ଫାଣ୍ଡି ପରିସର କାର୍‌ରେ ଥିଲା ମହିଳାଙ୍କ କଙ୍କାଳ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। କମିଶନରେଟ ପୋଲିସ ତଦନ୍ତ ମଧ୍ୟ କରିଥିଲା। ହେଲେ ଘଟଣାକୁ ପୂରା ଚପାଇ ଦିଆଯାଇଥିଲା। ଶନିବାର କମିଶନରେଟ ପୋଲିସ ପଦକ୍ଷେପ ଗ୍ରହଣ କରିବା ପରେ ଘଟଣା ପଦାକୁ ଆସିଛି। କାର୍ଯ୍ୟରେ ଅବହେଳା କରିଥିବା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଡିସିପି ଉମାଶଙ୍କର ଦାଶ ନିଲମ୍ବିତ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏ ଉକ୍ତ ମହିଳାଙ୍କର ପରିଚୟ ମିଳିପାରିନି। ତେବେ ମହିଳା ଜଣକ କାର୍‌ ଭିତରକୁ କେମିତି ଆସିଲେ, ପୋଲିସ କିପରି ଜାଣିପାରିଲା ନାହିଁ, ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା ତାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଘଟଣାଟି ପୂରା ରହସ୍ୟଜନକ ହୋଇଯାଇଛି। ଏପରିକି ପୋଲିସର ତଦନ୍ତ ଓ କାର୍ଯ୍ୟଧାରାକୁ ନେଇ ମଧ୍ୟ ନାନା ସନ୍ଦେହ ସୃଷ୍ଟି ହୋଇଛି।

ପୋଲିସର ସୂଚନା ଅନୁଯାୟୀ, ମହିଳାଙ୍କ କଙ୍କାଳ ମିଳିଥିବା କାର୍‌ଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ୨୦୧୯ରେ କୋରାପୁଟ ପୋଲିସ ଯାଁଳା ଅଞ୍ଚଳରେ ଚଢ଼ାଉ କରି ଉକ୍ତ କାର୍‌ ଓ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବା ସହ ଚାଲାଣକାରୀଙ୍କୁ ଗିରଫ କରିଥିଲା। ପରେ ଉକ୍ତ କାର୍‌କୁ ଯାଁଳା ଫାଣ୍ଡି ଜିମା ଦେଇଥିଲା କୋରାପୁଟ ପୋଲିସ। ଫାଣ୍ଡି ପରିସରରେ ଦୀର୍ଘ ୨ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା କାର୍‌ଟିକୁ ନେବାକୁ ଗତ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଗାଡ଼ି ମାଲିକ କୋର୍ଟରୁ ଅର୍ଡର ଧରି ପହଞ୍ଚତ୍ଥିଲେ। ଏହାପରେ ଫାଣ୍ଡି ପୋଲିସ ଗାଡ଼ିଟିକୁ ମାଲିକ ଜିମା ଦେବା ପୂର୍ବରୁ ଯାଞ୍ଚ କରିବାବେଳେ ସେଥିରୁ ଏକ ମୃତଦେହ ମିଳିଥିଲା। ତାହା ପଚି ଶଢ଼ିଯାଇ ପୋକ ସାଲୁବାଲୁ ହେଉଥିବାବେଳେ କେବଳ କଙ୍କାଳ ପଡ଼ି ରହିଥିଲା। ଏହାପରେ ପୋଲିସ ତାହାକୁ ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ କଙ୍କାଳଟି ଜଣେ ମହିଳାଙ୍କର ଓ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଜଣାପଡିଥିଲା। ଏସବୁ ତଥ୍ୟକୁ ଧରି ପୋଲିସ ଚୁପ୍‌ଚାପ୍‌ ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ସହ ଥାନାରେ ମିସିଂ ରିପୋର୍ଟ ମଧ୍ୟ ଯାଞ୍ଚ କରିଥିଲା। ଏଥିସହିତ ସହରରେ ଥିବା ବିଭିନ୍ନ ଅନାଥ ଆଶ୍ରମରେ ରହୁଥିବା ମହିଳାଙ୍କ ସମ୍ବନ୍ଧରେ ସୂଚନା ସଂଗ୍ରହ କରିଥିଲା। ଏହା ସତ୍ତ୍ୱେ ମହିଳାଙ୍କର ପରିଚୟ ପାଇପାରିନି କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବେ ଡିଆଇଜି

ଅନୁଗୋଳ ଅଫିସ, ୩।୭ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ.ସାର୍ଥକ ଷଡ଼ଙ୍ଗୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିଛନ୍ତି। ସେ ନ୍ୟୁୟର୍କସ୍ଥିତ...

୩ ଦିନ ପରେ ବି ପୂର୍ବତନ ବିଧାୟକଙ୍କ ମିଳୁନି ପତ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଗଞ୍ଜାମ ଜିଲା ଆସିକାର ପୂର୍ବତନ କଂଗ୍ରେସ ବିଧାୟକ ସରୋଜ ପାଢ଼ି ନିଖୋଜ ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।...

ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ, ଚିକିତ୍ସା ଯୋଗାଇଦିଅ

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୦।୫: କଟକ ନୂଆପଡା ବାଲିସାହିଠାରେ ଥିବା ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କଟକ ଜିଲାପାଳ...

ଅଧାରୁ ପାଠ ଛାଡୁଛନ୍ତି ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ,୮ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ନାହିଁ। ବଣ ପାହାଡ଼ ଘେରା ଏହି ପଞ୍ଚାୟତରେ ଉଚ୍ଚ...

ଆଜି ୨୨ ଜୀବନ ନେଲା କରୋନା

ଭୁବନେଶ୍ବର,୧୫।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୨୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକ ଅଫିସ, ୧୯।୫-ଭଦ୍ରକରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ହାତରେ ମେହେନ୍ଦୀ, ଚୁଡ଼ି ସହ ପାଦରେ ଅଳତା ଓ ମଥାରେ ସିନ୍ଦୂର ଲଗାଇ ନୂଆ...

ରାସ୍ତା କର୍ଦ୍ଦମାକ୍ତ, ଯାତାୟାତରେ ସମସ୍ୟା

ଦାରିଙ୍ଗବାଡ଼ି,୧୦ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ...

ରାଜ୍ୟରୁ ୫୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୨,୪୪୯ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଗୁରୁବାର...

Advertisement
Archives

Model This Week