ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍ଛକଠାରୁ ବସ୍ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା ଅଡହୁରିଆ ଗ୍ରାମର ତପନ ଜେନା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ରାଞ୍ଚରୁ ଲକ୍ଷେ ଟଙ୍କା…
ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍ ତିଆରି କଲେ ନବମ ଶ୍ରେଣୀ ଛାତ୍ର
ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍। ଏହି ବାଇକ୍କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍ଟି ଗତିଶୀଳ…
୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ
ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା ଦରରେ ଖାଉଟିମାନଙ୍କୁ ଯୋଗାଇ ଦିଆଯାଇଛି। ଗ୍ରାହକଙ୍କୁ ମୁଣ୍ଡ ପିଛା ମାତ୍ର ୨୫୦ ଗ୍ରାମ ଲେଖା…
ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି
ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା-…
ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଅଭିଭାବକ
ଯୋଡ଼ା,୨।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସୋମବାର ନ୍ୟାୟ ପାଇଁ ଲିଖିତ ଆକାରରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ୮୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୯…
ଜିଲାସ୍ତରୀୟ ଯୁବ ମହୋତ୍ସବ ଉଦ୍ଯାପିତ: ବନ୍ଧୁତାର ବାର୍ତ୍ତା ବାଣ୍ଟି ଫେରିଲେ ଯୁବ କଳାକାର
କେନ୍ଦୁଝର,୨।୧୨(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ନଗରଭବନଠାରେ ଆୟୋଜିତ ଦୁଇ ଦିନିଆ ଜିଲାସ୍ତରୀୟ ଯୁବ ମହୋତ୍ସବ ଶନିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଳକ୍ ଏବଂ ପୌରପାଳିକା ଅଞ୍ଚଳରୁ ଆସିଥିବା ଯୁବ କଳାକାରମାନେ ମହୋତ୍ସବରେ ଭାଗ ନେଇ କଳା ମାମରେ ବନ୍ଧୁତାର ବାର୍ତ୍ତା ଦେଇ ଫେରିଯାଇଛନ୍ତି…
ଛାତ୍ରକୁ ମାଡ଼ ଘଟଣାରେ ଅଧ୍ୟକ୍ଷ ନିଲମ୍ବିତ
ଢେଙ୍କିକୋଟ, ୨।୧୨(ଡି.ଏନ୍.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଟିକିରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତଙ୍କୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ବରିଷ୍ଠ…
୨ ଶିକ୍ଷକଙ୍କ ଦରମା ବନ୍ଦ
ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ…
ବିଶ୍ୱ ଏଡ୍ସ ଦିବସ: ସଚେତନତା ସୃଷ୍ଟି ପାଇଁ ଦସ୍ତଖତ ଅଭିଯାନ
କେନ୍ଦୁଝର,୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ରବିବାର ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାମୁଖ୍ୟ ଡାକ୍ତରଖାନା ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ଓ ଆଇନ ସେବା ପ୍ରାଧିକରଣ…
ଧାନ ଅମଳ ସମୟରେ ହାତୀ ଉପଦ୍ରବ: ରାତି ଉଜାଗର ହେଉଛନ୍ତି ଚାଷୀ
କେନ୍ଦୁଝର,୧।୧୨(ସ୍ବ.ପ୍ର.) : ଜିଲାରେ ବର୍ତ୍ତମାନ ବିଲରୁ ଧାନ ଫସଲ ଅମଳ କରିବାର ସମୟ ହୋଇଛି। ଏହି ସମୟରେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ ସଦର ରେଞ୍ଜ ଉକୁଚାବେଡ଼ା ଗ୍ରାମ ନିକଟରେ ୫ଟି ହାତୀ ରହି ଯାଇଥିବାରୁ ଲୋକମାନେ ଭୟଭୀତ…
ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ର : ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
ଯୋଡ଼ା,୩୦।୧୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିବାରୁ ଅଭିଭାବକମାନେ ଶନିବାର ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଏ ସମ୍ପର୍କରେ ଅଭିଭାବକ ବସନ୍ତ ମୁଣ୍ଡା, ଲକ୍ଷ୍ମଣ ନାଏକ, ଇନ୍ଦୁମତୀ ନାଏକ, ଦମୟନ୍ତୀ…
ଟାଙ୍ଗିରି ଗ୍ରାମରେ ଦନ୍ତା ଆତଙ୍କ: ଶୁଣ୍ଢରେ ଟେକି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
କେନ୍ଦୁଝର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଟାଙ୍ଗିରି ଗ୍ରାମରେ ଶନିବାର ସକାଳେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ସୁଆଗି ଜୁଆଙ୍ଗ। ସୂଚନାନୁଯାୟୀ, ସୁଆଗି ଓ ଫୁଲମଣୀ…
Archives


