି ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଭିଡ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆସିଲେ ଫସିରହିବାକୁ ବାଧ୍ୟ ହେଉଛି। ଗୁରୁଜଙ୍ଗ ଗ୍ରାମର ୪ଟି ୱାର୍ଡରେ ପ୍ରାୟ ୧୫ହଜାର ଲୋକ ରହୁଛନ୍ତି। ଏକମାତ୍ର ରାସ୍ତାରେ ସେମାନଙ୍କୁ ଖୋର୍ଦ୍ଧା ଆସିବାକୁ ପଡ଼େ। ଏହି ରାସ୍ତାରେ ଗାଡ଼ିମୋଟର ଜାମ୍‌ ହୋଇଗଲେ ଘଣ୍ଟା ଘଣ୍ଟା ଧରି ଅଟକିବାକୁ ପଡୁଛି। ମାରୱାଡି ପଟ୍ଟି, ଟ୍ରାଫିକ ଛକ- ପୁରୁଣା ମେଡିକାଲ ରୋଡକୁ ଶତାଧିକ ଉଠାଦୋକାନ ଘେରି ରହିଛି। ଉଠାଦୋକାନ ହଟାଇବା ଲାଗି ବାରମ୍ବାର ଦାବି ସତ୍ତ୍ୱେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।
ଟ୍ରାଫିକ ଛକରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଉଠାଦୋକାନ ଓ ବେଆଇନ ପାର୍କିଂ ହିଁ ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ। ୨୨ ୱାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପରିଷଦରେ ଜନସଂଖ୍ୟା ୪୬ହଜାରରୁ ଊର୍ଦ୍ଧ୍ୱ ଟପିଲାଣି। ଦିନକୁ ଦିନ ସହରର ଜନସଂଖ୍ୟା ବଢ଼ିବା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ମାତ୍ର ୬ଜଣ ଟ୍ରାଫିକ କନଷ୍ଟେବଳ, ୧୧ ଜଣ ହୋମଗାର୍ଡଙ୍କ ଭରସାରେ ଟ୍ରାଫିକ ନିୟନ୍ତ୍ରଣ ହେଉଛି। ଟ୍ରାଫିକ ଛକ ଓ ନୂଆ ବସଷ୍ଟାଣ୍ଡରେ ଟ୍ରାଫିକ ପୋଷ୍ଟ ନାହିଁ। ଟ୍ରାଫିକ ପୋଲିସ ଖରା, ବର୍ଷା ସହି ଡ୍ୟୁଟି କରୁଛନ୍ତି। ପୁରୁଣା ଟ୍ରାଫିକ ପୋଷ୍ଟ ଭାଙ୍ଗିଗଲାଣି। ଦୀପ ତଳ ଅନ୍ଧାର ଭଳି ପ୍ରଶାସନିକ ଅବହେଳା ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ସେହିପରି ୧୬ ନମ୍ବର ଜାତୀୟ ରାଜପଥରୁ ବରୁଣେଇ ପୀଠକୁ ସଂଯୋଗ କରୁଥିବା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏ ନେଇ ଏସ୍‌ପି ରାଜ କିଶୋର ଦୋରା କହିଛନ୍ତି, ଖୋର୍ଦ୍ଧା ସହରର ଟ୍ରାଫିକ ସମସ୍ୟା ସୁଧାରିବା ଲାଗି ଗୁୁରୁତ୍ୱ ଦିଆଯାଉଛି। ସହରର ଆଉ ୬ଟି ସ୍ଥାନରେ ଟ୍ରାଫିକ ପୋଷ୍ଟ ନିର୍ମାଣର ଯୋଜନା ରହିଛି। ସହରରେ ଟ୍ରାଫିକ ସମସ୍ୟା ଦୂର ଲାଗି ଜିଲା ପ୍ରଶାସନ ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri