ଖୋର୍ଦ୍ଧାରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ, ୩ା୩: ଖୋର୍ଦ୍ଧା ସହରରେ ବଢ଼ିଚାଲିଛି ଅପରାଧ। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ, ୮ଗୁଳି, ମାରଣାସ୍ତ୍ର, ଖଣ୍ଡାକାତି, ବୋମା, ବାଇକ, କାର୍‌ ଜବତ କରିଛି। ଅପରାଧୀମାନେ ଏବେ ବନ୍ଧୁକ ଓ ପିସ୍ତଲ ଅଧିକ ବ୍ୟବହାର କରୁଥିବା କେତୋଟି ଅପରାଧ ଘଟଣାରୁ ଜଣାପଡ଼ିଛି। ବିହାର, ଝାଡଖଣ୍ଡ ପ୍ରଭୃତି ରାଜ୍ୟରୁ ୧୦ରୁ ୧୫ହଜାର ଟଙ୍କାରେ ଚୋରା ବନ୍ଧୁକ କିଣି ସେମାନେ ଅପରାଧ ଘଟାଉଛନ୍ତି। ଚୋରା ବନ୍ଧୁକ କାରବାର ପଛରେ ଏକ ର଼୍ୟାକେଟ କାମ କରୁଛି। ବିଭିନ୍ନ ଗଳାବାଟ ଦେଇ ଚୋରା ବନ୍ଧୁକ ଖୋର୍ଦ୍ଧାରେ ପହଞ୍ଚୁଥିବା ପୋଲିସ ଜାଣିବାକୁ ପାଇଛି। ଏହାକୁ ରୋକିବା ପାଇଁ ପୋଲିସ ତତ୍ପର ହୋଇଉଠିଛି।
ଏ ନେଇ ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି, ଗତବର୍ଷ ୧୦ଟି ବନ୍ଧୁକ ଜବତ ହୋଇଥିଲା। ଚଳିତ ବର୍ଷ ଖୋର୍ଦ୍ଧା ଓ ସଦର ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କଠାରୁ ୬ଟି ବନ୍ଧୁକ ଜବତ କରାଯାଇଛି। ଚୋରା ବନ୍ଧୁକ କାରବାରର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ବ୍ରହ୍ମପୁର ପ୍ରଭୃତି ଅପରାଧପ୍ରବଣ ଅଞ୍ଚଳରେ ଅପରାଧୀମାନେ ଚୋରା ବନ୍ଧୁକ ବ୍ୟବହାର କରୁଛନ୍ତି। ଗିରଫ ଅଭିଯୁକ୍ତମାନେ ଏହି ଚୋରା ବନ୍ଧୁକ କେଉଁଠୁ ଆଣୁଛନ୍ତି, ଏହା ପଛରେ ଅନ୍ୟ କେଉଁମାନଙ୍କ ହାତ ରହିଛି, ଖୋର୍ଦ୍ଧା ସହରକୁ ବନ୍ଧୁକ କିପରି ଆସୁଛି ସେ ନେଇ ଯାଞ୍ଚ ଚାଲିଛି। ପୂର୍ବ ଅପରାଧୀମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି। ଆବଶ୍ୟକ ପଡ଼ିିଲେ, ଏକ ସ୍ବତନ୍ତ୍ର ଟିମ୍‌ ବାହାର ରାଜ୍ୟକୁ ଯାଇ ଖୋଳତାଡ଼ କରିବ। ଏସ୍‌ପି ରାଜକିଶୋର ଦୋରା ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କଡ଼ା ପଦକ୍ଷେପ ନେଉଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଟାଉନ ଥାନା ପୋଲିସ ପକ୍ଷରୁ ଫେବୃୟାରୀ ୧୨ ଗୁରୁଜଙ୍ଗ ଗୁଳିକାଣ୍ଡରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨ଟି ବନ୍ଧୁକ, ୩ଟି ଗୁଳି, ୭ଟି ମୋବାଇଲ ଫୋନ୍‌ ଏବଂ ଇଣ୍ଡିକା କାର ଜବତ ହୋଇଥିଲା। ସେହିପରି ୧୧ ତାରିଖ ରାତିରେ ଚଣ୍ଡିଚୁଆ ଛକରେ ଡକାୟତି ଯୋଜନା ବେଳେ ପୋଲିସ ୨ଜଣଙ୍କୁ ଧରିଥିଲା। ସେମାନଙ୍କଠାରୁ ଏକ ବନ୍ଧୁକ ଜବତ ହୋଇଥିଲା। ଡିସେମ୍ବର ୮ରେ ଗୁରୁଜଙ୍ଗ ଗୁଳିକାଣ୍ଡରେ ଟାଉନ ଥାନା ପୋଲିସ ଫେବୃୟାରୀ ୨୭ରେ ମୁଖ୍ୟ ଅଭିଯୁକ୍ତ ଦୀପକ କୁମାର ପ୍ରଧାନଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ୨ଟି ଗୁଳି ଜବତ ହୋଇଥିଲା। ମଙ୍ଗଳବାର ଜାତୀୟ ରାଜପଥରେ ଡକାୟତି ଉଦ୍ୟମବେଳେ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨ଟି ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?