ଅତିଷ୍ଠ କରୁଛି ଜଙ୍ଗଲ ନିଆଁ

ବେଗୁନିଆ,୫।୩(ଡି.ଏନ୍‌.ଏ.): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାୟ ୩୦୦ ଏକର କାଜୁଜଙ୍ଗଲ ଜଳିଯାଇଥିବା ଜଣାପଡ଼ିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ପରିବେଶ ପ୍ରଦୂଷଣରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡୁଛନ୍ତି।
ପ୍ରକାଶ ଯେ, ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା କେତେକ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିବା ଏବେ ଦୈନିକ ଘଟଣା ହୋଇଛି। ଗତ ଏକ ମାସ ମଧ୍ୟରେ ଡିଙ୍ଗର, ପଙ୍ଗାରସିଂହ, ଚିରାମାରୁ, ଭୂଇଁପୁର, ରାଧାକାନ୍ତପୁର, ହଜ୍‌, ଡାଳତୋଳା, ସିକୋ, ଗୋଡ଼ା ଆଦି ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏଥିରେ ସର୍ବାଧିକ କାଜୁଜଙ୍ଗଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ବନ ବିଭାଗ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଶାଳ, ପିଆଶାଳ, କରଞ୍ଜ, ଶାଗୁଆନ ଗଛ ଆଦି ପୋଡ଼ିଯାଇଛି। ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ ପାଇଁ ମଧ୍ୟ କଷ୍ଟକର ହୋଇପଡୁଛି। ସଚେତନତା ଅଭାବରୁ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଦୁର୍ବୃତ୍ତମାନେ ଜଙ୍ଗଲରୁ ପଶୁ, ପକ୍ଷୀ ଶିକାର ସହ ଗଛ ପୋଡ଼ି ଅଙ୍ଗାର ଅମଳ କରି ଚଢ଼ାଦରରେ ବିକ୍ରିି କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପରିବେଶବିତ୍‌ ରାଜକିଶୋର ପାଣିଗ୍ରାହୀ କହିଛନ୍ତି, ଗ୍ରୀଷ୍ମଋତୁରେ ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଯୋଗୁ ବହୁ କ୍ଷତି ହେଉଛି। ଅନ୍ୟପକ୍ଷେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସଚେତନ କରାଯାଉ ନାହିଁ। ଅର୍ଗାନାଇଜେଶନ ଫର ଲାଇଫ୍‌ ଆଣ୍ଡ ନେଚର ପକ୍ଷରୁ ମଧ୍ୟ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହିଁ। ସେହିପରି ପ୍ରକୃତିବନ୍ଧୁ ବିଶ୍ୱନାଥ ମାର୍ଥା କହିଛନ୍ତି, ଜଙ୍ଗଲଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଆବଶ୍ୟକ। ପ୍ରତିବର୍ଷ ଜଙ୍ଗଲରୁ ଘାସ ସଫେଇ କରାଯିବା ସହ ଗଛଲତାର ଯତ୍ନ ନିଆଯିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri