ଜିଲାପାଳଙ୍କ ଅଫିସ୍‌ ଆଗରେ ଧାନବସ୍ତା ରଖି ଧାରଣା

ଖୋର୍ଦ୍ଧା ଅଫିସ,୩ା୩:  ଖୋର୍ଦ୍ଧା ଜିଲାରେ ଚଳିତ ବର୍ଷ ଖରିଫ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ଟୋକନ ପାଇ ସୁଦ୍ଧା ପଞ୍ଜୀକୃତ ଚାଷୀଙ୍କ ଧାନ ମଣ୍ଡିରେ ଉଠୁନି। ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟ ଠାରୁ ଅଧିକ ଧାନ କିଣାଯାଇଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲାରେ ଚାଷୀ ଟନ୍‌ ଟନ୍‌ ଧାନ ଧରି ବସିଛନ୍ତି। ଏହା ପ୍ରତିବାଦରେ ମଙ୍ଗଳବାର ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଖୋର୍ଦ୍ଧା ଜିଲାର ଶତାଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନବସ୍ତା ରଖି ଅଢେଇ ଘଣ୍ଟା ଧରି ଧାରଣା ଦେଇଥିଲେ। ମଣ୍ଡିରେ ଧାନ କିଣା ନ ହେଲେ ବିଷପିଇ ଆତ୍ମାହୂତି ଦେବୁ ବୋଲି ସେମାନେ ଚେତାବନୀ ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅତିରିକ୍ତ ଏସ୍‌ପି ମାୟାଧର ସେଠୀ, ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପହଞ୍ଚି ବୁଝାଶୁଝା କରିବା ସତ୍ତ୍ୱେ ଚାଷୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। କେତେଜଣ ଚାଷୀ ଧାନବସ୍ତା ଧରି ଜିଳାପାଳଙ୍କ କାର୍ଯ୍ୟାଳୟ ଫାଟକ ଆଗରେ ରଖି ଧାରଣା ଦେଇଥିଲେ। ପୋଲିସ ଓ ଚାଷୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପରେ ଜିଲାପାଳ ସନତ ମହାନ୍ତି ଧାରଣାସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଚାଷୀଙ୍କ ଧାନକିଣା ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ନବନିର୍ମାଣ କୃଷକ ସଙ୍ଗଠନ ଗତ ୨୩ ତାରିଖରେ ଜିଲାପାଳଙ୍କୁ ଏକ ପତ୍ର ଦେଇଥିଲା। ଜିଲାର ସମସ୍ତ ଚାଷୀଙ୍କ ଧାନ କିଣା ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲା। ତେବେ ଜିଲା ପ୍ରଶାସନ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରିଥିଲା। ଫଳରେ ମଙ୍ଗଳବାର ପୂର୍ବାହ୍ନରେ ଶତାଧିକ ଚାଷୀ ଏକ ଗାଡ଼ିରେ ଶହେରୁ ଊର୍ଦ୍ଧ୍ୱ ଧାନବସ୍ତା ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେଠାରେ ଧାନବସ୍ତା ଗଦା କରିଥିଲେ। ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି କରିଥିଲେ। କୃଷକ ସଙ୍ଗଠନର ଜିଲା ସଭାପତି ସୁରେଶ ମାନସିଂ କହିଛନ୍ତି, ଧାନକିଣାରେ ବ୍ୟାପକ ଅନିୟମିତତା ନେଇ ଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ ଜଣାଇ ନିରାଶ ହେବାରୁ ଶେଷରେ ଏଭଳି ଆନ୍ଦୋଳନକୁ ଓହ୍ଲାଇଲୁ। ତୁରନ୍ତ ଚାଷୀଙ୍କ ଧାନ ନ ଉଠିଲେ, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ। ସେହିପରି ମହିଳା ମୋର୍ଚ୍ଚା ଆବାହିକା ମଧୁସ୍ମିତା ସାମଲ କହିଛନ୍ତି, ଚାଷୀ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଧାନ ଅମଳ କରୁଛି। ମାତ୍ର ଧାନ ବିକ୍ରି ବେଳେ ନାନା ସମସ୍ୟା ଭୋଗୁଛି। ଟୋକନର ଅବଧି ଏକମାସ ପର୍ଯ୍ୟନ୍ତ ରହିବ ବୋଲି ଯୋଗାଣ ମନ୍ତ୍ରୀ ବିଧାନସଭାରେ ବିବୃତି ଦେଇଥିବା ବେଳେ ସମିତି ସମ୍ପାଦକମାନେ ଜାଣିଶୁଣି ଚାଷୀଙ୍କ ଧାନ କିଣୁନାହାନ୍ତି। ମଣ୍ଡିରେ ଦଲାଲଙ୍କ ରାଜୁତି ସତ୍ତ୍ୱେ ପ୍ରଶାସନ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଜିଲାପାଳ ମହାନ୍ତି କହିଛନ୍ତି, ଚାଷୀଙ୍କ ସହ ଆଲୋଚନା ହୋଇଛି। ସମସ୍ତ ଚାଷୀଙ୍କ ଧାନ କିଣାଯିବା ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri