ଫାଣ୍ଡି ପରିସର କାର୍‌ରେ ଥିଲା ମହିଳାଙ୍କ କଙ୍କାଳ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। କମିଶନରେଟ ପୋଲିସ ତଦନ୍ତ ମଧ୍ୟ କରିଥିଲା। ହେଲେ ଘଟଣାକୁ ପୂରା ଚପାଇ ଦିଆଯାଇଥିଲା। ଶନିବାର କମିଶନରେଟ ପୋଲିସ ପଦକ୍ଷେପ ଗ୍ରହଣ କରିବା ପରେ ଘଟଣା ପଦାକୁ ଆସିଛି। କାର୍ଯ୍ୟରେ ଅବହେଳା କରିଥିବା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଡିସିପି ଉମାଶଙ୍କର ଦାଶ ନିଲମ୍ବିତ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏ ଉକ୍ତ ମହିଳାଙ୍କର ପରିଚୟ ମିଳିପାରିନି। ତେବେ ମହିଳା ଜଣକ କାର୍‌ ଭିତରକୁ କେମିତି ଆସିଲେ, ପୋଲିସ କିପରି ଜାଣିପାରିଲା ନାହିଁ, ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା ତାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଘଟଣାଟି ପୂରା ରହସ୍ୟଜନକ ହୋଇଯାଇଛି। ଏପରିକି ପୋଲିସର ତଦନ୍ତ ଓ କାର୍ଯ୍ୟଧାରାକୁ ନେଇ ମଧ୍ୟ ନାନା ସନ୍ଦେହ ସୃଷ୍ଟି ହୋଇଛି।

ପୋଲିସର ସୂଚନା ଅନୁଯାୟୀ, ମହିଳାଙ୍କ କଙ୍କାଳ ମିଳିଥିବା କାର୍‌ଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ୨୦୧୯ରେ କୋରାପୁଟ ପୋଲିସ ଯାଁଳା ଅଞ୍ଚଳରେ ଚଢ଼ାଉ କରି ଉକ୍ତ କାର୍‌ ଓ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବା ସହ ଚାଲାଣକାରୀଙ୍କୁ ଗିରଫ କରିଥିଲା। ପରେ ଉକ୍ତ କାର୍‌କୁ ଯାଁଳା ଫାଣ୍ଡି ଜିମା ଦେଇଥିଲା କୋରାପୁଟ ପୋଲିସ। ଫାଣ୍ଡି ପରିସରରେ ଦୀର୍ଘ ୨ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା କାର୍‌ଟିକୁ ନେବାକୁ ଗତ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଗାଡ଼ି ମାଲିକ କୋର୍ଟରୁ ଅର୍ଡର ଧରି ପହଞ୍ଚତ୍ଥିଲେ। ଏହାପରେ ଫାଣ୍ଡି ପୋଲିସ ଗାଡ଼ିଟିକୁ ମାଲିକ ଜିମା ଦେବା ପୂର୍ବରୁ ଯାଞ୍ଚ କରିବାବେଳେ ସେଥିରୁ ଏକ ମୃତଦେହ ମିଳିଥିଲା। ତାହା ପଚି ଶଢ଼ିଯାଇ ପୋକ ସାଲୁବାଲୁ ହେଉଥିବାବେଳେ କେବଳ କଙ୍କାଳ ପଡ଼ି ରହିଥିଲା। ଏହାପରେ ପୋଲିସ ତାହାକୁ ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ କଙ୍କାଳଟି ଜଣେ ମହିଳାଙ୍କର ଓ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଜଣାପଡିଥିଲା। ଏସବୁ ତଥ୍ୟକୁ ଧରି ପୋଲିସ ଚୁପ୍‌ଚାପ୍‌ ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ସହ ଥାନାରେ ମିସିଂ ରିପୋର୍ଟ ମଧ୍ୟ ଯାଞ୍ଚ କରିଥିଲା। ଏଥିସହିତ ସହରରେ ଥିବା ବିଭିନ୍ନ ଅନାଥ ଆଶ୍ରମରେ ରହୁଥିବା ମହିଳାଙ୍କ ସମ୍ବନ୍ଧରେ ସୂଚନା ସଂଗ୍ରହ କରିଥିଲା। ଏହା ସତ୍ତ୍ୱେ ମହିଳାଙ୍କର ପରିଚୟ ପାଇପାରିନି କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?