କଟକଣାରେ ପାଳନ ହେବ ମହାଶିବରାତ୍ରି

ଖୋର୍ଦ୍ଧା ଅଫିସ,୧୧ା୩:କୋଭିଡ୍‌ କଟକଣାରେ ପାଳନ ହେବ ଜାଗର ଯାତ୍ରା ତଥା ମହାଶିବରାତ୍ରି। ଏନେଇ ବୁଧବାର ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ ଉପଖଣ୍ଡ ଅଞ୍ଚଳରେ ଥିବା ମନ୍ଦିର କମିଟିକୁ ନୋଟିସ ଜାରି କରିଛନ୍ତି। ଜାଗର ପାଇଁ ଶୈବପୀଠଗୁଡିକରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଭକ୍ତଙ୍କ ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରିବାକୁ ଉପଜିଲାପାଳ ବେହୁରିଆ ନିର୍ଦ୍ଦେଶ ଦେଇଛନ୍ତି।
ଏଥିରେ ଦର୍ଶାଯାଇଛି ଯେ, ଭକ୍ତମାନେ ମନ୍ଦିର ପ୍ରବେଶ ସମୟରେ ମାସ୍କ ପରିଧାନ, ସାନିଟାଇଜ୍‌ ଏବଂ ପରସ୍ପରଠାରୁ ସାମାଜିକ ଦୂରତା ରକ୍ଷା କରିବେ। ଏଥିଲାଗି ମନ୍ଦିର ପରିଚାଳନା କମିଟି ସ୍ବତନ୍ତ୍ର ଦୃଷ୍ଟି ଦେବେ। ଭକ୍ତଙ୍କ ଦୃଷ୍ଟିଗୋଚର ହେଲା ଭଳି କୋଭିଡ ସଚେତନତା ପୋଷ୍ଟର ମନ୍ଦିର ପ୍ରବେଶ ପଥରେ ଲାଗିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାରିକେଡ ବ୍ୟବସ୍ଥା କରିବେ। ଭକ୍ତମାନେ ବ୍ୟାରିକେଡ ଦେଇ ମନ୍ଦିରକୁ ପ୍ରବେଶ କରିବେ। ମନ୍ଦିର ଭିତର ଏବଂ ବାହାର ବେଢ଼ାରେ ଏକାଠି ହେବେ ନାହିଁ। ୬୦ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୨ବର୍ଷରୁ କମ୍‌ ଶିଶୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। ଭକ୍ତମାନେ ଦୀପ ନେଇ ମନ୍ଦିରକୁ ଯିବେ ନାହିଁ। ମନ୍ଦିର ନିକଟରେ କୌଣସି ଦୋକାନ,ବଜାର ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ସର୍ବାଧିକ ୫୦୦ ଭକ୍ତ ମନ୍ଦିର ବାହାର ବେଢ଼ା ପରସ୍ପର ଠାରୁ ୬ମିଟର ଦୂରତା ରଖି ଜାଗର ଦୀପ ଜାଳିବାକୁ ଅନୁମତି ଦିଆଯାଇଛି। ମହାଦୀପ ଉଠିବା ସମୟରେ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ। ମନ୍ଦିର ପରିସର ଏବଂ ବାହାରେ ପାନଛେପ, ଗୁଟ୍‌ଖା ବାରଣ କରାଯାଇଛି। ବିଡିଓ, ତହସିଲଦାର, ପୌର ଓ ଏନ୍‌ଏସି ନିର୍ବାହୀ ଅଧିକାରୀ, ସ୍ଥାନୀୟ ପୋଲିସ ପ୍ରଶାସନ କୋଭିଡ କଟକଣା ଯାଞ୍ଚ କରିବେ। କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ବେହୁରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri