ପାରୋଲରେ ଗଲେ ୫ କଏଦୀ

କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନିଆ ଛୁଟି(ପାରୋଲ)ରେ ଛାଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା କାରାଗାରରୁ ପର୍ଯ୍ୟାୟକ୍ରମେ ୩୬ କଏଦୀ ଛୁଟିରେ ଯିବେ ବୋଲି ଚୂଡ଼ାନ୍ତ ହୋଇଛି। କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଜିଲା କାରାଗାରରୁ ୫ କଏଦୀଙ୍କୁ ୯୦ ଦିନିଆ ପାରୋଲରେ ଛଡ଼ାଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛୁଟିରେ ଯାଇଥିବା କଏଦୀଙ୍କ ପରିବାର ଲୋକ ଆସି ସିକ୍ୟୁରିଟି ବଣ୍ଡ ପେପରରେ ଦସ୍ତଖତ କରି ସେମାନଙ୍କୁ ନିଜ ଜିମାରେ ନେଇଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ ଅନ୍ୟ କଏଦୀଙ୍କ ପରିବାର ଲୋକ ଆସି ପାରି ନ ଥିବାରୁ ସେମାନେ ପାରୋଲରେ ଯାଇ ନାହାଁନ୍ତି। ପାରୋଲରେ ଯାଇଥିବା କଏଦୀମାନେ ହେଲେ ସୁନାରାମ ମାଝୀ, ନବକିଶୋର ବେହେରା, ନନ୍ଦକିଶୋର ମୁଣ୍ଡା, ନବକିଶୋର ନାଏକ ଓ ଶିବ ଚରଣ ମହାନ୍ତ। ସମସ୍ତେ ଆଜୀବନ ସଜ୍ଜା କାଟୁଥିଲେ। କିଛିଦିନ ପୂର୍ବେ ଏହି କାରାଗାରର ୯ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନେ ଜେଲର ସ୍ବତନ୍ତ୍ର ୱାର୍ଡରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ, ଏହି ଜିଲା କାରାଗାରରେ ୬୦୮ ଅନ୍ତେବାସୀ ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୫୬୫ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୫୫୨ ପୁରୁଷ,୧୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ୩୪୮ ବିଚାରଧିନ କଏଦୀ ଥିବାବେଳେ ଅବଶିଷ୍ଟ ୨୧୬ ଜଣ ଦୋଷୀସାବ୍ୟସ୍ତ ହୋଇ ବନ୍ଦୀ ଭାବେ ଅଛନ୍ତି। ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ସମୟରେ ସବୋର୍ଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେବାରୁ ୩୦ କଏଦୀ ପାରୋଲରେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବ୍ରିଟିଶ ଅମଳର ପୋଲ

ଜୟପୁର,୧୩ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ନିକଟସ୍ଥ ପାତ୍ରପୁଟଠାରେ ଥିବା ବ୍ରିଟିଶ ଅମଳର ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏପରିକି ଭାରୀଯାନ ଏହା ମଧ୍ୟଦେଇ ଗଲେ...

୩୦ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ

ବାଲିଗୁଡା,୨୯ା୭(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲା କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାରପତି ଅନୁରାଗ ଦେହୁରୀ ଗୁରୁବାର ରାୟ ପ୍ରକାଶ...

ପୋଷଣ ଅଭିଯାନକୁ ଫଳପ୍ରଦ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯ା୧୨(ବ୍ୟୁରୋ): ରାଜ୍ୟରେ ପୋଷଣ ଅଭିଯାନକୁ ପୂର୍ଣ୍ଣ ଫଳପ୍ରଦ କରିବା ପାଇଁ ପ୍ରଶାସନିକ ପ୍ରଚେଷ୍ଠା ଆରମ୍ଭ ହୋଇଛି। ଏଥିପାଇଁ ଲକ୍ଷ୍ୟଭେଦୀ ଏବଂ ସଂଯୋଜିତ କାର୍ଯ୍ୟକ୍ରମ ସ୍ଥିର କରିବାକୁ...

ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର: କାର୍ଯ୍ୟକ୍ଷମ ହେଉନି ବର୍ଯ୍ୟବସ୍ତୁ ଭଷ୍ମକ ଯନ୍ତ୍ର

ଲାଠୋର,୧୩ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଉପରେ ଅଞ୍ଚଳର...

ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି ଓଡ଼ିଶା, ଭୂଖଣ୍ଡରେ ଛିଡ଼ା ହୋଇ ନିଜକୁ ଭାଗ୍ୟବାନ ମନେ କରୁଛି: ରାଷ୍ଟ୍ରପତି

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶା ସାରା...

ରାସ୍ତାରେ ପିସିଆର ଭ୍ୟାନ୍‌କୁ ଠେଲିଲା ପୋଲିସ

ଭୁବନେଶ୍ୱର,୧୮।୭ (ସୂର୍ଯ୍ୟକାନ୍ତ ବେହେରା):ପାଟ୍ରୋଲିଂ ବେଳେ ମଝି ରାସ୍ତାରେ ହଠାତ୍‌ ଅଚଳ ହୋଇପଡିଲା ପିସିଆର୍‌ ଭ୍ୟାନ୍‌। ଡ୍ରାଇଭର ଅନେକ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ...

ଶୋଭାପାଇବ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ

ଜଟଣୀ,୨୯ା୮(ଡି.ଏନ୍‌.ଏ.): ଆଉ ଦିନକ ପରେ ଗଣେଶ ପୂଜା। ଏ ନେଇ ଉତ୍ସବ ମୁଖର ପୁରପଲ୍ଲୀ। ଦୁଇବର୍ଷ ପରେ ବିଘ୍ନରାଜ ଗଣପତି ବାବା ଭକ୍ତଙ୍କ ମେଳରେ ପୂଜା...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା: ସିଏଏ ସମର୍ଥନରେ ହେବାକୁ ଥିବା ବିଶାଳ ରାଲିରେ ଯୋଗଦେବେ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ ଓ ୨୯ ତାରିଖାରେ ସେ ଓଡ଼ିଶା ଆସିବେ। ଏହି ଗସ୍ତରେ ଶାହା...

Advertisement
Archives

Model This Week