ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ବାମୀ
କେନ୍ଦୁଝର,୧୬ା୫: ସ୍ବାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ଝଗଡାରୁ ଘଟିଛି ହତ୍ୟାକାଣ୍ଡ। ସବୁଦିନ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲେ ମଧ୍ୟ ଶନିବାର ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା। ଶେଷରେ ସ୍ବାମୀ ଉତ୍ତ୍ୟକ୍ତ ହୋଇ କାଠଫାଳିଆରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି।…
ପାରୋଲରେ ଗଲେ ୫ କଏଦୀ
କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନିଆ ଛୁଟି(ପାରୋଲ)ରେ ଛାଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି…
ମୃତଦେହ ପାଖକୁ ଆସିଲେନି ଘର ଲୋକେ
କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହ ପାଖ ମାଡି ନ ଥିଲେ। ଏପରିକି ଅନ୍ତିମ ସଂସ୍କାର…
୯ କଏଦୀ କରୋନା ସଂକ୍ରମିତ
କେନ୍ଦୁଝର,୧୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା କାରାଗାରରେ ୯ କଏଦୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ଜଣେ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିପାଇଁ ତାଙ୍କ ସହ ରହୁଥିବା ୩୦ କଏଦୀଙ୍କ ନମୁନା ପରୀକ୍ଷା…
ସଙ୍କଟରେ କୌଳିକ ବୃତ୍ତି
କେନ୍ଦୁଝର, ୧୧।୫ (ସ୍ବ.ପ୍ର.)-ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ଏଥିରୁ ଅନେକ ଜୀବନଜୀବିକା ନିର୍ବାହ କରିଆସୁଛନ୍ତି । ଏଭଳି ମାଟିରୁ ଜୀବିକା ନିର୍ବାହ କରି ବହୁ କାଳରୁ ବଞ୍ଚିଆସୁଥିବା ସମ୍ପ୍ରଦାୟ ହେଉଛନ୍ତି କୁମ୍ଭକାର ବା କୁମ୍ଭାର। ମାଟିରୁ ହାଣ୍ଡି, ମାଠିଆ,…
ପାଟଣା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ପାଟଣା,୧୦।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ ସୋମବାର ନୂତନ ଥାନାଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବର ସ୍ବାଇଁ ବାମୋବାରୀ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସୋମବାର କାର୍ଯ୍ୟରେ ଯୋଗ ଦେବା ପରେ ଏସ୍ଆଇ ଶିବ…
ବନ ବିଭାଗ ରୁଜୁ କଲା ମାମଲା: ହାତୀ ମୃତ୍ୟୁର ହେବ ତଦନ୍ତ
କେନ୍ଦୁଝର,୯।୫: ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀର ପଛ ଡାହାଣ ଗୋଡ଼ରେ ଆଘାତ…
ହାତୀକୁ ଧକ୍କାଦେଲା ଟ୍ରେନ୍
କେନ୍ଦୁଝର,୯।୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧିନସ୍ଥ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଶନିବାର ରାତିରେ ରେଳ ଦୁର୍ଘଟଣା ପରେ ଆହତ ହୋଇଥିବା ହାତୀର ଅବସ୍ଥାରେ ସୁଧାର ହେଉନି। ହାତୀର ଗୋଡ଼ରେ ମାଡ଼ ହୋଇଥିବାରୁ ଠିଆ ହୋଇପାରୁନି। ଏଣୁ ତଳେ ପଡ଼ି…
ଟ୍ରେନ୍ ଧକ୍କାରେ ଦନ୍ତା ଗୁରୁତର
କେନ୍ଦୁଝର,୮।୫: କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ଗ୍ରାମ ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି। ହାତୀର ଆଗ ଗୋଡ଼ରେ ମାଡ଼ ହୋଇଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।…
୧୭ ହାତୀଙ୍କ ଉତ୍ପାତ, ନାକେଦମ ବନ ବିଭାଗ
ଚମ୍ପୁଆ,୮।୫: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଚମ୍ପୁଆ ଓ ଉଖୁଣ୍ଡା ଅଞ୍ଚଳରେ ୬ଦିନ ଧରି ହାତୀ ପଲଙ୍କ ଉପତ୍ାତ ଜାରି ରହିଛି। ଏଥିରେ ବନ ବିଭାଗ ନାକେଦମ ହୋଇଥିବା ବେଳେ ଉଖୁଣ୍ଡା ଓ ଚମ୍ପୁଆ ସେକ୍ସନର ସ୍କାଡକୁ ହାତୀ ପଲ…
ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା
ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ କେନ୍ଦ୍ର ପର୍ଯ୍ୟନ୍ତ ଆସିଥିଲା। ପରେ ପାଟଣା ଇଲେକ୍ଟ୍ରି ସେକ୍ସନ ଅଫିସ…
ଗାଁ ନିକଟରେ ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ
ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଲମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ର ପର୍ଯ୍ୟନ୍ତ ଚାଲି ଆସିଥିଲା। ହାତୀଟି ପାଟଣା ଇଲେକ୍ଟ୍ରି ଅଫିସ କାର୍ଯ୍ୟାଳୟ ପାର୍ଶ୍ୱରେ…
Archives


