ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୧୧।୫ (ସ୍ବ.ପ୍ର.)-ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ଏଥିରୁ ଅନେକ ଜୀବନଜୀବିକା ନିର୍ବାହ କରିଆସୁଛନ୍ତି । ଏଭଳି ମାଟିରୁ ଜୀବିକା ନିର୍ବାହ କରି ବହୁ କାଳରୁ ବଞ୍ଚିଆସୁଥିବା ସମ୍ପ୍ରଦାୟ ହେଉଛନ୍ତି କୁମ୍ଭକାର ବା କୁମ୍ଭାର। ମାଟିରୁ ହାଣ୍ଡି, ମାଠିଆ, ସୁରେଇ, ପଲମ, ସାରୁଆ, ବଇଠା, ଧୂପଦାନୀ, ଫୁଲକୁଣ୍ଡ ଆଦି ଗଢ଼ି ନିଜେ ବ୍ୟବହାର କରିବା ସହ ବିକି ଜୀବିକା ନିର୍ବାହ କରିଥାନ୍ତି।

ଶହଶହ ବର୍ଷ ଧରି କୌଳିକ ବୃତ୍ତିରେ ନିୟୋଜିତ କୁମ୍ଭାରମାନେ ଆଜିର ଆଧୁନିକ ଏବଂ ବୈଜ୍ଞାନିକ ଯୁଗରେ ଅଲୋଡ଼ା ପାଲଟି ଗଲେଣି। ସମୟର ପରିବର୍ତ୍ତନ ସହ ମଣିଷ ଚଳଣିର ପରିବର୍ତ୍ତନ ଘଟି ମାଟି ସାମଗ୍ରୀ ପରିବର୍ତ୍ତେ ପ୍ଲାଷ୍ଟିକ, ଲୁହା, ତମ୍ବା, ଆଲୁମିନିୟମ, ଟିଣ ସାମଗ୍ରୀର ବୃଦ୍ଧି ଘଟିଛି। କେନ୍ଦୁଝର ଜିଲା ସଦର ବ୍ଲକର ସତୀକୁଦର, ଭେଜଡିହି, ତରମାକାନ୍ତ, ପାଟଣା ବ୍ଲକର ଜାମନାଳିଆ, ସାହାରପଡାର ବଲାଣିପଶି, ମହାଦେବପୁର, ଟୁକୁଡିହା, କୁଟୁଗାଁ ଆଦି ଗ୍ରାମର କୁମ୍ଭାର ଲୋକେ ଏହି ବୃତ୍ତିରେ ନିୟୋଜିତ ରହି ଭଲ ରୋଜଗାର କରୁଥିଲେ। ମାତ୍ର ବଜାର ଚାହିଦା ହ୍ରାସ, ଜାଳେଣୀ କାଠର ଅଭାବ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସେମାନଙ୍କୁ ପ୍ରଭାବିତ କଲା ଓ ଉପଯୁକ୍ତ ପାରିଶ୍ରମିକ ମିଳୁ ନ ଥିବାରୁ ଅନେକ ଲୋକ ଏହି ବେଉଷାକୁ ଛାଡ଼ିବାରେ ଲାଗିଲେଣି। ଏବେ କରୋନା ମହାମାରୀ ସେମାନଙ୍କ ଜୀବିକାକୁ ଦୋହଲାଇ ଦେଇଛି।
ହାଣ୍ଡି ମାଠିଆ ପାତ୍ର ନିର୍ମାଣ କାର୍ଯ୍ୟ ଅତି କଷ୍ଟଦାୟକ କାମ ଅଟେ । ପ୍ରଥମେ ଜମିରୁ ଭଲ ମାଟି ସଂଗ୍ରହ କରି ଭଲ ଭାବରେ ୩/୪ଦିନ ଧରି ଚକଟି କୁମ୍ଭାର ଚକରେ ଦିଆଯାଇ ବିଭିନ୍ନ ଆକୃତିରେ ଗଢ଼ାଯାଇଥାଏ। ଏହାକୁ ଖରାରେ ଅଳ୍ପ ଶୁଖାଯାଇ ଧୀରେଧୀରେ ଏକ କାଠ ପିଠିଣାରେ ବାଡ଼ାଇ ଠିକ ମାଟି ପାତ୍ରର ରୂପ ଦେଲା ପରେ ତାକୁ ଭାଟିରେ ନିଆଁ ମାଧ୍ୟମରେ ପୋଡ଼ା ଯାଇଥାଏ ା ଏହାପରେ ଭାଙ୍ଗି ନ ଯିବା ଭଳି ସତର୍କତା ନେଇ ବଜାରକୁ ବିକ୍ରି ପାଇଁ ନିଆଯାଇଥାଏ । ଏତେ କଷ୍ଟ ସତ୍ତ୍ୱେ ମଧ୍ୟ ମାଟି ପାତ୍ର ପ୍ରତି ଖାଉଟିଙ୍କ ପୂର୍ବଭଳି ଆକର୍ଷଣ ନାହିଁ । ଆଉ ଗାଁ ଗହଳିରେ କେହି ମାଟି ହାଣ୍ଡିରେ ରୋଷେଇ କିମ୍ବା ଖାଉ ନାାହାନ୍ତି। ଗାଁରେ ୧୦୦ ପ୍ରତିଶତ ଲୋକେ ମାଠିଆରେ ପାଣି ରଖୁଥିଲେ ,ପୂଜା ପାର୍ବଣରେ ମାଟିର କଳସ ବ୍ୟବହାର କରୁଥିଲେ କିନ୍ତୁ ଏବେ ତମ୍ବା,ପିତଳ,କଂସା କଳସ ବ୍ୟବହାର କରାଯାଉଛି । ଏଥି ଯୋଗୁଁ ଭୁଶୁଡ଼ି ପଡୁଛି କୁମ୍ଭାରଙ୍କ କୌଳିକ ବୃତ୍ତି । ଗ୍ରାମାଞ୍ଚଳର ଅନେକ କୁମ୍ଭାରମାନେ ଏହି ବୃତ୍ତି ଛାଡ଼ି ଅନ୍ୟ ଚାଷ ଜମିରେ ମୂଲ ଲାଗିଲେଣି ତ ଆଉ କେହି କେହି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲେଣି। ମାଟି ସାମଗ୍ରୀ ଲୋପ ପାଇବାକୁ ବସିଛି । ଏବେ ଏହି ମାଟିର ସାମଗ୍ରୀକୁ ଟେରାକୋଟା ଶୈଳୀରେ ପ୍ରସ୍ତୁତ କରି ପୂର୍ବ ଚାହିଦା ଫେରାଇ ଆଣିବାର ଉଦ୍ୟମ କରାଯାଉଥିଲେ ହେଁ ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ମିଳୁ ନ ଥିବାରୁ ଅନେକ ଏହାର ସୁବିଧା ଉଠାଇପାରିନାହାନ୍ତି ବୋଲି ଟେରାକୋଟା ଶିଳ୍ପୀ ଗୌରଚନ୍ଦ୍ର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?