ଜିଲାପାଳଙ୍କ ଅଫିସ୍‌ ଆଗରେ ଧାନବସ୍ତା ରଖି ଧାରଣା

ଖୋର୍ଦ୍ଧା ଅଫିସ,୩ା୩:  ଖୋର୍ଦ୍ଧା ଜିଲାରେ ଚଳିତ ବର୍ଷ ଖରିଫ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ଟୋକନ ପାଇ ସୁଦ୍ଧା ପଞ୍ଜୀକୃତ ଚାଷୀଙ୍କ ଧାନ ମଣ୍ଡିରେ ଉଠୁନି। ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟ ଠାରୁ ଅଧିକ ଧାନ କିଣାଯାଇଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲାରେ ଚାଷୀ ଟନ୍‌ ଟନ୍‌ ଧାନ ଧରି ବସିଛନ୍ତି। ଏହା ପ୍ରତିବାଦରେ ମଙ୍ଗଳବାର ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଖୋର୍ଦ୍ଧା ଜିଲାର ଶତାଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନବସ୍ତା ରଖି ଅଢେଇ ଘଣ୍ଟା ଧରି ଧାରଣା ଦେଇଥିଲେ। ମଣ୍ଡିରେ ଧାନ କିଣା ନ ହେଲେ ବିଷପିଇ ଆତ୍ମାହୂତି ଦେବୁ ବୋଲି ସେମାନେ ଚେତାବନୀ ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅତିରିକ୍ତ ଏସ୍‌ପି ମାୟାଧର ସେଠୀ, ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପହଞ୍ଚି ବୁଝାଶୁଝା କରିବା ସତ୍ତ୍ୱେ ଚାଷୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। କେତେଜଣ ଚାଷୀ ଧାନବସ୍ତା ଧରି ଜିଳାପାଳଙ୍କ କାର୍ଯ୍ୟାଳୟ ଫାଟକ ଆଗରେ ରଖି ଧାରଣା ଦେଇଥିଲେ। ପୋଲିସ ଓ ଚାଷୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପରେ ଜିଲାପାଳ ସନତ ମହାନ୍ତି ଧାରଣାସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଚାଷୀଙ୍କ ଧାନକିଣା ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ନବନିର୍ମାଣ କୃଷକ ସଙ୍ଗଠନ ଗତ ୨୩ ତାରିଖରେ ଜିଲାପାଳଙ୍କୁ ଏକ ପତ୍ର ଦେଇଥିଲା। ଜିଲାର ସମସ୍ତ ଚାଷୀଙ୍କ ଧାନ କିଣା ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲା। ତେବେ ଜିଲା ପ୍ରଶାସନ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରିଥିଲା। ଫଳରେ ମଙ୍ଗଳବାର ପୂର୍ବାହ୍ନରେ ଶତାଧିକ ଚାଷୀ ଏକ ଗାଡ଼ିରେ ଶହେରୁ ଊର୍ଦ୍ଧ୍ୱ ଧାନବସ୍ତା ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେଠାରେ ଧାନବସ୍ତା ଗଦା କରିଥିଲେ। ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି କରିଥିଲେ। କୃଷକ ସଙ୍ଗଠନର ଜିଲା ସଭାପତି ସୁରେଶ ମାନସିଂ କହିଛନ୍ତି, ଧାନକିଣାରେ ବ୍ୟାପକ ଅନିୟମିତତା ନେଇ ଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ ଜଣାଇ ନିରାଶ ହେବାରୁ ଶେଷରେ ଏଭଳି ଆନ୍ଦୋଳନକୁ ଓହ୍ଲାଇଲୁ। ତୁରନ୍ତ ଚାଷୀଙ୍କ ଧାନ ନ ଉଠିଲେ, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ। ସେହିପରି ମହିଳା ମୋର୍ଚ୍ଚା ଆବାହିକା ମଧୁସ୍ମିତା ସାମଲ କହିଛନ୍ତି, ଚାଷୀ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଧାନ ଅମଳ କରୁଛି। ମାତ୍ର ଧାନ ବିକ୍ରି ବେଳେ ନାନା ସମସ୍ୟା ଭୋଗୁଛି। ଟୋକନର ଅବଧି ଏକମାସ ପର୍ଯ୍ୟନ୍ତ ରହିବ ବୋଲି ଯୋଗାଣ ମନ୍ତ୍ରୀ ବିଧାନସଭାରେ ବିବୃତି ଦେଇଥିବା ବେଳେ ସମିତି ସମ୍ପାଦକମାନେ ଜାଣିଶୁଣି ଚାଷୀଙ୍କ ଧାନ କିଣୁନାହାନ୍ତି। ମଣ୍ଡିରେ ଦଲାଲଙ୍କ ରାଜୁତି ସତ୍ତ୍ୱେ ପ୍ରଶାସନ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଜିଲାପାଳ ମହାନ୍ତି କହିଛନ୍ତି, ଚାଷୀଙ୍କ ସହ ଆଲୋଚନା ହୋଇଛି। ସମସ୍ତ ଚାଷୀଙ୍କ ଧାନ କିଣାଯିବା ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?